ହମାସ ନେତା ୟାହ୍ୟା ସିନୱାରର ଆଉ ଏକ ଭିଡିଓ ସେୟାର କରିଛି ଇସ୍ରାଏଲ ସେନା । ଏହି ଭିଡିଓ ଅକ୍ଟୋବର ୭, ୨୦୦୩ରେ ଇସ୍ରାଏଲ ଉପରେ ହୋଇଥିବା ମାରାତ୍ମକ ଆକ୍ରମଣର କିଛି ଘଣ୍ଟା ପୂର୍ବରୁ ରେକର୍ଡ କରାଯାଇଥିଲା । ହମାସର ଏହି ଆକ୍ରମଣରେ ଇସ୍ରାଏଲର ପ୍ରାୟ ୧୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା । ସବୁଠାରୁ ବଡ଼ କଥା ହେଉଛି ଏହି ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା ୟାହ୍ୟା ସିନୱାର ।
Also Read
ତେବେ ଇସ୍ରାଏଲ ଫୋର୍ସ ଦ୍ୱାରା ସେୟାର କରାଯାଇଥିବା ଭିଡିଓରେ ଦେଖିବାକୁ ମିଳୁଛି କି ସିନୱାର ତାଙ୍କ ପତ୍ନୀ ଏବଂ ପିଲାମାନଙ୍କ ସହିତ ଏକ ଅଣ୍ଡରଗ୍ରାଉଣ୍ଡ ବଙ୍କର ଭିତରକୁ ଯାଉଛି । ସିନୱାର ଇସ୍ରାଏଲ ଉପରେ ଆକ୍ରମଣର କିଛି ସମୟ ପୂର୍ବରୁ ବଙ୍କର ଭିତରକୁ ଟିଭି, ତକିଆ, ଗଦି ଏବଂ ଅନ୍ୟ କିଛି ଅତ୍ୟାବଶ୍ୟକ ସାମଗ୍ରୀ ନେଇ ଯାଉଛି । ବାହାରେ ଇସ୍ରାଏଲରେ ଆତଙ୍କ ଚାଲିଥିବା ବେଳେ ବଙ୍କର ଭିତରେ କିନ୍ତୁ ନିଜ ପରିବାର ସହିତ ବେଶ୍ ଆରମରେ ରହିଥିଲା ସିନୱାର ।
ଆଇଡିଏଫ୍ ମୁଖପାତ୍ର ରିୟର ଆଡମିରାଲ୍ ଡାନିଏଲ ହାଗରୀ ମନ୍ତବ୍ୟ ଦେଇ କହିଛନ୍ତି, ‘ଆପଣମାନେ ଦେଖିପାରୁଥିବେ ଯେ, ସିନୱାର ଏବଂ ତାଙ୍କ ପରିବାର ସଦସ୍ୟମାନେ କିପରି ଏକ ନିର୍ଦ୍ଦୟ ହତ୍ୟାକାଣ୍ଡର କିଛି ଘଣ୍ଟା ପୂର୍ବରୁ ଏକ ଅଣ୍ଡରଗ୍ରାଉଣ୍ଡ ବଙ୍କରକୁ ଯାଉଛନ୍ତି । ଏହି ଫୁଟେଜରେ ସିନୱାର ଓ ତାଙ୍କ ପରିବାର ସହିତ ଖାଦ୍ୟ, ପାଣି, ଓ ଏକ ପ୍ଲାଜମା ସ୍କ୍ରିନ୍ ନେଇ ଯାଉଥିବାର ଦେଖିବାକୁ ମିଳିଛି । ହାଗରୀଙ୍କ ଅନୁଯାୟୀ, ବଙ୍କରରେ ଶୈଚାଳୟ, ରୋଷେଇ ଘର ମଧ୍ୟ ଥିଲା, ଯାହା ସୂଚାଇ ଦେଇଛି ଯେ ସିନୱାର ଦୀର୍ଘ ସମୟ ବଙ୍କରରେ ରହିବା ପାଇଁ ପ୍ରସ୍ତୁତ ହୋଇଥିଲା ।
ମୃତ୍ୟୁ ପୂର୍ବରୁ ପରିବାର ସହ ଟନେଲ୍ରେ ଲୁଚିଥିଲା ହମାସ ମୁଖ୍ୟ ସିନୱାର। ଇସ୍ରାଏଲ୍ ଡିଫେନ୍ସ ଫୋର୍ସ ପକ୍ଷରୁ ଏକ ଭିଡିଓ ଜାରି କରାଯାଇଛି। ଦେଖନ୍ତୁ କିପରି ଜୀବନ ବଞ୍ଚାଇବାକୁ ଯାଇ ସପରିବାର ଟନେଲ୍ରେ ରହିଛନ୍ତି।#Hamasleader #YahyaSinwar #IsraelDefenceForces #OTV pic.twitter.com/JSEGETxro8
— ଓଟିଭି (@otvkhabar) October 20, 2024