Advertisment

New Ration Cards Distribution in Odisha: ୫ ଲକ୍ଷ ୯୦ ହଜାର ନୂଆ ରାସନ୍ କାର୍ଡ, ଢେଙ୍କାନାଳରୁ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ବ୍ଲକ୍ ଏବଂ ଜିଲ୍ଲାସ୍ତରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରି ନିର୍ବାଚିତ ବିଧାୟକ କିମ୍ବା ସାଂସଦ ମାନଙ୍କ ଜରିଆରେ ଏହି ରାସନ କାର୍ଡ ବଣ୍ଟାଯିବାକୁ ଚିଠିରେ ଲେଖାଯାଇଛି। ୨୨ ତାରିଖ ସୁଦ୍ଧା ଯେମିତି ସବୁ ପ୍ରସ୍ତୁତି ଶେଷ ହୁଏ ତାହା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

author-image
Saroj Kumar Jena
ration

ration

ଆବେଦନ କରି ରାସନ କାର୍ଡ ପାଇଁ ଅପେକ୍ଷାରେ ଅଛନ୍ତି କି ? ବ୍ୟସ୍ତ ହୁଅନ୍ତୁନି, ଦୀର୍ଘଦିନ ଧରି ବନ୍ଦ ଥିବା ପ୍ରକ୍ରିୟାକୁ ଆରମ୍ଭ କରିବାକୁ ଯାଉଛନ୍ତି ମୋହନ ସରକାର। ୫ ଲକ୍ଷ ୯୦ ହଜାର ହିତାଧିକାରୀଙ୍କୁ କାର୍ଡ ଦେବାକୁ ହୋଇଛି ନିଷ୍ପତ୍ତି। ଏପ୍ରିଲ ୨୨ ସୁଦ୍ଧା କାର୍ଡ ପ୍ରିଣ୍ଟ ସହ ବଣ୍ଟନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସାରିବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛି ବିଭାଗ।
ଜିଲ୍ଲାପାଳମାନଙ୍କୁ ଏହି ମର୍ମରେ ଚିଠି ଲେଖି ଅବଗତ କରିଛି ଯୋଗାଣ ବିଭାଗ। ସମସ୍ତ ବିଡିଓ ଏବଂ ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ମାନଙ୍କୁ ଏପ୍ରିଲ ୨୦ ସୁଦ୍ଧା ଚିହ୍ନଟ ହୋଇଥିବା ହିତାଧିକାରୀଙ୍କ ରାସନ କାର୍ଡ ପ୍ରିଣ୍ଟ ଏବଂ ଲାମିନେସନ କରି ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ବ୍ଲକ୍ ଏବଂ ଜିଲ୍ଲାସ୍ତରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରି ନିର୍ବାଚିତ ବିଧାୟକ କିମ୍ବା ସାଂସଦ ମାନଙ୍କ ଜରିଆରେ ଏହି ରାସନ କାର୍ଡ ବଣ୍ଟାଯିବାକୁ ଚିଠିରେ ଲେଖାଯାଇଛି। ୨୨ ତାରିଖ ସୁଦ୍ଧା ଯେମିତି ସବୁ ପ୍ରସ୍ତୁତି ଶେଷ ହୁଏ ତାହା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯୋଗାଣ ମନ୍ତ୍ରୀ କହିଛନ୍ତି, ଏବେ ବି ଯେଉଁମାନେ ସାମିଲ ହୋଇ ନାହାନ୍ତି ପୋର୍ଟାଲ ଖୋଲା ଥିବାରୁ ସେମାନେ ଆବେଦନ କରିପାରିବେ।

Advertisment

ଅଧିକ ପଢ଼ନ୍ତୁ: ବିପର୍ଯ୍ୟୟ ପରେ ଭୁଶୁଡୁଛି ବିଜେଡି ଗଡ଼ ! ସାଙ୍ଗଠନିକ ନିର୍ବାଚନ ପରେ ନୂଆ ଟିମ୍ ଗଢିବେ ନବୀନ

ପାଖାପାଖି ୯ ଲକ୍ଷ ୯୧ ହଜାର ୯୨୯ ହିତାଧିକାରୀ ଆବେଦନ କରି କାର୍ଡ ଅପେକ୍ଷାରେ ରହିଛନ୍ତି। ନୂଆ ସରକାର ଆସିବା ପରେ ସଂମ୍ପୂର୍ଣ୍ଣ ବନ୍ଦ ହୋଇ ଯାଇଥିଲା ରାସନ କାର୍ଡ ଆବେଦନ ଏବଂ ଯାଞ୍ଚ ପ୍ରକ୍ରିୟା । କାହିଁକି ନା ଭୂତ ହିତାଧିକାରୀ ଖୋଜିବାକୁ ଇ-କେୱାଇସି ଯାଞ୍ଚ ଆରମ୍ଭ ହୋଇଥିଲା। ଜାନୁଆରୀ ସୁଦ୍ଧା ଇ-କେୱାଇସି ସାରି ନୂଆ କାର୍ଡ ଦେବାକୁ ସରକାର ଲକ୍ଷ୍ୟ ରଖିଥିଲେ ବି ବିଳମ୍ବ ଯୋଗୁଁ ଏଯାଏଁ ନୂଆକାର୍ଡ ଦେବା ସମ୍ଭବପର ହୋଇନଥିଲା। ବିଳମ୍ବରେ ହେଲେ ବି ସରକାରଙ୍କ ଏ ଘୋଷଣାରେ ଆଶ୍ବସ୍ତ ହୋଇଛନ୍ତି ଅପେକ୍ଷାରେ ଥିବା ହିତାଧିକାରୀ।
ଏପଟେ ଚିନ୍ତାଜନକ ବିଷୟ ହେଲା ଏବେ ବି ୨୫ ଲକ୍ଷ ହିତାଧିକାରୀ ଇ-କେୱାଇସି କରି ନାହାନ୍ତି। ଯଦିଓ କେୱାଇସିରୁ ଲକ୍ଷେ ୭୭ ହଜାର ୬୮ ମୃତ ହିତାଧିକାରୀଙ୍କୁ ଚିହ୍ନଟ କରି ବାଦ୍ ଦିଆଯାଇଛି। ଏହା ସହ ୧୬ ହଜାର ୧୮୪ ରାସନ କାର୍ଡରେ ୬୧ ହଜାର ୮୨୨ ଅଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି।

Advertisment

ଅଧିକ ପଢ଼ନ୍ତୁ: ମୋର ଆଶା...ନବୀନଙ୍କୁ ଲେଖିଥିବା ଚିଠି ଅନୁସାରେ ଦଳ ଚାଲିବ: ରଣେନ୍ଦ୍ର ପ୍ରତାପ ସ୍ୱାଇଁ

Ration Card Mohan Majhi
Advertisment
Advertisment