/odishatv-khabar/media/post_attachments/uploadimage/library/16_9/16_9_0/IMAGE_1694509290.jpg)
Nitin Gadkari
ଡିଜେଲ୍ କାର୍ କିଣିବାକୁ ଯୋଜନା ରଖିଛନ୍ତି କି ? ଏଣିକି ଦେବାକୁ ପଡ଼ିବ ଅଧିକ ଟଙ୍କା । ପଲ୍ୟୁସନ ଟ୍ୟାକ୍ସ ବାବଦକୁ ଆପଣଙ୍କୁ ଅଧିକ ୧୦ ପ୍ରତିଶତ ଦେବାକୁ ହେବ । ଅଳ୍ପ ଖର୍ଚ୍ଚରେ ଯଦି ଆପଣ ଡିଜେଲ କାର୍ କିଣିବାକୁ ଯୋଜନା ରଖିଥିବେ ତେବେ ଏହି ଖବର ଆପଣ ଜାଣିନେବା ନିହାତି ଜରୁରୀ । କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଡିଜେଲ୍ କାର୍କୁ ନେଇ ଏକ ବଡ଼ ଘୋଷଣା କରାଯାଇଛି ।
କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଏନେଇ ଏକ ପ୍ରସ୍ତାବ ଦେଇଛନ୍ତି । ନୀତିନ କହିଛନ୍ତି, ଏଣିକି ଭାରତରେ ଡିଜେଲ କାର କିଣିବା ଉପରେ ଅତିରିକ୍ତ ୧୦ ପ୍ରତିଶତ ସେବା କର ବା ଜିଏସ୍ଟି ଲାଗୁ କରାଯିବ । ଡିଜେଲ ଯାନଗୁଡ଼ିକ ଦ୍ୱାରା ପରିବେଶ ପ୍ରଦୂଷଣ ହେଉଛି । ତେଣୁ ରାସ୍ତାରୁ ଡିଜେଲ ଯାନ ଗୁଡ଼ିକ ହଟାଇବା ଆବଶ୍ୟକ ବୋଲି କହିବା ସହ ଉଦ୍ବେଗ ପ୍ରକାଶ କରିଛନ୍ତି ।
ନୀତିନ ଗଡ଼କରୀ ଆହୁରି କହିଛନ୍ତି ଯେ, ୨୦୧୪ରୁ ଡିଜେଲ କାର୍ ଉତ୍ପାଦନରେ ହ୍ରାସ ଘଟିଛି । ପୂର୍ବରୁ ମୋଟ୍ ଉତ୍ପାଦନର ୫୨ ପ୍ରତିଶତ ଅଂଶ ଗ୍ରହଣ କରାଯାଉଥିଲା । ହେଲେ ଏବେ ଏହା ହ୍ରାସ ପାଇ ୧୮ ପ୍ରତିଶତରେ ପହଞ୍ଚିଛି । ବର୍ତ୍ତମାନ ସମୟରେ ନୂତନ ଡିଜେଲ କାର୍ ତିଆରି କରିବା ଠିକ୍ ନୁହେଁ । ଦେଶରେ ଡିଜେଲ୍ କାର୍ ଗୁଡ଼ିକର ବ୍ୟବହାର କମ୍ କରାଯିବା ଉଚିତ୍ ବୋଲି ନୀତିନ ଗଡ଼କରୀ କହିଛନ୍ତି ।
ଡିଜେଲ ଗାଡ଼ି ଗୁଡ଼ିକ ପାଇଁ ପ୍ରଦୂଷଣ ବଢ଼ୁଛି । ତେଣୁ ବ୍ୟବହାରକାରୀମାନଙ୍କୁ ନିରୁତ୍ସାହିତ କରିବା ପାଇଁ ଡିଜେଲ ଯାନ ଉପରେ ୧୦ ପ୍ରତିଶତ ଅଧିକ ଟିକସ ଲାଗୁ କରିବା ନେଇ ପ୍ରସ୍ତାବ ଦେବାକୁ ଅର୍ଥମନ୍ତ୍ରୀଙ୍କ ସହ ଯୋଗାଯୋଗ କରିବେ ବୋଲି ଉଲ୍ଲେଖ କରିଛନ୍ତି ନୀତିନ ଗଡ଼କରୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)