/odishatv-khabar/media/post_attachments/uploadimage/library/16_9/16_9_0/IMAGE_1729479280.jpg)
Terror Activities
ଜମ୍ମୁ-କାଶ୍ମୀରର ଗାନ୍ଦରବଲରେ ଆତଙ୍କୀ ହମଲା । ୭ ଜଣଙ୍କୁ ଗୁଳି କରି ହତ୍ୟା କଲେ ଆତଙ୍କବାଦୀ । ମୃତକଙ୍କ ମଧ୍ୟରେ ଜଣେ ସ୍ଥାନୀୟ ଡାକ୍ତରଙ୍କ ସମେତ ଟନେଲରେ କାମ କରୁଥିବା ୬ ପ୍ରବାସୀ ଶ୍ରମିକ ଅଛନ୍ତି । ଆତଙ୍କୀ ହମଲାରେ ୫ ଜଣ ଗୁରୁତର ଅଛନ୍ତି । ସେମାନଙ୍କୁ ଶ୍ରୀନଗରର ଏକ ହସ୍ପିଟଲରେ ଚିକିତ୍ସା କରାଯାଉଛି । ଶ୍ରମିକଙ୍କୁ ଟାର୍ଗେଟ୍ କରି ଆତଙ୍କବାଦୀଙ୍କ ଏଭଳି ବର୍ବର କାଣ୍ଡ ଆତଙ୍କ ସୃଷ୍ଟି କରିଛି । ସମ୍ପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ୍ ଚଳାଇଛି ସେନା ।
ଅଧିକ ପଢ଼ନ୍ତୁ: CRPF ସ୍କୁଲ ବାହାରେ ଭୟଙ୍କର ବିସ୍ଫୋରଣ, ଧୁଆଁମୟ ହୋଇଗଲା ପୂରା ଅଞ୍ଚଳ
ସୂଚନା ଅନୁସାରେ, ଗାନ୍ଦରବଲ ସ୍ଥିତ ସୋନାମାର୍ଗ ଅଞ୍ଚଳରେ ଏକ ଟନେଲ କାର୍ଯ୍ୟ ଚାଲିଥିଲା । ଏହି ଟନେଲ ଖୋଳା କାମରେ ବାହାର ରାଜ୍ୟର ଶତାଧିକ ଶ୍ରମିକ ନିୟୋଜିତ ଥିବାବେଳେ ସେମାନଙ୍କ କ୍ୟାମ୍ପ ଉପରକୁ ଆତଙ୍କବାଦୀମାନେ ଆଖିବୁଜା ଗୁଳିମାଡ଼ କରିଥିଲେ । ତେବେ ଏହି ଆକ୍ରମଣରେ ଜଣେ ସ୍ଥାନୀୟ ଡାକ୍ତରଙ୍କ ସହ ମୋଟ ୭ ଜଣଙ୍କ ମୃତ୍ୟୁ ହୋଇଛି ।
ତେବେ ଏହି ଘଟଣା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲେଖିଛନ୍ତି, ଜାମ୍ମୁ-କାଶ୍ମୀରର ଗଗନଗୀରରେ ସାଧାରଣ ନାଗରିକଙ୍କ ଉପରେ ହୋଇଥିବା ଆକ୍ରମଣ ଏକ ନୃଶଂସ ତଥା ଘୃଣ୍ୟ କାର୍ଯ୍ୟ। ଏହି ଜଘନ୍ୟ କାର୍ଯ୍ୟରେ ଜଡିତ ଥିବା ବ୍ୟକ୍ତିଙ୍କୁ ବରଦାସ୍ତ କରାଯିବ ନାହିଁ । ମୁଁ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଉଛି । ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ମୁଁ ପ୍ରାର୍ଥନା କରୁଛି ବୋଲି କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)