Advertisment

ମଙ୍ଗଳବାର ଛତିଶଗଡ଼ ବିଧାନସଭା ନିର୍ବାଚନ, ପ୍ରଥମ ପର୍ଯ୍ୟାୟରେ ରହିଛି ୭ ନକ୍ସଲ ପ୍ରଭାବିତ ଜିଲ୍ଲା

ମଝିରେ ଆଉ ମାତ୍ର ଦୁଇ ଦିନ। ଆସନ୍ତା ୭ ତାରିଖ ମଙ୍ଗଳବାର ଛତିଶଗଡ଼ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ। ଏଥିପାଇଁ ଆସନ୍ତାକାଲି ସଂଧ୍ୟାରେ ସରିବ ପ୍ରଚାର। କ୍ୟାମ୍ପେନିଂ ପାଇଁ ହାତରେ ଆଉ ମାତ୍ର ଗୋଟିଏ ଦିନ ଥିବାରୁ ଦୁଇ ପ୍ରମୁଖ ଦଳ କଂଗ୍ରେସ ଓ ବିଜେପି ଜୋରସୋରରେ ପ୍ରଚାର ଚଳାଇଛନ୍ତି।

author-image
Santosh Kumar Sahoo

ନକ୍ସଲ ଭୟ ଭିତରେ ଭୋଟ୍ ଦେବାକୁ ଯାଉଛି ଛତିଶଗଡ଼। ପ୍ରଥମ ପର୍ଯ୍ୟାୟରେ ଆସନ୍ତା ମଙ୍ଗଳବାର ୨୦ଟି ଆସନରେ ମତଦାନ ହେବ। ସୁକମା, ବସ୍ତର, ରାଜନନ୍ଦଗାଁଓ, ବିଜାପୁର ପରି ୧୧ ଜିଲ୍ଲାର ଏହି ସବୁ ଅଞ୍ଚଳ ମାଓବାଦୀ ପ୍ରଭାବିତ ହୋଇଥିବାରୁ ସୁରକ୍ଷା ହେଉଛି ମୁଖ୍ୟ ଚ୍ୟାଲେଞ୍ଜ। ଏଥିପାଇଁ ବାୟୁସେନାର ହେଲିକପଟର ଯୋଗେ ବୁଥ୍ କୁ ଯାଉଛନ୍ତି ପୋଲିଂ ପାର୍ଟି। ଇଭିଏମ୍ ଓ ଅନ୍ୟ ନିର୍ବାଚନ ସାମଗ୍ରୀ ନେଇ ୪୨ଟି ଟିମ୍ ହେଲିକପଟରରେ ବୁଥ୍ ଅଭିମୁଖେ
ବାହାରିଛନ୍ତି। ନକ୍ସଲଙ୍କ ଭୟ ଯୋଗୁଁ ସୁକମାର ୩୬ଟି ବୁଥ୍ କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ଶାନ୍ତି ଶୃଙ୍ଖଳାରେ ଭୋଟ କରାଇବା ପ୍ରଶାସନର ମୁଖ୍ୟ ଲକ୍ଷ୍ୟ।

Advertisment
India Chattisgarh General Elections
Advertisment
Advertisment