Advertisment

Severe Kalabaisakhi in Odisha: କଳାହାଣ୍ଡିଆ ମେଘ ସହ ନିର୍ଦ୍ଧୁମ୍ ଛେଚିଲା କାଳବୈଶାଖୀ, ବାଲେଶ୍ବରରେ ୨ ମୃତ

ମାତ୍ର ଘଣ୍ଟାଏ ପାଇଁ ଆସିଲା, ତାଣ୍ଡବ ରଚି ଚାଲିଗଲା। ପ୍ରଚଣ୍ଡ କାଳବୈଶାଖୀ କୋପରେ ଆଜି ଥରିଛି ରାଜଧାନୀ ଭୁବନେଶ୍ବର ସମେତ ରାଜ୍ୟର ଅନେକ ଅଞ୍ଚଳ। କାଳବୈଶାଖୀ ବର୍ଷା ପ୍ରଭାବରେ ଆଜି ବେଶ୍ ଭଲରେ ଭିଜିଛି ରାଜଧାନୀ ଆଉ ଅବଶିଷ୍ଟ ଓଡ଼ିଶା। ଆଜି ସକାଳେ ହଠାତ ଖରାଟିଆ ପାଗ, ମେଘୁଆ ରୂପ ନେବା ପରେ ଢୁ ଢୁ ବର୍ଷିଥିଲା କାଳବୈଶାଖୀ ବର୍ଷା।

author-image
Saroj Kumar Jena
kalabaisakhi

kalabaisakhi

ମାତ୍ର ଘଣ୍ଟାଏ ପାଇଁ ଆସିଲା, ତାଣ୍ଡବ ରଚି ଚାଲିଗଲା। ପ୍ରଚଣ୍ଡ କାଳବୈଶାଖୀ କୋପରେ ଆଜି ଥରିଛି ରାଜଧାନୀ ଭୁବନେଶ୍ବର ସମେତ ରାଜ୍ୟର ଅନେକ ଅଞ୍ଚଳ। କାଳବୈଶାଖୀ ବର୍ଷା ପ୍ରଭାବରେ ଆଜି ବେଶ୍ ଭଲରେ ଭିଜିଛି ରାଜଧାନୀ ଆଉ ଅବଶିଷ୍ଟ ଓଡ଼ିଶା। ଆଜି ସକାଳେ ହଠାତ ଖରାଟିଆ ପାଗ, ମେଘୁଆ ରୂପ ନେବା ପରେ ଢୁ ଢୁ ବର୍ଷିଥିଲା କାଳବୈଶାଖୀ ବର୍ଷା। ଆଉ ସାଙ୍ଗରେ ଆଣିଥିବା ଦଲକା ପବନ ଅନେକ ସ୍ଥାନରେ ଗଛ ଭାଙ୍ଗିବା ସହ କ୍ଷୟକ୍ଷତି ଘଟାଇଥିଲା। କାଳବୈଶାଖୀ କୋପରେ ଭୁବନେଶ୍ବର ଓ କଟକ ସମେତ, ବାଙ୍କୀ, ବାଲେଶ୍ବର ଆଦି ଅଞ୍ଚଳରେ ଜନଜୀବନ ବେହାଲର ଚିତ୍ର ସାମ୍ନାକୁ ଆସିଛି। ଏପଟେ ରାଜ୍ୟରେ ତାପମାତ୍ରା ଅଧିକ ନହୋଇ, ସ୍ବାଭାବିକ ଥିବାରୁ ଏହା କାଳବୈଶାଖୀ ପାଇଁ ସୁଯୋଗ ଆଣୁଥିବା କହିଛନ୍ତି ପାଣିପାଗ ବିଜ୍ଞାନୀ।

Advertisment

ଅଧିକ ପଢ଼ନ୍ତୁ: ବିପର୍ଯ୍ୟୟ ପରେ ଭୁଶୁଡୁଛି ବିଜେଡି ଗଡ଼ ! ସାଙ୍ଗଠନିକ ନିର୍ବାଚନ ପରେ ନୂଆ ଟିମ୍ ଗଢିବେ ନବୀନ

କାଳବୈଶାଖୀର ପ୍ରଚଣ୍ଡ କୋପ। ମାତ୍ର କେଇ ମିନିଟ ଭିତରେ ରଚିଲା ତାଣ୍ଡବ। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଆଜି ସକାଳେ ରାଜଧାନୀ ସମେତ ରାଜ୍ୟର ଅନ୍ୟ ଅଞ୍ଚଳରେ ବେଶ୍ ବର୍ଷିଛି କାଳବୈଶାଖୀ ବର୍ଷା। ଏ ଦୃଶ୍ୟ ସ୍ମାର୍ଟ ସିଟି ଭୁବନେଶ୍ବରର। ଦିନ ପ୍ରାୟ ୧୦ଟା ପରେ ହଠାତ ରାଜଧାନୀର ଫର୍ଚ୍ଚା ଆକାଶରେ ଘୋଟି ଆସିଥିଲା କଳାହାଣ୍ଡିଆ ମେଘ। ମେଘୁଆ ପାଗରେ ଦିନ ୧୦ଟା ବେଳେ ସୃଷ୍ଟି ହୋଇଥିଲା ରାତିର ଭ୍ରମ। ଆଉ ପରେ ପରେ ଛେଚିଥିଲା ତୁହାକୁ ତୁହା ବର୍ଷା । ମୂଷଳ ବର୍ଷା ଫଳରେ କିଛି ସମୟ ପାଇଁ ଯେମିତି ଅଟକି ଯାଇଥିଲା ରାଜଧାନୀ । ଯିଏ ଯେଉଁଠି ପାରିଥିଲେ ଆଶ୍ରୟ ନେଇଥିଲେ। ଶୁନଶାନ ହୋଇଯାଇଥିଲା ବ୍ୟସ୍ତବହୁଳ ରାସ୍ତା । ଆଜିର କାଳବୈଶାଖୀ ବର୍ଷାରେ ରାଜଧାନୀର ପ୍ରାୟ ସମସ୍ତ ଅଞ୍ଚଳ ଭଲ ଭାବେ ଭିଜିଛି। ଏପଟେ ବର୍ଷା ସାଙ୍ଗକୁ ୬୮ କିମି ବେଗରେ ପବନ ବହିବାରୁ ଅନେକ ସ୍ଥାନରେ ଗଛ ଉପୁଡ଼ିବା ସହ ଡାଳ ବି ଭାଙ୍ଗିଛି। ଅନେକ ସ୍ଥାନରେ ଟ୍ରାଫିକ୍ ପୋଷ୍ଟରେ ଖରା ପାଇଁ ହୋଇଥିବା ସେଡକୁ କ୍ଷତି ପହଞ୍ଚାଇଛି ପବନ। ସେପଟେ ପୁରୁଣା ଭୁବନେଶ୍ବର ଭୀମଟାଙ୍ଗୀ ଅଞ୍ଚଳରେ ଏକ କାର ଉପରେ ଗଛ ପଡ଼ିଥିବା ବେଳେ ଏପଟେ ନୟାପଲ୍ଲୀରେ ଜଣେ ନାବାଳକ ଛାତରୁ ଖସି ଗୁରୁତର ହୋଇଛନ୍ତି। ତାଙ୍କ ଡାହାଣ ପଟ ଛାତିରେ ଲୁହା ଗ୍ରୀଲ ପଶିଯିବାରୁ, ତାଙ୍କୁ ଗୁରୁତର ଅବସ୍ଥାରେ ଏମସରେ ଭର୍ତ୍ତି କରାଯାଇଛି।
କଟକ ଜିଲ୍ଲାର ବାଙ୍କୀ ଅଞ୍ଚଳରେ ବି ବେଶ୍ କୋପ ଦେଖାଇଛି କାଳବୈଶାଖୀ। ପ୍ରବଳ ବର୍ଷା ସାଙ୍ଗକୁ ଝଡ଼ ତୋଫାନ ଫଳରେ ବାଙ୍କୀ ଗୟଳବାଙ୍କଠାରେ ଏକାଧିକ ଗଛ ଉପୁଡ଼ି ରାସ୍ତାରେ ପଡ଼ିବାରୁ କିଛି ଘଣ୍ଟା ପାଇଁ ଠପ୍ ହୋଇଯାଇଥିଲା ଗାଡ଼ି ଚଳାଚଳ। ବାଙ୍କୀ-ଭୁବନେଶ୍ବର ରାସ୍ତାର ଉଭୟ ପାର୍ଶ୍ଵରେ ଅଟକି ରହିଥିଲେ ବହୁ ସଂଖ୍ୟାରେ ଗାଡ଼ି ମୋଟର। ସେହିଭଳି ଢେଙ୍କାନାଳ ଜିଲ୍ଲାରେ ବର୍ଷା ଓ ଅଧିକ ବେଗରେ ପବନ ଯୋଗୁଁ ଅନେକ ସ୍ଥାନ ଗଛ ଉପୁଡ଼ିଥିବା ଦେଖିବାକୁ ମିଳିଛି। ଏପଟେ ବାଲେଶ୍ବରରେ ଗତକାଲି ରାତିରୁ ପ୍ରବଳ ବର୍ଷା ଯୋଗୁଁ ସହରର ତଳିଆ ଅଞ୍ଚଳରେ ସୃଷ୍ଟି ହୋଇଛି କୃତ୍ରିମ ବନ୍ୟା ପରିସ୍ଥିତି। ବିଶେଷକରି ସହରର ଭାସ୍କର ଗଞ୍ଜ,ଗୁଡ଼ିପଦା ଓ ଏକତା ନଗର ଅଞ୍ଚଳରେ ରହୁଥିବା ବହୁ ପରିବାର ଜଳବନ୍ଦୀ ଅବସ୍ଥାରେ ଦିନ କାଟୁଛନ୍ତି।
ଏପଟେ ଗଲା ଦୁଇ ତିନି ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି କାଳବୈଶାଖୀ ବର୍ଷା ସାଙ୍ଗକୁ ଝଡ଼ ତୋଫାନ। ତେବେ ଏଇ ନିକଟରେ ଗୋଟିଏ ଗୋଟିଏ ପରେ ଗୋଟିଏ କାଳବୈଶାଖୀ କାହିଁକି ସୃଷ୍ଟି ହେଉଛି, ସେ ସମ୍ପର୍କରେ ମତ ରଖିଛନ୍ତି ପାଣିପାଗ ବିଜ୍ଞାନୀ। ପାଣିପାଗ ବିଭାଗର ସୂଚନା ଅନୁସାରେ ଆଜି ରାଜଧାନୀରେ ମାତ୍ର ଘଣ୍ଟାଏ ଭିତରେ ୨୬.୨ ମିମି ବର୍ଷା ରେକର୍ଡ କରାଯାଇଛି। ସେପଟେ ଆସନ୍ତା ୨୪ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସାଙ୍ଗକୁ ପବନ ହେବା ନେଇ ଆଗୁଆ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ

Advertisment

ଅଧିକ ପଢ଼ନ୍ତୁ: ମୋର ଆଶା...ନବୀନଙ୍କୁ ଲେଖିଥିବା ଚିଠି ଅନୁସାରେ ଦଳ ଚାଲିବ: ରଣେନ୍ଦ୍ର ପ୍ରତାପ ସ୍ୱାଇଁ

Kalabaisakhi Kalabaisakhi In Odisha
Advertisment
Advertisment