Advertisment

ଖୁବ୍‌ଶୀଘ୍ର ଲିଙ୍ଗରାଜ ମନ୍ଦିର ପାସେଞ୍ଜର ହଲ୍ଟ ହେବ ରେଳ ଷ୍ଟେସନ

ସାଂସଦ ଅପରାଜିତାଙ୍କ ଅନୁରୋଧ କ୍ରମେ ଏହି ଦୁଇ ପ୍ରକଳ୍ପ କାମ ଖୁବ କମ ସମୟ ମଧ୍ୟରେ ହେବ ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଥିବା ଟ୍ୱିଟ୍ କରି କହିଛନ୍ତି ଅପରାଜିତା ।

author-image
Satyendu Shekher Mishra
Aparajita Sarangi

Aparajita Sarangi

ରେଳ ଷ୍ଟେସନ ହେବ ଲିଙ୍ଗରାଜ ପାସେଞ୍ଜର ହଲ୍ଟ । ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ସ୍ଥିତ ଲିଙ୍ଗରାଜ ପାସେଞ୍ଜର ହଲ୍ଟ ଏବେ ଲିଙ୍ଗରାଜ ରେଳ ଷ୍ଟେସନ୍‌ରେ ପରିଣତ ହେବ । ଏହାସହ ଭୁବନେଶ୍ୱର ରେଳ ଷ୍ଟେସନର ନବୀକରଣ ମଧ୍ୟ ହେବ । ଏନେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ସୂଚନା ଦେଇଛନ୍ତି ।

Advertisment

ସାଂସଦ ଅପରାଜିତାଙ୍କ ଅନୁରୋଧ କ୍ରମେ ଏହି ଦୁଇ ପ୍ରକଳ୍ପ କାମ ଖୁବ କମ ସମୟ ମଧ୍ୟରେ ହେବ ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଥିବା ଟ୍ୱିଟ୍ କରି କହିଛନ୍ତି ଅପରାଜିତା । ଏହାସହ ସାଂସଦ ଅପରାଜିତା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟି ଧନ୍ୟବାଦ ଜ୍ଞାପନ କରିଛନ୍ତି । ଦୁଇଟି ପ୍ରକଳ୍ପ କମ ସମୟ ମଧ୍ୟରେ ଆରମ୍ଭ ହେବ ବୋଲି ଟୁଇଟ୍ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ।

Advertisment

ଅନ୍ୟପଟେ ଭୁବନେଶ୍ୱର ସହରରେ ହେବ ୨ଟି ଫୁଟ୍ ଓଭରବ୍ରିଜ୍ ଓ ଗୋଟିଏ ଫ୍ଲାଇ ଓଭର । ଏନେଇ କେନ୍ଦ୍ର ମଂଜୁରୀ ଦେଇଥିବା ଭୁବନେଶ୍ୱର ସାଂସଦ ଅପରାଜିତା ଷଢ଼ଙ୍ଗୀ ପୂର୍ବରୁ ସୂଚନା ଦେଇସାରିଛନ୍ତି । କସମୋପଲିସ୍ ଛକରେ ଜାତୀୟ ରାଜପଥ ଉପରେ ଗୋଟିଏ ଫ୍ଲାଇଓଭର ନିର୍ମାଣ ହେବାକୁ ଥିବା ବେଳେ କ୍ରାଉନ ହୋଟେଲ ଓ ସତସଙ୍ଗ ବିହାର ଠାରେ ହେବ ଫୁଟ୍ ଓଭରବ୍ରିଜ୍ ବୋଲି କହିଛନ୍ତି ଅପରାଜିତା । ଏନେଇ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କଠାରୁ ଅନୁମତି ମିଳି ସାରିଛି ।

କ୍ୟାପିଟାଲ ରିଜିଅନ୍ ରିଂ-ରୋଡ୍‌କୁ ମଧ୍ୟ ମଂଜୁରୀ ମିଳିଥିବା ସୂଚନା । ଖୋର୍ଦ୍ଧା ରାମେଶ୍ୱର ଠାରୁ କଟକ ଟାଙ୍ଗି ପର୍ଯ୍ୟନ୍ତ ହେବ ବାଇପାସ୍ ରୋଡ୍ । କ୍ୟାପିଟାଲ ରିଜିଅନ୍ ରିଂ-ରୋଡ୍ ପାଇଁ ୫୭୪୪ କୋଟି ଖର୍ଚ୍ଚ ହେବ ବୋଲି ସୂଚନା ମିଳିଛି । ଏସବୁ ପ୍ରକଳ୍ପ ନେଇ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ପୂର୍ବରୁ ନିବେଦନ କରିଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ।

Lingaraj Temple Aparajita Sarangi Railway Station Ashwini Vaishnaw
Advertisment
Advertisment