• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

୨୦୧୯ ପୁଲୱାମା ଆକ୍ରମଣର ମୁଖ୍ୟ କାର୍ପଟଦାରକୁ ପାକିସ୍ତାନରେ ଅପହରଣ । ପୁଲୱାମା ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ତଥା କୁଖ୍ୟାତ ଆତଙ୍କବାଦୀ ଜୈଶ-ଏ-ମହମ୍ମଦ ଆତଙ୍କୀ ସଂଗଠନର ସଦସ୍ୟ ମୋହିଉଦ୍ଦିନ ଔରଙ୍ଗଜେବ ଆଲମଗିରିକୁ ପାକିସ୍ତାନର ହାଫିଜାବାଦରେ କିଛି ଦୁର୍ବୃତ୍ତ ଅପହରଣ କରିନେଇଛନ୍ତି । ଯାହାକୁ ନେଇ ଏବେ ଆତଙ୍କୀ ସଂଗଠନରେ ଭାଳେଣି ପଡ଼ିଛି ।

ଅଚାନକ ଏକ କାର ଆଲମଗିରି ପାଖରେ ପହଞ୍ଚିଲା, ତାପରେ କିଛି ଲୋକ କାରରୁ ବାହାରି ତାକୁ ଜୋର ଜବରଦସ୍ତ କାର ଭିତରେ ପୁରାଇ ସେଠାରୁ ଫେରାର ହୋଇଗଲେ । ଏବେ ସୁଦ୍ଧା ଉକ୍ତ କାରର ସନ୍ଧାନ ମିଳିପାରି ନାହିଁ । ଏହି ଘଟଣା ସେତେବେଳେ ଘଟିଲା ଯେତେବେଳେ ସେ ଡେରା ହାଜି ଗୁଲାମରେ ଏକ ପରିବାରିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲା ।  

୨୦୧୯ ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାର ମୁଖ୍ୟ କାର୍ପଟଦାର ହେଉଛି ଆଲମଗିରି । ସେ ହିଁ ଏହି ବିସ୍ଫୋରଣକୁ ସଫଳ କରିଥିଲା । ଯେଉଁଥିରେ ୪୦ ଜଣ CRPF ଯବାନଙ୍କ ଜୀବନ ଚାଲିଯାଇଥିଲା । ଏହି ଘଟଣା ସାରା ବିଶ୍ୱରେ ଆଲୋଡ଼ନ ସୃଷ୍ଟି କରିଥିଲା । ଏହାସହ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ଅଧିକ ବଢ଼ିଥିଲା ।

ତେବେ ଆଲମଗିରିର ଅପହରଣ ପରେ ଏବେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ଓ ପାକିସ୍ତାନ ସେନାର ଚିନ୍ତା ବଢ଼ିଛି । କିଏ ଅପହରଣ କଲା ଓ କାହିଁକି ଅପହରଣ କରାଯାଇଛି, ସେନେଇ ତଦନ୍ତ ଆରମ୍ଭ ହୋଇଛି । ଆଲମଗିରିକୁ ଉଦ୍ଧାର ତଥା ଅପହରଣକାରୀଙ୍କୁ ଧରିବା ପାଇଁ ହାଫିଜାବାଦ୍‌ର ବିଭିନ୍ନ ସ୍ଥାନରେ ଉଭୟ ସଂସ୍ଥା ଚଢ଼ାଉ କରିଛି । ହେଲେ ଏବେ ସୁଦ୍ଧା ସେମାନେ ଅପହରଣକାରୀଙ୍କୁ ଧରିବାରେ ବିଫଳ ହୋଇଥିବା ସୂଚନା ରହିଛି ।