ଏୟାର କ୍ୱାଲିଟି ଇଣ୍ଡେକ୍ସ ନିମ୍ନସ୍ତରକୁ ଖସୁଥିବାରୁ ଧୂଳି ଓ ଧୂଆଁରେ ଅଣନିଶ୍ୱାସୀ ହୋଇଯାଉଛନ୍ତି ଦିଲ୍ଲୀବାସୀ । ସ୍ଥିତି ନିୟନ୍ତ୍ରଣ ଲାଗି ବିଭିନ୍ନ କଟକଣା ଲଗାଇଛନ୍ତି ଦିଲ୍ଲୀ ସରକାର।
ସୈାର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ। ଇଂରାଜୀରେ ୦୫ ତାରିଖ ରବିବାର ଚନ୍ଦ୍ର- କର୍କଟ ଅହୋରାତ୍ର, ତିଥି- ୮ମୀ ରାତ୍ରି ୦୩.୧୮ ଗତେ ୯ମୀ, ଘାତ ଚନ୍ଦ୍ର- ନାସ୍ତି, ଘାତ ବାର – ମେଷ ରାଶିର, ପୁଷ୍କର ଦୋଷ – ୧ ପାଦ-କୃଷିହାନି-ଭୂମିଦାନ
ନିର୍ବାଚନ ପ୍ରଚାର ବେଳେ ମାଓବାଦୀମାନେ ବିଜେପି ନେତା ରତନ ଦୁବେଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ସେ ପ୍ରଚାର କରୁଥିବା ବେଳେ ନାରାୟଣପୁର ଜିଲ୍ଲାର କୌଶଲ ନଗରରେ ତାଙ୍କୁ ମାଓବାଦୀମାନେ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ପୋଲିସ କହିଛି।
ଏହି କଲରା ପତରିଆ ବାଘକୁ ଟ୍ରାଙ୍କୁଲାଇଜ କରି ଧରିବାକୁ ଗାଁରେ ପହଞ୍ଚିଛି ବନ ବିଭାଗର ଏକ ଟିମ୍ । ସପ୍ତାହେ ଭିତରେ ଏହି ଅଞ୍ଚଳରେ ଦୁଇ ଜଣ କଲରାପତରିଆର ଶିକାର ହୋଇଛନ୍ତି ଜଣେ ନାବାଳକ ଓ ଜଣେ ମହିଳା ।
ଏହି ବିଜୟ ସହ ପୁଣି ସେମିଫାଇନାଲ ରେସ୍କୁ ଫେରିଛି ପାକିସ୍ତାନ । ଉଭୟ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ୪ଟି ବିଜୟ ଓ ୪ଟି ପରାଜୟ ସହିତ ସମାନ ପଏଣ୍ଟ ପାଇଛନ୍ତି। ଭଲ ରନ୍ ରେଟ୍ ଯୋଗୁଁ ନ୍ୟୁଜିଲାଣ୍ଡ ଚତୁର୍ଥ ଓ ପାକିସ୍ତାନ ପଞ୍ଚମ ସ୍ଥାନରେ ଅଛି ।
ମହଙ୍ଗା ପଡ଼ିଲା ମହିଳା ସାମ୍ବାଦିକଙ୍କୁ ମାଡ଼ ଅଭିଯୋଗ। ଅଡୁଆ ବଢ଼ାଇଲା ସର୍ବସମ୍ମୁଖରେ ଦୁର୍ବ୍ୟବହାର। ଗତକାଲି ସିନେମା ହଲ୍ ସାମ୍ନାରେ ମହିଳା ସାମ୍ବାଦିକା ଦେବସ୍ମିତା ରାଉତଙ୍କୁ ପ୍ରଯୋଜକ ଟୁଟୁ ନାୟକ ଏଭଳି ଆଚରଣ ଦେଖାଇଥିବା ଅଭିଯୋଗକୁ ନେଇ ହୋଇଥିଲା ହୁଲସ୍ତୁଲ୍।
ମଝିରେ ଆଉ ମାତ୍ର ଦୁଇ ଦିନ। ଆସନ୍ତା ୭ ତାରିଖ ମଙ୍ଗଳବାର ଛତିଶଗଡ଼ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ। ଏଥିପାଇଁ ଆସନ୍ତାକାଲି ସଂଧ୍ୟାରେ ସରିବ ପ୍ରଚାର। କ୍ୟାମ୍ପେନିଂ ପାଇଁ ହାତରେ ଆଉ ମାତ୍ର ଗୋଟିଏ ଦିନ ଥିବାରୁ ଦୁଇ ପ୍ରମୁଖ ଦଳ କଂଗ୍ରେସ ଓ ବିଜେପି ଜୋରସୋରରେ...
ଆବର୍ଜନା ପରିଚାଳନାରେ ବିଏମସିର ତ୍ରୁଟିକୁ ନେଇ ରାଜଧାନୀବାସୀ ଅଣନିଶ୍ୱାସୀ ହୋଇପଡିଥିବା ବେଳେ ବିଏମସିର ତାଗିଦ୍। ଏଣିକି ଓଦା ଓ ଶୁଖିଲା ଅଳିଆ ଅଲଗା ଅଲଗା କରି ନ ଦେଲେ ବିଏମସି ନେବ କାର୍ଯ୍ୟାନୁଷ୍ଠାନ ।
ଆମ ଓଡ଼ିଶା, ନବୀନ ଓଡିଶା କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତି ପଞ୍ଚାୟତକୁ ବିକାଶମୂଳକ କାମ ଲାଗି ୫୦ ଲକ୍ଷ ଟଙ୍କାର ପାଣ୍ଠି ଦିଆଯାଉଛି। ତେବେ ପ୍ରଶ୍ନ ଉଠୁଛି ବିକାଶମୂଳକ କାମରେ ଜନପ୍ରତିନିଧିମାନଙ୍କୁ କାହିଁକି ଅଣଦେଖା କରାଯାଉଛି?
ଶୁକ୍ରବାର ଅପରାହ୍ନ ପ୍ରାୟ ସାଢ଼େ ୩ଟା । ରିଲିଜ୍ ହେବାକୁ ଥିବା ଏକ ସିନେମାର କଭରେଜ୍ ପାଇଁ ଯାଇଥିଲେ ସାମ୍ବାଦିକା ଦେବସ୍ମିତା ରାଉତ। ଆଉ ଗେଟ୍ ସାମ୍ନାରେ ଛିଡ଼ା ହୋଇଥିବାବେଳେ ପାଖକୁ ଆସି ମାଡ଼ ମାରିବା ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆଣି ଥାନାର ଦ୍ୱାରସ୍ଥ ହୋଇଥିଲେ ଦେବସ୍ମିତା।
ଧରମବନ୍ଧା ଥାନା କୋଦପାଲି ଗାଁରେ ପଶି ଆକ୍ରମଣ କଲା କଲରାପତରିଆ ବାଘ। ଗାଁରେ ପଶି ନାବାଳକକୁ ଝାମ୍ପିନେଲା ବେଳେ ବଞ୍ଚାଇଲେ ସ୍ଥାନୀୟ ଲୋକ।
ଗତକାଲି ଦେଢଶହରୁ ଅଧିକ ଦର୍ଶକ ଫିଲ୍ମ ଦେଖୁଥିବା ବେଳେ ହଠାତ୍ କିଛି ବ୍ୟକ୍ତି ବାଇକରେ ପହଞ୍ଚି ଗଣ୍ଡଗୋଳ କରିଥିଲେ। ପୋଷ୍ଟର ବ୍ୟାନର ଚିରିବା ସହ ସୋ ବନ୍ଦ କରିବାକୁ ଧମକ ଦେଇଥିଲେ। ‘ପ୍ରଥା’ ଫିଲ୍ମ ବନ୍ଦ କରି କିଛି ଲୋକ ‘ମାଇଣ୍ଡଗେମ୍’ ଫିଲ୍ମ ଚଲାଇବାକୁ ବି ବାଧ୍ୟ କରିଥିଲେ।
ରତ୍ନଭଣ୍ଡାର ସ୍ଥିତି ପରଖିବା ପାଇଁ କାର୍ତ୍ତିକ ପୂର୍ଣ୍ଣିମା ପରଦିନ ୨୮ ତାରିଖରେ ଲେଜର ସ୍କାନିଂ କରାଯିବ । ଟେକ୍ନିକାଲ କମିଟି ସହିତ ଆଲୋଚନା ପରେ ଏହି ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ ।
ଏ ଛାତିଥରା ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତେବେ ଅନ୍ୟମାନଙ୍କର ଅବସ୍ଥା ଗୁରୁତର ରହିଥିବା ଜଣାପଡ଼ିଛି। ପୂରା ଘଟଣା ସିସିଟିଭିରେ କଏଦ୍ ହୋଇଛି।
ମହିଳା ସାମ୍ବାଦିକାଙ୍କୁ ଅଶାଳୀନ ବ୍ୟବହାର ଦେଖାଇଥିବା ଅଭିଯୋଗରେ ପ୍ରଯୋଜକ ଟୁଟୁ ନାୟକ ଗିରଫ ହୋଇଛନ୍ତି । ପ୍ରଯୋଜକ ଟୁଟୁ ନାୟକଙ୍କୁ ପୋଲିସ ଗିରଫ କରିଥିବା ଜୋନ୍ -୧ ଏସିପି ମାନସ ଗଡ଼ନାୟକ ସୂଚନା ଦେଇଛନ୍ତି।
ସାପ ବିଷରେ ନିଶା। ଏ ପ୍ରଶ୍ନ ଆଉ ପ୍ରସଙ୍ଗ ଉଭୟ ଚକିତ କଲା ଭଳିଆ। ଆପଣ ଭାବୁଥାଇ ପାରନ୍ତି ଯେ, ଯଦି ସାପ କାମୁଡିଲେ ମଣିଷ ମରିଯାଉଛି ତ ରେଭ୍ ପାର୍ଟିରେ ସାପର ବିଷ କ’ଣ କରୁଛି ?
ଓଡ଼ିଶା ଷ୍ଟେଟ୍ ବାର୍ କାଉନସିଲ ସଦସ୍ୟ ପ୍ରତିନିଧି ନିର୍ବାଚନ ସ୍ଥଗିତ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଷ୍ଟେଟ୍ ବାର୍ କାଉନସିଲ୍ ନିର୍ବାଚିତ ସଦସ୍ୟ। ବାର୍ କାଉନସିଲ୍ ଅଫ୍ ଇଣ୍ଡିଆର ନିଷ୍ପତ୍ତିକୁ ନିନ୍ଦା କରୁଛୁ।
ଆସନ୍ତା ଜାନୁଆରୀରୁ ଶ୍ରୀକ୍ଷେତ୍ରରେ ପ୍ରଭୁ ଜଗନ୍ନାଥଙ୍କ ମନ୍ଦିରକୁ ପ୍ରବେଶ ପାଇଁ ଏକ ସ୍ବତନ୍ତ୍ର ଡ୍ରେସ୍ କୋଡ୍ ପ୍ରଚଳନ ପାଇଁ ନିୟମ ଜାରି କରାଯାଇଛି। ତେବେ ପୁରୀ ପରେ ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦା ଜଗନ୍ନାଥ ମନ୍ଦିର ପାଇଁ ଏହି ନିୟମ ଲଗାଇବାକୁ ଏବେ ଦାବି ଆରମ୍ଭ ହୋଇଛି ।
ଆଜି ଅନୁଷ୍ଠିତ ହୋଇଥିଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ଏହି ବୈଠକରେ ରତ୍ନ ଭଣ୍ଡାରର ଲେଜର ସ୍କାନିଂକୁ ଅନୁମତି ଦିଆଯାଇଛି। ଲେଜର ସ୍କାନିଂ କରିବାକୁ ASIକୁ ଅନୁମତି ଦିଆଯାଇଛି ।
ଲୋନ୍ ଲୋଭ ଦେଖାଇ ଲଗାଇଲେ ଚୂନ। ପ୍ରଥମେ ପ୍ରତିଶ୍ରୁତି ଦେଲେ ପରେ ପ୍ରତାରଣା କଲେ। ଆଧାର କାର୍ଡ ଓ ପାନ୍ କାର୍ଡ ନେଇ ଲୁଟିନେଲେ ୩୦ ହଜାର ଟଙ୍କା। ଲୋନ୍ କରାଇଦେବା ପାଇଁ ଆପଣଙ୍କୁ କିଏ ଆଧାର କାର୍ଡ ଓ ପାନ୍ କାର୍ଡ ମାଗୁଛନ୍ତି କି? ଏହି ଡିଟେଲ୍ସ...