• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବାହାରେ ସୌଚ ହୋଇଥିବାରୁ ଛାତ୍ରୀଙ୍କ ହାତରେ ଢ଼ାଳିଦେଲେ ଗରମ ତେଲ ! ଏଭଳି ଏକ ନିଷ୍ଠୁର ଘଟଣା ସାମ୍ନାକୁ ଆସିଛି ଛତିଶଗଡ କୋଣ୍ଡାଗାଁରୁ । ଯାହାକୁ ନେଇ ଏବେ ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଏହି ଘଟଣା ପରେ ଏକ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଫଟୋରେ ସ୍ପଷ୍ଟ ଭାବେ ଜଣାପଡ଼ୁଛି ଯେ, ଜଣେ ଛାତ୍ରୀଙ୍କ ହାତରୁ ଚମାଡ଼ା ଛାଡ଼ିଯାଇଛି । ଆଉ ତାହା କେବଳ ଗରମ ତେଲ ପଡ଼ିବା ଯୋଗୁଁ । ତେବେ କୁନି କୁନି ଛାତ୍ରୀଙ୍କୁ ସ୍କୁଲରେ ଏଭଳି ନିଷ୍ଠୁର ନିର୍ଯାତନା ଦେବା ଘଟଣାକୁ ସମସ୍ତେ ନିନ୍ଦା କରିଛନ୍ତି । ଆଉ ଏହି ଘଟଣା ପାଇଁ ଯିଏ ବି ଦାୟୀ, ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରାଯାଇଛି । ତେବେ ଫଟୋ ଭାଇରାଲ ହେବା ପରେ ବିଭାଗ ତରଫରୁ ଘଟଣାର ତଦନ୍ତ ନିର୍ଦେଶ ଦିଆଯାଇଛି । ସବୁଠାରୁ ବଡ଼ କଥା ହେଲା ଜଣେ କି ଦୁଇ ଜଣ ନୁହେଁ ଏକାଥରକେ ୨୫ ଛାତ୍ରୀଙ୍କୁ ଏଭଳି ନିଷ୍ଠୁର ଭାବେ ନିର୍ଯାତନା ଦିଆଯାଇଛି ।

ତେବେ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କ କହିବାନୁଯାୟୀ, ‘ସ୍କୁଲ ଶିକ୍ଷକଙ୍କ ଅଭିଯୋଗ ତାଙ୍କ ଉପସ୍ଥିତିରେ ଛାତ୍ରୀମାନେ ବାହାରେ ସୌଚ କରିଥିଲେ । ଏହାସହ ମଧ୍ୟାହ୍ନ ଭୋଜନ ରୋଷେଇ ଘରେ ପଶି ଗରମ ତେଲରେ ଖେଳିଥିଲେ । ଯାହାଫଳରେ ସେମାନଙ୍କ ହାତରୁ ଛାଲ ଉତୁରି ଯାଇଛି ।’

ତେବେ ମିଳିଥିବା ସୂଚନା ଅନୁଯାୟୀ, ଏହି ଘଟଣା ବିଦ୍ୟାଳୟର ଶିକ୍ଷକମାନଙ୍କ ସାମ୍ନାରେ ଘଟିଥିଲା । ସମସ୍ତ ୨୫ ପିଲାଙ୍କ ହାତରେ ଗରମ ତେଲ ଢ଼ାଳିବା ପାଇଁ ସ୍କୁଲ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଥିଲେ ।

ସୌଚାଳୟ ବାହାରେ କିଏ ସୌଚ ହେଉଛି, ଏହି ଘଟଣାରେ ପିଲାଙ୍କଠାରୁ ସତ ବାହାର କରିବା ଉଦେଶ୍ୟରେ ଏଭଳି ନିର୍ଦେଶ ଦିଆଯାଇଥିବା କଥା ମଧ୍ୟ ସାମ୍ନାକୁ ଆସିଛି । କାରଣ ବାରମ୍ବାର କେହି ଜଣେ ସୌଚଳାୟ ବାହାରେ ସୌଚ କରି ପରିବେଶକୁ ଦୂଷିତ କରୁଛି । ଏଥିପାଇଁ ଛାତ୍ରୀମାନଙ୍କୁ ଦାୟୀ କରାଯାଇଛି ।