ସଡ଼କ ଦୁର୍ଘଟଣାର ୮୦ ଭାଗ ମୃତ୍ୟୁ ପଛର ମୁଖ୍ୟ କାରଣ । NCRBର ସଦ୍ୟତମ ତଥ୍ୟରେ ୩ କାରଣକୁ ଦାୟୀ କରାଯାଇଛି ।
ସବୁଠାରୁ ବଡ଼ କଥା ହେଲା ଜଣେ କି ଦୁଇ ଜଣ ନୁହେଁ ଏକାଥରକେ ୨୫ ଛାତ୍ରୀଙ୍କୁ ଏଭଳି ନିଷ୍ଠୁର ଭାବେ ନିର୍ଯାତନା ଦିଆଯାଇଛି ।
ଆଖିରେ ଲଙ୍କାଗୁଣ୍ଡ ପଡ଼ିଥିବାରୁ ତାଙ୍କୁ କିଛି ଦେଖାଯାଉନି । ଯାହାଫଳରେ ସେ ରାହୁଲ କବଳରୁ ବର୍ତ୍ତିପାରିଲେ ନାହିଁ ।
ଏହି ଘଟଣା ସେତେବେଳେ ଘଟିଲା ଯେତେବେଳେ ସେ ଡେରା ହାଜି ଗୁଲାମରେ ଏକ ପରିବାରିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲା ।
ଓଡ଼ିଶାରେ ଶାସନ ବ୍ୟବସ୍ଥାରେ ଥିବା ଅଧିକାରୀ ଓ ନେତାଙ୍କ ବିନା ସଂପୃକ୍ତି ବା ଜଣାତରେ ଏସବୁ ହେବା ସମ୍ଭବ କି ବୋଲି ସେ ପ୍ରଶ୍ନ କରିଛନ୍ତି ବୈଜୟନ୍ତ ।
ଭାରତରେ ଯେତେ ବଡ ସ୍କାମ ହୋଇଛି ସେଥିରେ କଂଗ୍ରେସର ହାତ ରହିଛି । ବର୍ତ୍ତମାନ ପାଣ୍ଡୋରା ବକ୍ସ ଖୋଲିଛି, ଆଗକୁ ଆହୁରି ରେଡ୍ ହେବ-ଅପରାଜିତା ।
ବୈଠକରେ ଯେକୌଣସି ବଡ଼ ନିଷ୍ପତ୍ତି ସଭାପତିଙ୍କ ଉପରେ ନିର୍ଭର କରେ ବୋଲି କହିଛନ୍ତି ବିଜେଡି ବିଧାୟକ ସତ୍ୟନାରାୟଣ ପ୍ରଧାନ ।
ଏହି ଫଟୋ ଉଠାଇଛି ସୋଲାର୍ ଅଲଟ୍ରାଭାୟୋଲେଟ ଇମେଜିଂ ଟେଲିସ୍କୋପ୍ ବା ସୁଟ୍ ପେଲୋଡ୍ । ଫଟୋ ଗୁଡ଼ିକୁ ଇସ୍ରୋ ପକ୍ଷରୁ ଟ୍ୱିଟ୍ କରାଯାଇଛି ।
୩ ହଜାର ଆବେଦନ ଆସିଥିଲା, ୨ଶହ ନାଁ ସର୍ଟଲିଷ୍ଟ ପରେ ସରିଛି ଚୟନ। ଅଯୋଧ୍ୟାରେ ସମସ୍ତଙ୍କ ରହଣୀ ପାଇଁ ନିର୍ମାଣ ଚାଲିଛି ସ୍ୱତନ୍ତ୍ର ନଗର ।
କ୍ୟାମ୍ପସରୁ ନେତା ତିଆରି ବାଟ ବନ୍ଦ କରି ଭିନ୍ନ ଉଦ୍ୟମ । ଛାତ୍ରଙ୍କୁ ରାଜନୈତିକ ଦଳଙ୍କ ଗୋଡ଼ାଣିଆ ଉଦ୍ୟମକୁ ନେଇ ପ୍ରଶ୍ନ ।
ଲୋକସଭାରୁ ବହିଷ୍କୃତ ହେଲେ ଟିଏମ୍ସିର ମହୁଆ ମୈତ୍ର । ଏଥିକ୍ସ କମିଟି ରିପୋର୍ଟ ଆଧାରରେ ହରାଇଲେ ସାଂସଦ ପଦ ।
ଯେତେ ଖୋଳିଲେ, ସେତେ ବାହାରୁଛି । ଯେତେ ଗଣିଲେ, ସେତେ ଲମ୍ବୁଛି । ମଦ ବ୍ୟବସାୟୀଙ୍କ ସାମ୍ରାଜ୍ୟ ଉପରେ ଆଇଟି ରେଡ୍ ।
ଚେତାବନୀ ଶୁଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କଡ଼ାଗଣ୍ଡା କରି ଆଦାୟ କରାଯିବ ଜନତାଙ୍କଠୁ ଲୁଟ୍ ଟଙ୍କା କହିଲେ ପ୍ରଧାନମନ୍ତ୍ରୀ ।
ଫେବ୍ରୁଆରୀରେ ରେପୋ ରେଟ୍ 6.5 ପ୍ରତିଶତକୁ ବୃଦ୍ଧି କରାଯାଇଥିଲା। ସେହି ଦିନଠାରୁ ରେପୋ ରେଟ୍ ସ୍ଥିର ରହିଆସିଛି।
ଆମେ ବି ଯେତେବେଳେ ଏମିତି ଖବରଟିଏ ଶୁଣିଲୁ ଆମକୁ ବି ସହଜରେ ବିଶ୍ୱାସ ହୋଇନଥିଲା । ଆଉ ଖୁବ୍ ହସ ଲାଗିଥିଲା । ଏମିତି ଘଟଣା ଦେଖିବାକୁ ମିଳିଛି ‘ୱାଶିଂଟନ୍ ଡିସି’ରେ ।
ନିର୍ଭର କରୁଛନ୍ତି ୬ ପଞ୍ଚାୟତର ୫୦ ହଜାର ଲୋକେ । ବିପଦଶଙ୍କୁଳ ପାଲଟିଲାଣି ଡାକ୍ତରଖାନା କୋଠା ।
ଯୁବକମାନଙ୍କ ମଧ୍ୟରେ ଏହା ସଚେତନତା ସୃଷ୍ଟି କରିବ ବୋଲି ଆଶା କରାଯାଉଛି ।
ଛତିଶଗଡ଼ରେ ଜନତାଙ୍କ ମନ ଜିଣିଲେ ଜଣେ ଓଡ଼ିଆ ନେତା । ପ୍ରଥମ ଥର ନିର୍ବାଚନ ଲଢ଼ି ଜିତିଲେ ବିଧାୟକ ପଦ ।
ବାତ୍ୟା ମିଗଜୋମ୍ ପ୍ରଭାବରେ ତାମିଲନାଡୁ ବି ଉବୁଟୁବୁ । ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି ଅବିଶ୍ରାନ୍ତ ବର୍ଷା ଓ ଜଳପ୍ରଳୟ। ଚେନ୍ନାଇ ମହାନଗରୀର ଗଳିକନ୍ଦି, ଛକବଜାର, ଆପାର୍ଟମେଣ୍ଟଠୁ ଆରମ୍ଭ କରି ଏୟାରପୋର୍ଟ ଓ ସବୱେ।
ଦିନକ ପରେ ଦିଲ୍ଲୀରେ ବସିବ ଏହି ବିରୋଧୀ ମେଣ୍ଟର ବୈଠକ । ବୈଠକରେ ଯୋଗ ଦେବେନାହିଁ ବୋଲି କହିଲେ ମମତା ବାନାର୍ଜୀ ।