• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଶିମିଳିପାଳକୁ ଆସିବ ଦୁଇଟି ମହାବଳ ବାଘ । ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଶିମିଳିପାଳର ସ୍ୱତନ୍ତ୍ର ଟିମ୍‌ ମହାରାଷ୍ଟ୍ରର ଯାଇଥିବା ଜଣାପଡ଼ିଛି । ଆସନ୍ତା ସପ୍ତାହ ମଧ୍ୟରେ ମହାରାଷ୍ଟ୍ରରୁ ଶିମିଳିପାଳକୁ ଦୁଇଟି ମହାବଳ ବାଘ ଆସିବ । ଶିମିଳିପାଳର କ୍ଷେତ୍ର ନିର୍ଦ୍ଦେଶକ, ଉପ ନିର୍ଦ୍ଦେଶକଙ୍କ ସହ ବନ୍ୟଜନ୍ତୁ ଡାକ୍ତରୀଦଳ ଏବଂ ତାଲିମପ୍ରାପ୍ତ ବନ କର୍ମଚାରୀ ଓ ଶିମିଳିପାଳର ରାପିଡ ରେସପନ୍ସ ଟିମ୍‌କୁ ନେଇ ଗଠିତ ଏକ ଦଳ ମହାରାଷ୍ଟ୍ର ଯାଇଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ ମହାରାଷ୍ଟ୍ରର ତାଡୋବା ଜଙ୍ଗଲରୁ ଏହି ଦୁଇ ମହାବଳ ବାଘ ଆସିବେ । ଶିମିଳିପାଳର ସ୍ୱତନ୍ତ୍ର ଟିମ୍‌ ତାଡ଼ୋବା ଯାଇ ବାଘ ଚିହ୍ନଟ କରିବା ପରେ ଆଇନ ଅନୁଯାୟୀ ବିଭିନ୍ନ ପ୍ରକ୍ରିୟା କରାଯାଇ ବାଘ ଅଣାଯିବ । ପୂର୍ବରୁ ଶିମିଳିପାଳ ବାଘ ବଂଶ ବୃଦ୍ଧି ପାଇଁ ଦେଶର ଉତ୍ତମ ସ୍ଥାନ ବୋଲି NTCA ସ୍ପଷ୍ଟ କରିଥିଲା । ଏହି ପରିପ୍ରେକ୍ଷୀରେ ଶିମିଳିପାଳକୁ ଦୁଇଟି ମହାବଳ ଅଣା ଯାଉଥିବା ସ୍ପଷ୍ଟ କରିଛନ୍ତି PCCF । ଏଥିପାଇଁ ପୂର୍ବ ପ୍ରସ୍ତୁତି ଶେଷ ହୋଇସାରିଥିବା PCCF କହିଛନ୍ତି । ତେବେ ବର୍ତ୍ତମାନ ଶିମିଳିପାଳ ଅଭୟାରଣ୍ୟରେ ମଧ୍ୟ ୨୮ଟି ବାଘ ଥିବା ଜଣାପଡ଼ିଛି ।

 

OTV is now on Whatsapp

Join and get latest news update delivered to you via whatsapp

Join Now