• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ରାଜସ୍ବ ବିଭାଗ ଅଧିକାରୀଙ୍କ କାର୍ଯ୍ୟ ଦକ୍ଷତାର ପ୍ରମାଣପତ୍ର ଦେବେ ସାଧାରଣ ଜନତା । ଝାରସୁଗୁଡ଼ାରେ ଆଜି ଏଭଳି ବଡ଼ ବୟାନ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଝାରସୁଗୁ଼ଡ଼ାରେ ଜନଶୁଣାଣୀ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ରାଜସ୍ବ ମନ୍ତ୍ରୀ କହିଛନ୍ତି, ରାଜସ୍ବ ବିଭାଗର ସବୁ ତହସିଲ ଅଫିସ, ସବ୍‌ ରେଜିଷ୍ଟ୍ରର ଅଫିସ ଓ ରାଜସ୍ବ ସେବା ଦିଆଯାଉଥିବା ସମସ୍ତ ଅଫିସରେ ରେଜିଷ୍ଟର ରହିବ, ଲୋକେ ମାର୍କ ଦେବେ ।

ଅଫିସକୁ ଆସୁଥିବା ଲୋକେ ଅଧିକାରୀଙ୍କୁ ମୋଟ୍ ୧୦ରୁ କେତେ ମାର୍କ ଦେବେ ନିଷ୍ପତ୍ତି ନେବେ। ରାଜସ୍ବ ଅଧିକାରୀଙ୍କ କାର୍ଯ୍ୟର ମୂଲ୍ୟାଙ୍କନ ଜନତା କରିବେ । ଉଭୟ ଅଫଲାଇନ୍ ଓ ଅନ୍ ଲାଇନରେ ଲୋକେ ଏହି ମାର୍କ ଦେବେ । ଯେଉଁ ଅଧିକାରୀ ବାରମ୍ବାର ୧୦ରୁ କମ୍ ମାର୍କ ପାଇବେ, ତାଙ୍କ ସଂପର୍କରେ ବିଭାଗ ଚିନ୍ତା କରିବ ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି ।

 

OTV is now on Whatsapp

Join and get latest news update delivered to you via whatsapp

Join Now