ସାରଥୀଙ୍କ ନାକର ବାହାର ପଟେ ମାଂସ ବଢ଼ିବା ଆରମ୍ଭ କରିଛି.. ଏତେ ବଢିଯାଇଛି ଯେ ଏକ ବଡ଼ ମାଂସ ପିଣ୍ଡୁଳା ଭଳି ଦେଖାଯାଉଛି.. ଏମିତି ଅବସ୍ଥାରେ ସାରଥୀଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେଲା ବେଳେ ବି ପ୍ରବଳ କଷ୍ଟ ହେଉଛି..
ସେ ଦିବ୍ୟାଙ୍ଗ ହେଲେ ବି ସକ୍ଷମ । କହିପାରୁନାହାନ୍ତି କି ଶୁଣି ପାରୁନାହାନ୍ତି...ହାର୍ ମାନିନାହାନ୍ତି ବରଂ ନିଜେ ରୋଜଗାର କରି ବଞ୍ଚିବାର କଳା ଜାଣିଛନ୍ତି । ସେଇଥି ଲାଗି ତ ଲୋନ୍ କରି ଛେଳି ଚାଷ କଲେ ଏବେ ରୋଜଗାର ବଢିଆ
କାହ୍ନା.. ଏ କାହ୍ନା.. ଉଠୁ ଧନ.. କିଛି କହ..ମୋତେ ଥରୁଟେ ଦେଖେ.. କିଛି କହୁନୁ.. ବୋଉ ଡାକୁଛି ଶୁଣୁ.. ଏ ବାବା.. ମୋ ଧନଟା ପରା ଶୁଣୁ ଟିକେ.. ଯେତେ ଡାକିଲେ ବି ଉଁ କି ଚୁଁ କରୁନି ପୁଅ.. ହସ୍ପିଟାଲ ବେଡରେ ଶୋଇଛି ଯେ ଶୋଇଛି.. ...
ଜମିବ ଗଣେଶ ପୂଜା । ମାସେ ଯାଏଁ ପୂଜା ପାଇବେ ବୁଢା ଗଣେଶ । ଚାନ୍ଦିର ତାରକସି କାମରେ ଚିକମିକ କରିବ ପୂଜା ପେଣ୍ଡାଲ । ଆଉ ଭସାଣୀରେ ତ ପୂରା ବୋବାଲିଆ ଡ୍ୟାନ୍ସ ହେବ
ଟଙ୍କା ଜମା କରିଥିବା ହିତାଧିକାରୀଙ୍କୁ ଆଉ ଟଙ୍କା ମିଳିବ କି ନାହିଁ ଆଶା କମ ଦେଖାଯାଉଛି । କାରଣ ହିତାଧିକାରୀ ଦାଖଲ କରିଥିବା ସତ୍ୟପାଠ ସବୁ ନଷ୍ଟ ହେବାକୁ ବସିଲାଣି । ହିତାଧିକାରୀ ଯାହା ଦାଖଲ କରିଥିଲେ ତାହା ଆଉ ଦସ୍ତାବିଜ୍ ଭାବରେ ନାହଁ । କିଛି ଦସ୍ତାବିଜରେ...
ଗୋଟିଏ ପଟେ ପରିବାରର ବୋଝ ତ ଅନ୍ୟ ପଟେ ନିଜର ଚିକିତ୍ସା ଖର୍ଚ୍ଚ । ଏହାରି ଭିତରେ ପେଷି ହେଉଛନ୍ତି ଗଣେଶ । ୨୦୧୩ ମସିହାରେ ଗଣେଶ ବିବାହ କରିଥିଲେ । ବାହାଘରର ଠିକ ଦୁଇବର୍ଷ ପରେ ଗଣେଶଙ୍କ ପାଦ ଫୁଲିବା ଆରମ୍ଭ ହୋଇଥିଲା ।
ବିବାଦ ତୁଟାଇବାକୁ ନୀତି ପ୍ରଶାସକଙ୍କ ଉଦ୍ୟମ ଜାରି ରଖିଛନ୍ତି । ମଙ୍ଗଳ ଆଳତୀ ପରେ ଆଗକୁ ବଢ଼ିପାରୁନି ନୀତିକାନ୍ତି ।
ରାଜ୍ୟରେ ବେହାଲ କଲାଣି ବର୍ଷା । କେଉଁଠି କଲଭର୍ଟ ଭାଙ୍ଗିଲାଣି ତ ଆଉ କେଉଁଠି ରାସ୍ତା ଉପରେ ପାଣି ସୁଅ ଛୁଟୁଛି । ଘରେ ଘରେ ପଶିଛି ପାଣି, ଗଳି କନ୍ଦି ଉବୁଟୁବୁ ହୋଇଛି ।
ଆନ୍ଦୋଳନରତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନାଲି ଆଖି ଦେଖାଇ ରାଜ୍ୟ ସରକାର ଅନୁରୋଧ କରିଛନ୍ତି । ଆନ୍ଦୋଳନକାରୀଙ୍କୁ ବୁଝାଇବା ପାଇଁ ସବୁ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ।
ପଶ୍ଚିମ ଓଡ଼ିଶା ପ୍ରତି ସରକାର କେବେ ବି ବୈମାତୃକ ମନୋଭାବ କରି ନାହାନ୍ତି ବୋଲି କହିଛନ୍ତି ଢ଼ୋଲକିଆ ।
୫ ବର୍ଷ ଧରି କେତେ ଯେ ଶତ୍ରୁକୁ ମାତ୍ ଦେଇଥିଲେ । ହେଲେ ଗତକାଲି ଅନନ୍ତନାଗ କୋକରନାଗରେ ତାଙ୍କ ପାଇ ଥିଲା ଶେଷ ଲଢେଇ।
ଛାତ୍ର ସଂସଦ ନିର୍ବାଚନ ଦାବିରେ ନବୀନ ନିବାସ ମୁହାଁ ହୋଇଥିଲା ଛାତ୍ର ସଂଗଠନ ଅଲ ଓଡିଶା ଷ୍ଟୁଡେଣ୍ଟସ ଭଏସ୍ । କଳା ପତାକା ପ୍ରଦର୍ଶନ ସହ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇବାକୁ ଉଦ୍ୟମ ବେଳେ ରାସ୍ତାରୁ ଅଟକ କରିଥିଲା ପୋଲିସ ।
ପୂର୍ବରୁ ଯାତ୍ରାରେ ଅଭିନୟ କରୁଥିବା ଇରାନୀ ପରେ ପାଲଟି ଯାଇଥିଲା ହନିଟ୍ରାପ୍ କୁଇନ । ନିଜ ଅଭିନୟ ଜାଲରେ ଫସାଇବା ପାଇଁ ବିଛାଇଥିଲା ମାୟାଜାଲ । ଇରାନୀ ଗ୍ରୁପ୍ ର ଅଧିକ ଗୁମର ଖୋଲିବା ପାଇଁ ସ୍ୱାମୀ ନିଶିକାନ୍ତ ପାତ୍ରଙ୍କୁ ରିମାଣ୍ଡରେ ଆଣିବ ତମାଣ୍ଡୋ ପୋଲିସ ।
ଅପରପକ୍ଷେ ଶିକ୍ଷକଙ୍କ ସପକ୍ଷରେ ଅଭିଭାବକ ସଂଘ ବାହାରି ଦାବି ପୂରଣ ନହେଲେ ସେମାନେ ବି ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।
ଜଳ ନିଷ୍କାସନ ସମସ୍ୟାରୁ ଉବୁଟୁବୁ ସହର । ବୁଡିଲା ରାସ୍ତାଘାଟ, ଲୋକେ ଘରେ ଜଳବନ୍ଦୀ ।
ପଶ୍ଚିମ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ପୋଷଣ କରିବା ସହ ଲୋକଙ୍କ ଭାବାବେଗ ସହ ରାଜ୍ୟ ସରକାର ଖେଳୁଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଏଥିସହ ବାଚସ୍ପତି ନିର୍ବାଚନକୁ କଂଗ୍ରେସ୍ ବୟକଟ୍ କରିଥିବା କହିଛନ୍ତି ।
ପୂର୍ବରୁ ଯାତ୍ରାରେ ଅଭିନୟ କରୁଥିବା ଇରାନୀ ପରେ ପାଲଟି ଯାଇଥିଲା ହନିଟ୍ରାପ୍ କୁଇନ । ନିଜ ଅଭିନୟ ଜାଲରେ ଫସାଇବା ପାଇଁ ବିଛାଇଥିଲା ମାୟାଜାଲ । ଇରାନୀ ଗ୍ରୁପ୍ ର ଅଧିକ ଗୁମର ଖୋଲିବା ପାଇଁ ସ୍ୱାମୀ ନିଶିକାନ୍ତ ପାତ୍ରଙ୍କୁ ରିମାଣ୍ଡରେ ଆଣିବ ତମାଣ୍ଡୋ ପୋଲିସ ।
ଛାତ୍ର ସଂସଦ ନିର୍ବାଚନ ଦାବିରେ ନବୀନ ନିବାସ ମୁହାଁ ହୋଇଥିଲା ଛାତ୍ର ସଂଗଠନ ଅଲ ଓଡିଶା ଷ୍ଟୁଡେଣ୍ଟସ ଭଏସ୍ । କଳା ପତାକା ପ୍ରଦର୍ଶନ ସହ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇବାକୁ ଉଦ୍ୟମ ବେଳେ ରାସ୍ତାରୁ ଅଟକ କରିଥିଲା ପୋଲିସ ।
ସୌମ୍ୟଙ୍କୁ ଉପସଭାପତି ପଦରୁ ହଟାଯିବା ନେଇ ବବି ତାଙ୍କ ସୋସିଆଲ ମିଡିଆ Xରେ· ମନ୍ତବ୍ୟ ରଖି ଲେଖିଛନ୍ତି ଯେ, ‘କୃତଜ୍ଞତା ହେଉଛି ପ୍ରାର୍ଥନାର ସର୍ବଶ୍ରେଷ୍ଠ ମାଧ୍ୟମ’ ।
କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଏନେଇ ଏକ ପ୍ରସ୍ତାବ ଦେଇଛନ୍ତି । ନୀତିନ କହିଛନ୍ତି, ଏଣିକି ଭାରତରେ ଡିଜେଲ କାର କିଣିବା ଉପରେ ଅତିରିକ୍ତ ୧୦ ପ୍ରତିଶତ ସେବା କର ବା ଜିଏସ୍ଟି ଲାଗୁ କରାଯିବ ।