• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସାରା ଦେଶରେ ଏବେ ତୈଳ ଦର ବୃଦ୍ଧି ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ତୈଳ ଦରରେ ଅହେତୁକ ବୃଦ୍ଧି ହେତୁ ଏହାର ପ୍ରଭାବ ବିଭିନ୍ନ କ୍ଷେତ୍ରରେ ପଡ଼ୁଛି । ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରଦାମ ବୃଦ୍ଧି ପାଇବା ସହ ଘର ଖର୍ଚ୍ଚ ମଧ୍ୟ ବଢ଼ୁଛି । ତେବେ ଏହାରି ଭିତରେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି ଯେ, ଏବେ ଓଲା – ଉବେର ଗାଡ଼ିରେ ଏସି ଲଗାଇବା ପାଇଁ ମନା କରୁଛନ୍ତି । ବାଙ୍ଗାଲୁରରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି । ଅଧିକାଂଶ ଓଲା – ଉବେର ଡ୍ରାଇଭର ଗାଡ଼ିରେ ପାସେଞ୍ଜରଙ୍କ ପାଇଁ ଏସି ଲଗାଇବାକୁ ମନା କରିଦେଉଛନ୍ତି । ଏମିତିକି ଏକ୍ସଟ୍ରା ଚାର୍ଜ ଦେଲେ ଏସି ଲାଗିପାରିବ ବୋଲି କହୁଛନ୍ତି । ତେବେ ଏହାର ସବୁଠୁ ବଡ଼ କାରଣ ହେଲା, ତୈଳ ଦରରେ ବୃଦ୍ଧି ଏବଂ ସ୍ୱଳ୍ପ କମିଶନ । ଏହାକୁ ମ୍ୟାନେଜ କରିବା ପାଇଁ ଓଲା – ଉବେର ଡ୍ରାଇଭର ଏବେ ଏହି ପନ୍ଥା ଆପଣାଇଛନ୍ତି ।

ତେବେ ଓଲା – ଉବେର ଏବେ ଏମିତି ଦୁଇଟି ଆପ୍‌ ଯାହାକୁ ପ୍ରାୟ ସମସ୍ତେ ବ୍ୟବହାର କରୁଛନ୍ତି । ସାରା ଭାରତରେ ଏହି ଦୁଇଟି ଆପ୍‌କୁ ବହୁଳ ମାତ୍ରାରେ ବ୍ୟବହାର କରାଯାଉଛି । କାରଣ ଏହି ଆପ୍‌ ଜରିଆରେ ଲୋକମାନେ ସହଜରେ ସୁବିଧାରେ ସେବା ପାଇପାରୁଛନ୍ତି ।

ପଶ୍ଚିମବଙ୍ଗ, ନୂଆଦିଲ୍ଲୀ, ନୋଏଡା ଏବଂ ତେଲେଙ୍ଗାନା ପରେ ବେଙ୍ଗାଲୁରୁର ଏଭଳି ସ୍ଥିତି ଦେଖିବାକୁ ମିଳିଛି । ଇନ୍ଧନ ମୂଲ୍ୟରେ ବୃଦ୍ଧି ଏବଂ କମ କମିଶନ ଯୋଗୁଁ, ଓଲା - ଉବେର ଡ୍ରାଇଭର ସମ୍ମୁଖୀନ ହେଉଥିବା ଅସୁବିଧାର ସମାଧାନ ପାଇଁ 'ନୋ ଏସି' ନୀତି ଆପଣାଇଛନ୍ତି ।

ଅନ୍ୟ ସହରର କ୍ୟାବ ଡ୍ରାଇଭରମାନେ ମଧ୍ୟ AC ଚଲାଇବା ପାଇଁ ଯାତ୍ରୀମାନଙ୍କଠାରୁ ଅତିରିକ୍ତ ଭଡ଼ା ଦାବି କରୁଛନ୍ତି । ବେଙ୍ଗାଲୁରୁର କିଛି ଯାତ୍ରୀ ମଧ୍ୟ କ୍ୟାବ ଡ୍ରାଇଭରମାନେ ଏସି ଅନ୍ କରିବାକୁ ମନା କରିଥିବା ଅଭିଯୋଗ କରିଛନ୍ତି ।

କ୍ୟାବ ଡ୍ରାଇଭର କେତେବେଳେ COVID-19 ପ୍ରୋଟୋକଲ ବାହାନା ଦେଖାଇ ଏସି ଅନ୍‌ କରିବାକୁ ମନା କରୁଛନ୍ତି, ତ କେତେବେଳେ କହୁଛନ୍ତି କେବଳ ଓଲା ପ୍ରାଇମ ଏବଂ ସେଡାନ ବୁକିଂ କରିଥିଲେ ହିଁ ଏସି ଅନ୍ ହୋଇପାରିବ ।

ତେଲେଙ୍ଗାନା ଗିଗ୍‌ ଏଣ୍ଡ ପ୍ଲାଟଫର୍ମ ୱାର୍କର୍ସ ୟୁନିଅନ୍ (TGPWU) ମଧ୍ୟ ହାଇଦ୍ରାବାଦରେ ମାର୍ଚ୍ଚ ଶେଷ ବେଳକୁ 'ନୋ ଏସି' ଅଭିଯାନ ଆରମ୍ଭ କରିଥିଲା । ତେବେ ଆଗକୁ ଏଭଳି ସ୍ଥିତି ଓଡ଼ିଶାରେ ମଧ୍ୟ ଦେଖାଦେଇ ପାରେ ବୋଲି ଆଶଙ୍କା କରାଯାଉଛି । କାରଣ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଓଲା-ଓବେରର ଖୁବ୍‌ ପ୍ରଚଳନ ରହିଛି ।