• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଏମିତି ଚୋରି ଘଟଣା ଆପଣ କେବେ ଶୁଣିନଥିବେ । ବର୍ତ୍ତମାନ ସମୟରେ ଚୋରମାନେ ବି ମେଣ୍ଟେନ୍‌ କଲେଣି କ୍ଲାସ୍‌ । ଶସ୍ତା ଜିନିଷ ଆଉ ଚୋରି କରୁନାହାନ୍ତି ଚୋର । ଲଗଜୁରିୟସ୍‌ ଜିନିଷ ଉପରେ ହିଁ ତାଙ୍କ ନଜର । ଭୁଲରେ ଯଦି ବି କିଛି ଶସ୍ତା ଜିନିଷ ହାତରେ ଲାଗିଯାଏ, ତେବେ ଚୋର ମାନେ ତାକୁ ନରଖି ଫେରାଇ ଦେଇଥାନ୍ତି । ଏକଥା ଶୁଣି ଆପଣଙ୍କୁ ହସ ଲାଗୁଥିବ ନିଶ୍ଚୟ । କାରଣ ଆମେ ବି ଯେତେବେଳେ ଏମିତି ଖବରଟିଏ ଶୁଣିଲୁ ଆମକୁ ବି ସହଜରେ ବିଶ୍ୱାସ ହୋଇନଥିଲା । ଆଉ ଖୁବ୍‌ ହସ ଲାଗିଥିଲା । ଏମିତି ଘଟଣା ଦେଖିବାକୁ ମିଳିଛି ‘ୱାସିଂଟନ୍‌ ଡିସି’ରେ ।

ପୁରା କାହାଣୀଟି ହେଲା, ଏକ ଦମ୍ପତ୍ତି ଆପାର୍ଟମେଣ୍ଟରେ ନିଜ କାର ପାର୍କିଂ କରି ବାହାରୁଥିବା ବେଳେ ହଠାତ୍‌ ଦୁଇ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ତାଙ୍କ ସାମ୍ନାରେ ପହଞ୍ଚିଲେ । ଆଉ ମୁଣ୍ଡରେ ବନ୍ଧୁକ ଲଗାଇ ତାଙ୍କ ପାଖରେ ଯାହା କିଛି ବି ଥିଲା ସବୁ ନେଇଗଲେ । ଏମିତିକି ମୋବାଇଲ, ପର୍ସ, ଗାଡ଼ି ଚାବି ସବୁ ଛଡ଼ାଇ ନେଲେ । ପରେ ବ୍ୟକ୍ତି ଜଣଙ୍କୁ ସେଠାରେ ଧକ୍କା ମାରି ତଳେ ପକାଇ ଫେରାର ହୋଇଗଲେ ।

ହେଲେ ଆଶ୍ଚର୍ଯ୍ୟର ବିଷୟ, ଚୋରି କରିବାର ମାତ୍ର କିଛି ମିନିଟ୍‌ ଭିତରେ ପୁଣି ସେହି ସ୍ଥାନକୁ ଆସିଥିଲେ ଚୋର । ଆଉ ବ୍ୟକ୍ତିଙ୍କୁ ତାଙ୍କ ମୋବାଇଲ ଫେରାଇ ଚାଲିଯାଇଥିଲେ । ଆଉ କହିଥିଲେ ‘ଆମର ଏଭଳି ଶସ୍ତା ଆଣ୍ଡ୍ରଏଡ୍‌ ଫୋନ୍‌ ଦରକାର ନାହିଁ ।’

ଚୋରମାନେ ଆଇଫୋନ୍‌ କଭର ଦେଖି ଚୋରି କରିଥିଲେ ମୋବାଇଲ । ହେଲେ ବାସ୍ତବରେ ତାହା ଥିଲା ଆଣ୍ଡ୍ରଏଡ୍‌ ଫୋନ୍‌ । ଯେଉଁଥିପାଇଁ ଚୋର ମାନେ ଖୁବ୍ ବିରକ୍ତ ହୋଇଥିଲେ । ଆଉ ଉକ୍ତ ବ୍ୟକ୍ତିଙ୍କୁ ଗାଳିଗୁଲଜ ବି କରିଥିଲେ । କାହିଁକି ତୁମେ ଆଣ୍ଡ୍ରଏଡ୍‌ ଫୋନ୍‌ ଉପରେ ଆଇଫୋନ୍‌ କଭର ଲଗାଇଛ ବୋଲି ପ୍ରଶ୍ନ କରି ତାତ୍ସଲ୍ୟ ବି କରିଥିଲେ । ତେବେ ଏହି ଘଟଣା ଯିଏ ବି ଶୁଣୁଛି ସିଏ ହସୁଛି ।