ନିର୍ବାଚନ ପରେ ବିଜେପିର ମେଣ୍ଟ ସରକାର ‘ଗୋଗୋ ଦିଦି ଯୋଜନା’ ଆରମ୍ଭ କରିବାକୁ ଘୋଷଣା କରିଛି । ଏହା ଅଧୀନରେ ପ୍ରତ୍ୟେକ ମାସର ୧୧ ତାରିଖ ଦିନ ପ୍ରତ୍ୟେକ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨୧୦୦ ଟଙ୍କା ଆର୍ଥିକ ସହାୟତା ହସ୍ତାନ୍ତର କରାଯିବ ।
ଆଜି ଭୋରରୁ ମାଲକାନଗିରିରୁ ପୁରୀ ଯାଉଥିବା ଜଗନ୍ନାଥ ବସ୍, ମହାକାଳ ନାମକ ଅନ୍ୟ ଏକ ଯାତ୍ରୀବାହୀ ବସ୍ ଏବଂ ପିକଅପ୍ ମଧ୍ୟରେ ଦୁର୍ଘଟଣା ଘଟିଛି ।
ସମ୍ଭାବ୍ୟ ସାମୁଦ୍ରିକ ଝଡ଼ର ନାଁ ରଖାଯାଇଛି 'ଦାନା'। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ୨୪ ସକାଳେ ଏହା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି ।
ଗାନ୍ଦରବଲ ସ୍ଥିତ ସୋନାମାର୍ଗ ଅଞ୍ଚଳରେ ଏକ ଟନେଲ କାର୍ଯ୍ୟ ଚାଲିଥିଲା । ଏହି ଟନେଲ ଖୋଳା କାମରେ ବାହାର ରାଜ୍ୟର ଶତାଧିକ ଶ୍ରମିକ ନିୟୋଜିତ ଥିବାବେଳେ ସେମାନଙ୍କ କ୍ୟାମ୍ପ ଉପରକୁ ଆତଙ୍କବାଦୀମାନେ ଆଖିବୁଜା ଗୁଳିମାଡ଼ କରିଥିଲେ ।
IMD ଡିଜି କହିଛନ୍ତି ଯେ, ୨୪ ଓ ୨୫ ତାରିଖ ବେଶୀ ଗୁରୁତ୍ବପୂର୍ଣ୍ଣ । ଏହି ସମୟରେ ପବନର ବେଗ ୧୦୦ରୁ ୧୨୦ କିଲୋମିଟର ଯାଏଁ ରହିପାରେ ।
୨୨ ତାରିଖ ସକାଳେ ସୁଦ୍ଧା ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ରଟି ଅବପାତରେ ପରିଣତ ହେବ । ତେବେ ଏହା ୨୩ ସୁଦ୍ଧା ବାତ୍ୟା ରୂପ ନେବ ।
ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ଦାନା ବାନ୍ଧିବା ସମ୍ଭାବନା ରହିଛି । ଏହାପରେ ଉତ୍ତରପଶ୍ଚିମ ଦିଗକୁ ଗତି କରି ଅଧିକ ଘନୀଭୂତ ହେବ ଲଘୁଚାପ ।
ଏହି ବଡ଼ ଧରଣର ବିସ୍ଫୋରଣ ପରେ ଘଟଣାସ୍ଥଳରେ ଫରେନସିକ ଟିମ୍ ସହ ପହଞ୍ଚି ତନାଘନା କରୁଛି ଦିଲ୍ଲୀ ପୋଲିସ ।
ଏକ ସ୍ଲିପର୍ କୋଚ୍ ବସ୍ ଦ୍ରୁତ ଗତିରେ ଆସି ଏକ ଅଟୋକୁ ଧକ୍କା ଦେଇଥିଲା । ଯାହାଫଳରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୮ ଜଣ ଶିଶୁ, ଦୁଇ ଜଣ ମହିଳା ଓ ଜଣେ ପୁରୁଷ ଅଛନ୍ତି ।
ଇସ୍ରାଏଲ ଫୋର୍ସ ଦ୍ୱାରା ସେୟାର କରାଯାଇଥିବା ଭିଡିଓରେ ଦେଖିବାକୁ ମିଳୁଛି କି ସିନୱାର ତାଙ୍କ ପତ୍ନୀ ଏବଂ ପିଲାମାନଙ୍କ ସହିତ ଏକ ଅଣ୍ଡରଗ୍ରାଉଣ୍ଡ ବଙ୍କର ଭିତରକୁ ଯାଉଛି ।
କାହ୍ନୁ ପେଶାରେ ଜଣେ ସରକାରୀ ବିଦ୍ୟାଳୟର ଶିକ୍ଷକ । ପରିବାର ସହ ବୈପାରୀଗୁଡାରେ ରୁହନ୍ତି । ପରିବେଶ ସଚେତନତା ନେଇ ଗତ ୨୦୧୪ ମସିହାରୁ ‘ପ୍ଲାଣ୍ଟ ଏ ଟ୍ରି ସେଭ୍ ଦ ପ୍ଲାନେଟ’ ନାରା ନେଇ ବିଭିନ୍ନ ଗାଁକୁ ଯାଇ ସଚେତନତା ବାର୍ତ୍ତା ବାଣ୍ଟିବା ସହ ବୃକ୍ଷରୋପଣ କରିଥାନ୍ତି...
ଲକ୍ଷ୍ମୀପ୍ରିୟା ଏବେ ଯାଜପୁର NC କଲେଜରେ ଯୁକ୍ତ ଦୁଇ ବିଜ୍ଞାନ ପ୍ରଥମ ବର୍ଷର ଛାତ୍ରୀ ଭାବେ ପାଠ ପଢୁଛନ୍ତି । କିନ୍ତୁ ସେଠାରେ ରହିବା, ଖାଇବା ଓ କୋଚିଙ୍ଗ ନେବା ପାଇଁ ମଧ୍ୟ ତାଙ୍କ ପାଖରେ ଟଙ୍କା ନାହିଁ ।
ମହାରାଷ୍ଟ୍ରର ତାଡୋବା ଜଙ୍ଗଲରୁ ଏହି ଦୁଇ ମହାବଳ ବାଘ ଆସିବେ । ଶିମିଳିପାଳର ସ୍ୱତନ୍ତ୍ର ଟିମ୍ ତାଡ଼ୋବା ଯାଇ ବାଘ ଚିହ୍ନଟ କରିବା ପରେ ଆଇନ ଅନୁଯାୟୀ ବିଭିନ୍ନ ପ୍ରକ୍ରିୟା କରାଯାଇ ବାଘ ଅଣାଯିବ ।
ଅଫିସକୁ ଆସୁଥିବା ଲୋକେ ଅଧିକାରୀଙ୍କୁ ମୋଟ୍ ୧୦ରୁ କେତେ ମାର୍କ ଦେବେ ନିଷ୍ପତ୍ତି ନେବେ। ରାଜସ୍ବ ଅଧିକାରୀଙ୍କ କାର୍ଯ୍ୟର ମୂଲ୍ୟାଙ୍କନ ଜନତା କରିବେ ।
ଏହାର ପ୍ରଭାବରେ ଆସନ୍ତା ୨୩, ୨୪ ଓ ୨୫ ତାରିଖରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି ।
ଏହି ୩ ଦିବସୀୟ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ସମେତ ବିଭିନ୍ନ କେନ୍ଦ୍ରମନ୍ତ୍ରୀ।
ଲମ୍ବୁଛି ବିଜେଡିର ବରିଷ୍ଠ ନେତାଙ୍କ ବୟାନବାଜି। ପରାଜୟର କାରଣ ବଖାଣି ଖୋଲାଖୋଲି ବିସ୍ଫୋରଣ କରୁଛନ୍ତି, ଦଳପତିଙ୍କୁ ଅବଗତ ବି କରୁଛନ୍ତି। ହେଲେ ଏଯାଏଁ ବୁଝାପଡୁନି ଦଳକୁ ସଂଗଠିତ କରିବାକୁ ନବୀନଙ୍କ ଯୋଜନା କଣ। ଯାହାକୁ ନେଇ ଦଳ ଭିତରେ ଅସନ୍ତୋଷ ବି ତୀବ୍ର ହେଉଛି।
ଦିଲ୍ଲୀ ପରେ ମୁମ୍ବାଇରେ ବି ଚମକିଲା ଓଡ଼ିଶାର ଶିଳ୍ପ ଅଭିବୃଦ୍ଧି ଭିଜନ୍। ବଡ଼ ଶିଳ୍ପସଂସ୍ଥା ମୁଖିଆଙ୍କୁ ଭେଟି ୱାନ ଟୁ ୱାନ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ, ତାସହ ୩ ଶହ ନିବେଶକଙ୍କ ଆଗରେ ସଫଳତାର ସହ ରୋଡ୍ ସୋ ବି କଲେ ରାଜ୍ୟ ସରକାର।
ଆମ ଓଡ଼ିଶା ନବୀନ ଓଡ଼ିଶାର ଭବିଷ୍ୟତ ନେଇ ନୂଆ ସରକାର ଆରମ୍ଭ ହେବା ପରଠୁ ଲାଗିଥିବା ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ।
ନାନା ଶଙ୍କା ଆଉ ନାନା ଚର୍ଚ୍ଚା ଭିତରେ କେନ୍ଦ୍ରୀୟ ଆଣ୍ଡାମାନ ସାଗର ଉପରେ ଭାସମାନ ମେଘ ଖଣ୍ଡ ବଢ଼ାଇଲାଣି ଆଶଙ୍କା। କାରଣ ଏଠାକାର ବାୟୁମଣ୍ଡଳର ଉପରି ଭାଗରେ ୫.୮ କିଲୋମିଟର ଯାଏଁ ବ୍ୟାପିଛି ଘୁର୍ଣ୍ଣିବଳୟ।