/odishatv-khabar/media/post_attachments/uploadimage/library/16_9/16_9_0/IMAGE_1729407047.jpg)
Low Pressure
ହେବ କି ବାତ୍ୟା । ବଙ୍ଗୋପସାଗରରେ ଦାନା ବାନ୍ଧିବ କି ସାଇକ୍ଲୋନ ? ବାତ୍ୟା ହେଲେ କୁଆଡ଼େ ଯିବ ? କେଉଁଠି ହିଟ୍ କରିବ ? ଓଡ଼ିଶାରେ ପଡ଼ିବ କି ସମ୍ଭାବ୍ୟ ବାତ୍ୟାର ପ୍ରଭାବ ? ଏବେ ଏମିତି ଚର୍ଚ୍ଚା ଜୋର ଧରିଛି । ଆଣ୍ଡାମାନ ସାଗରରେ ବର୍ତ୍ତମାନ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ବଳ ଗୋଟାଇ ଅଧିକ ଘନୀଭୂତ ହେଉଛି। ୨୪ ଘଣ୍ଟାରେ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ।
ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ଦାନା ବାନ୍ଧିବା ସମ୍ଭାବନା ରହିଛି । ଏହାପରେ ଉତ୍ତରପଶ୍ଚିମ ଦିଗକୁ ଗତି କରି ଅଧିକ ଘନୀଭୂତ ହେବ ଲଘୁଚାପ । ୨୩ ତାରିଖ ବେଳକୁ ଅବପାତର ରୂପ ନେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତେବେ ସମ୍ଭାବ୍ୟ ବାତ୍ୟା ନେଇ କୌଣସି ଆକଳନ କରିନି IMD । ଲଘୁଚାପ କ୍ଷେତ୍ର ହେବା ପରେ ଏହାର ଗତି ଓ ସ୍ଥିତି ନେଇ କିଛିଟା ଚିତ୍ର ସ୍ପଷ୍ଟ ହେବ । ଲଘୁଚାପ କ୍ଷେତ୍ରରେ ପରିଣତ ହେବା ପରେ ହିଁ ଏହାର ରୂପରେଖ ଓ ଗତି ବାବଦରେ ଆକଳନ କରାଯିବ ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ।
ସେପଟେ ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ରାଜ୍ୟରେ ୨୩ରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୨୫ ତାରିଖ ଯାଏ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ । ୨୨ରୁ ସମୁଦ୍ର ଅଶାନ୍ତ ହେବ । ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ସୁଦ୍ଧା ମତ୍ସ୍ୟଜୀବୀ ସମୁଦ୍ରରୁ ଫେରି ଆସିବା ପାଇଁ ପରାମର୍ଶ ଦେଇଛି ପାଣିପାଗ ବିଭାଗ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)