• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆସନ୍ତା ୧୪ ତାରିଖରେ ବିଜେଡି ନେଇପାରେ ବଡ଼ ନିଷ୍ପତ୍ତି । ଡିସେମ୍ବର ୨୬ ତାରିଖ ବିଜେଡି ପ୍ରତିଷ୍ଠା ଦିବସ ପୂର୍ବରୁ, ଡିସେମ୍ବର ୧୪ରେ ଅନୁଷ୍ଠିତ ହେବାକୁ ଯାଉଛି ଦଳର ଗୁରୁତ୍ବପୂର୍ଣ୍ଣ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ । ବିଜେଡି ରାଜ୍ୟ କାର୍ଯ୍ୟାଳୟ ଶଙ୍ଖଭବନରେ ହେବ ଏହି କାର୍ଯ୍ୟକାରିଣୀ ବୈଠକ । ଆଗକୁ ନିର୍ବାଚନ ଥିବାରୁ ୱାର୍ଡ ସ୍ତରରୁ କିପରି ସଂଗଠନ ସୁଦୃଢ଼ ହେବ ସେନେଇ ବୈଠକରେ ଆଲୋଚନା ହେବ । ଏଥିସହ ପ୍ରତିଷ୍ଠା ଦିବସ ପାଳନର ରୂପରେଖ ସଂପର୍କରେ ମଧ୍ୟ ଆଲୋଚନା ହେବ । ତେବେ ବୈଠକରେ ଯେକୌଣସି ବଡ଼ ନିଷ୍ପତ୍ତି ସଭାପତିଙ୍କ ଉପରେ ନିର୍ଭର କରେ ବୋଲି କହିଛନ୍ତି ବିଜେଡି ବିଧାୟକ ସତ୍ୟନାରାୟଣ ପ୍ରଧାନ ।