ଉଭୟ ସାକ୍ଷ୍ୟ ଓ ପ୍ରମାଣ ଆଧାରରେ ଅନୁପ ସାଏଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ ।
୧୦୦ ମିଟର ପରିଧି ଭିତରେ କିଛି ନିର୍ମାଣ ହେଲେ ଡିଜି ASIଙ୍କ ସ୍ପେସାଲ ଅନୁମତି ନିହାତି ଜରୁରୀ । ଏଥିପାଇଁ ଅନୁମତି ଦେବାକୁ NMA ପ୍ରାଧିକୃତ ନୁହଁନ୍ତି ।
୧୦ ବର୍ଷ ମଧ୍ୟରେ ଭାରତକୁ ଅଷ୍ଟ୍ରେଲିଆ ସାମଗ୍ରୀ ରପ୍ତାନି ପରିମାଣର ୧୨.୬ ବିଲିୟନ୍ ଡଲାର୍ ମୂଲ୍ୟ ପରିମାଣ ବା ପ୍ରାୟ ୯୧% ବୃଦ୍ଧି ପାଇଛି । ଚୁକ୍ତି ସ୍ୱାକ୍ଷରିତ ଅବସରରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଭାଇ ଭାଇର ସମ୍ପର୍କ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋଏଲ ।
ନେପାଳ ପ୍ରଧାନମନ୍ତ୍ରୀଙ୍କ ସହ ଆସିଥିବା ପ୍ରତିନିଧିମଣ୍ଡଳ ସଦସ୍ୟ ଓ ଭାରତ ପ୍ରତିପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଦୁଇ ଦେଶ ପରସ୍ପରର ବିକାଶ ଓ ପ୍ରଗତିରେ ସମପରିମାଣର ସହଯୋଗ ଯୋଗାଇ ଦେବାକୁ ସହମତି ପ୍ରଦାନ କରିଛନ୍ତି ।
କିଛି ବି ମିଛ କହିନାହିଁ । ଯଦି ସତସାହସ ଅଛି ବାଚସ୍ପତିଙ୍କୁ ଜଣାନ୍ତୁ ବୋଲି ପିନାକୀ ଆହ୍ୱାନ ଦେଇଥିଲେ ।
ଦଳ ଗୁଡିକ ଆଶାୟୀଙ୍କୁ ମନାଇବା ବଦଳରେ ସମସ୍ତଙ୍କୁ ଲଢିବା ପାଇଁ ପ୍ରୋତ୍ସାହିତ କରିଥିଲେ । ଏପରକି କେତେକ ନେତା ଉଭୟ ପ୍ରାର୍ଥୀଙ୍କୁ ଟଙ୍କା ଦେଇଥିବା ଚର୍ଚ୍ଚା ହୁଏ ।
କାଳିଆ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ, ବିଜୁ ପକ୍କା ଘର ଓ ମିଶନ ଶକ୍ତି । ହିତାଧିକାରୀଙ୍କୁ ସିଧାସଳଖ ଲାଭ ଦେଉଥିବା ଏମିତି ଯୋଜନାକୁ ୨୦୨୨-୨୩ ଆର୍ଥିକ ବର୍ଷ ବଜେଟ୍ରେ ମିଳିଛି ଗୁରୁତ୍ୱ ।
ରାତି ଅଧରେ ଅବାଧରେ ଚାଲିଛି ବାଲି ଖୋଳା । ନା କାହାକୁ ଭୟ ନା ଖାତିର । ବାଲି ଖୋଳିବା ପରେ ଜେସିବି ଓ ହାଇୱା ଲଗାଇ କରାଯାଉଛି ଲୋଡିଂ । ଆଉ ରାତି ପାହିଲା ବେଳକୁ ଟ୍ରକ୍ ଟ୍ରକ୍ ବାଲି ନେଇ ମାଫିଆ ଛୁ ।
ଚାନ୍ଦବାଲିରୁ ଅପହରଣ, ଭୁବନେଶ୍ୱର ଦୟାଲ୍ ଆଶ୍ରମରେ ହତ୍ୟା ଆଉ ନୟାଗଡ଼ ରଣପୁରରେ ଶବ ପୋତାଯିବାର ପ୍ରତିଟି କାହାଣୀର କରିଛି ଖୁଲାସା । ଶର୍ମିଷ୍ଠା ଏବଂ ଅନ୍ୟ ସହଯୋଗୀ ମିଶି ମାନସଙ୍କୁ ଅପହରଣ କରିଥିଲେ ଚାନ୍ଦବାଲି ପଳାସପୁର ଗାଁରୁ ।
ଶିଳ୍ପ ପାଇଁ ୩୧.୭୩% ଓ କୃଷି ପାଇଁ ୧୮.୬୧% ଯୋଗଦାନ ରହିଥିବା ମଧ୍ୟ ରିପୋର୍ଟରେ କୁହାଯାଇଛି ।
ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଥିଲେ, ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ସକାଳ ୬ଟା ୩୦ରୁ ଦିନ ୧୦ଟା ପର୍ଯ୍ୟନ୍ତ ସ୍କୁଲ ଖୋଲା ରହିବ । ଏହି ସମୟକୁ ସାମନ୍ୟ ପରିବର୍ତ୍ତନ କରାଯାଇଛି । ୧୦ ଟା ନୁହେଁ ୧୦ଟା ୩୦ ପର୍ଯ୍ୟନ୍ତ ସ୍କୁଲ ଚାଲିବ...
ଲୋକସଭାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ ଉଠାଇ NMA ଅନୁମତି ବିନା ଖନନ କାର୍ଯ୍ୟ ଚାଲିଥିବା ଅଭିଯୋଗ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ।
ସୁରକ୍ଷା ବ୍ୟବସ୍ଥାରେ ଉନ୍ନତି ଆସିଥିବାରୁ AFSPA ହ୍ରାସ କରାଯାଇଥିବା ନେଇ ନିଷ୍ପତ୍ତି ହୋଇଛି । ପୂର୍ବରୁ ଅଶାନ୍ତ ସ୍ଥିତି ପାଇଁ AFSPA ଲାଗୁ କରାଯାଇଥିଲା ।
OAS ଅଧିକାରୀ କଳ୍ପତରୁ ବେହେରାଙ୍କୁ ସିଏମସିର ଅତିରିକ୍ତ କମିଶନର ପଦକୁ ବଦଳି କରାଯାଇଥିବା ବେଳେ ଅବିନାଶ ରାଉତଙ୍କୁ ଏସସିବି ରେଜିଷ୍ଟ୍ରାର (ଆଡମିନିଷ୍ଟ୍ରେସନ) ଦାୟିତ୍ୱ ଦିଆଯାଇଛି ।
ଅର୍ଡିନାରୀ ବା ସାଧାରଣ ବସ୍ ଭଡ଼ା କିଲୋମିଟର ପିଛା ୮୭ ରୁ ୯୦ ପଇସାକୁ ବୃଦ୍ଧି ପାଇଛି । ଏକ୍ସପ୍ରେସ ଭଡ଼ା କିଲୋମିଟର ପିଛା ୯୧ରୁ ୯୪ ପଇସାକୁ ବୃଦ୍ଧି ପାଇଛି ।
ପଂଚାୟତ ନର୍ବାଚନରେ କଂଗ୍ରେସର ପରିସ୍ଥିତି କିଛି ଅଞ୍ଚଳରେ ଭଲ ଥିବା ବେଳେ ଅନେକ ସ୍ଥାନରେ ଦଳର ଭୋଟ ବ୍ୟାଙ୍କକୁ ବିଜେଡି ଏବଂ ବିଜେପି ପୋଛି ନେଇଛନ୍ତି ।
କିଶୋରଙ୍କ ଗଡ଼ ରଖିବାକୁ ତାଙ୍କ ପତ୍ନୀଙ୍କୁ ଟିକଟ ଦେଇପାରେ ବିଜେଡି । ଦଳର ନିର୍ବାଚନ ପରିଚାଳନା ଷ୍ଟ୍ରାଟେଜି ବି କିଛି ସେମିତି କହୁଛି । ହେଲେ ଏବେ ଆଉ କିଛି ରାଜନୈତିକ ଘଟଣାକୁ ନେଇ ହେଲାଣି ନୂଆ ସମୀକରଣ ।
କଂଗ୍ରେସ ପ୍ରଶ୍ନ କରିଥିଲା ଯେ, ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ନାଁରେ ମମିତା ମେହେର, ମାନସ ସ୍ୱାଇଁ ହତ୍ୟା ଘଟଣାରେ ତାଙ୍କ ମା ଆଣିଥିବା ଅଭିଯୋଗ ଅନୁସାରେ ସଂପୃକ୍ତିର ଅଭିଯୋଗ ଥିବାରୁ ଆଇନ୍ଶୃଙ୍ଖଳା ପ୍ରସଙ୍ଗରେ ସେ କିଭଳି ଉତ୍ତର ରଖିବେ ?
ମାନସଙ୍କ ନାଁରେ ଅଭିଯୁକ୍ତମାନେ ଏକ ମିଛ ଅଣ୍ଡରଟେକିଂ ଲେଖିଥିବା ମଧ୍ୟ ଜଣାପଡ଼ିଛି । ଯେଉଁଥିରେ ସେମାନେ ମେମୋରି ଚିପ୍ ପାଇସାରିଥିବା ଓ ମାନସଙ୍କୁ ଛାଡ଼ି ଦେଇଥିବା ଲେଖା ଅଛି । ଉକ୍ତ ଅଣ୍ଡରଟେକିଂରେ ମୃତ ମାନସଙ୍କ ଦସ୍ତଖତ ବି ରହିଛି ।
ସଚଳ କରିବା ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭୁବନେଶ୍ୱର ରିଜର୍ଭ ବ୍ୟାଙ୍କକୁ ଚିଠି କରାଯାଇଥିଲା । ହେଲେ ରିଜର୍ଭ ବ୍ୟାଙ୍କ ଏହାକୁ ଅଗ୍ରାହ୍ୟ କରିଦେଇଥିଲେ ବୋଲି ସେ କହିଛନ୍ତି ।