• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଆଗକୁ ଝାଡଖଣ୍ଡ ନିର୍ବାଚନ । ଆଉ ଏହି ନିର୍ବାଚନକୁ ଆଖିଆଗରେ ରଖି, ବିଜେପି ବିଜୟର ରଣନୀତି ପ୍ରସ୍ତୁତ କରୁଛି । ନିର୍ବାଚନ ପୂର୍ବରୁ ମହିଳା ଭୋଟରଙ୍କୁ ଆକର୍ଷିତ କରିବାକୁ ବିଜେପି ଗୋଗୋ ଦିଦି ଯୋଜନା ଆରମ୍ଭ କରିବାକୁ ଯାଉଛି । ଯେଉଁ ଯୋଜନାରେ ପ୍ରତି ମାସରେ ପ୍ରତି ମହିଳାଙ୍କୁ ୨୧୦୦ ଟଙ୍କା ମିଳିବ । ଠିକ୍ ଓଡ଼ିଶାରେ ସୁଭଦ୍ରା ଯୋଜନା ପରି ଏଠାରେ ମହିଳା ଭୋଟରଙ୍କୁ ଆକର୍ଷିତ କରିବାକୁ ବିଜେପି ଏଭଳି ଥୋପ ଦେଇଛି ବୋଲ ଚର୍ଚ୍ଚା ହେଉଛି ।

ଏହି ଯୋଜନା ବିଜେପି ଆରମ୍ଭ କରୁଛି ସତ । ହେଲେ ଏହା ପୂର୍ବରୁ ଝାଡଖଣ୍ଡର ହେମନ୍ତ ସୋରେନ ସରକାରଙ୍କ ‘ମୈୟା ସମ୍ମାନ ଯୋଜନା’ ବା ମା’କୁ ସମ୍ମାନ ଯୋଜନା କରିଥିଲା । ଯାହାର ପ୍ରଥମ କିସ୍ତି ଟଙ୍କା ରାଜ୍ୟବାସୀ ପାଇଥିଲେ ବି ୨ୟ କିସ୍ତି ଟଙ୍କା ଆଜିଯାଏଁ ମିଳିପାରି ନାହିଁ । ଆଉ ଏହି ନିର୍ବାଚନକୁ ଆଖିରେ ରଖି ଏହି ଯୋଜନାର ରାଶି ୧୦୦୦ ଟଙ୍କାକୁ ବଢ଼ାଇ ୨୫୦୦ କରିବେ ବୋଲି ପ୍ରତିଶ୍ରୁତି ଦେଇଛି ସୋରେନ୍ ସରକାର ।

ଏହି ଛକାପଞ୍ଝା ଭିତରେ ବିଜେପି ଗୋଗୋ ଦିଦି ଯୋଜନା କଥା ଉଠାଇ ଚର୍ଚ୍ଚାକୁ ଆସିଛି । ସମସ୍ତେ କହୁଛନ୍ତି, ଓଡ଼ିଶା ବିଜୟର ଶ୍ରେୟ ସୁଭଦ୍ରା ଯୋଜନାକୁ ଯାଉଥିବା ବେଳେ ସମାନ ଫର୍ମୁଲା ଏଠାରେ ଲାଗୁ ହେବାକୁ ଯାଉଛି । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ, କ’ଣ ଏହି ଗୋଗୋ ଦିଦି ଯୋଜନା।

ନିର୍ବାଚନ ପରେ ଭାଜପାର ମେଣ୍ଟ ସରକାର ‘ଗୋଗୋ ଦିଦି ଯୋଜନା’ ଆରମ୍ଭ କରିବାକୁ ଘୋଷଣା କରିଛି । ଏହା ଅଧୀନରେ ପ୍ରତ୍ୟେକ ମାସର ୧୧ ତାରିଖ ଦିନ ପ୍ରତ୍ୟେକ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨୧୦୦ ଟଙ୍କା ଆର୍ଥିକ ସହାୟତା ହସ୍ତାନ୍ତର କରାଯିବ । ଏହି ଯୋଜନାରେ ରାଜ୍ୟର ମହିଳାମାନଙ୍କୁ ପ୍ରତି ମାସରେ ୨୧୦୦ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଛି ଦଳ । ସେହିପରି ମାତ୍ର ୫୦୦ ଟଙ୍କାରେ LPG ଗ୍ୟାସ ସିଲିଣ୍ଡର ମଧ୍ୟ ମହିଳାମାନେ ଏହି ଯୋଜନାରେ ପାଇବେ।

ଖାଲି ସେତିକି ନୁହେଁ, ବିଜେପି ସରକାରକୁ ଆସିଲେ, ୫ ବର୍ଷ ମଧ୍ୟରେ ଝାଡଖଣ୍ଡର ଯୁବକମାନଙ୍କ ପାଇଁ ୫ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ୫ ଲକ୍ଷ ସ୍ବୟଂ ନିଯୁକ୍ତ ଏବଂ ୨.୮୭ ଲକ୍ଷ ଖାଲି ସରକାରୀ ପଦବୀ ପୂରଣ ହେବ ବୋଲି ପ୍ରତିଶ୍ରୁତି ଦେଇଛି। ୨ ବର୍ଷ ପାଇଁ ପ୍ରତ୍ୟେକ ସ୍ନାତକ ଡିଗ୍ରୀ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ୨୦୦୦ ଟଙ୍କା ଭତ୍ତା ମିଳିବ । ଏପପରି ଗୃହ ନିର୍ମାଣ ପାଇଁ ମାଗଣା ବାଲି ବି ଯୋଗାଇବେ ସରକାର । ତେବେ ଆଗକୁ ଦେଖିବାକୁ ରହିଲା, ଜନମତ କାହା ସପକ୍ଷରେ ଯାଉଛି। ଆଉ କେଉଁ ଯୋଜନାରେ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଆସୁଛି।

OTV is now on Whatsapp

Join and get latest news update delivered to you via whatsapp

Join Now