Advertisment

ସାପ ଗରଳ ପିଇଲେ ନିଶା, ହେଲେ ଏହା ସମ୍ଭବ କେମିତି ?

ସାପ ବିଷରେ ନିଶା। ଏ ପ୍ରଶ୍ନ ଆଉ ପ୍ରସଙ୍ଗ ଉଭୟ ଚକିତ କଲା ଭଳିଆ। ଆପଣ ଭାବୁଥାଇ ପାରନ୍ତି ଯେ, ଯଦି ସାପ କାମୁଡିଲେ ମଣିଷ ମରିଯାଉଛି ତ ରେଭ୍ ପାର୍ଟିରେ ସାପର ବିଷ କ’ଣ କରୁଛି ?

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Snake Venom

Snake Venom

ସାପ ବିଷରେ ନିଶା। ଏ ପ୍ରଶ୍ନ ଆଉ ପ୍ରସଙ୍ଗ ଉଭୟ ଚକିତ କଲା ଭଳିଆ। ଆପଣ ଭାବୁଥାଇ ପାରନ୍ତି ଯେ, ଯଦି ସାପ କାମୁଡିଲେ ମଣିଷ ମରିଯାଉଛି ତ ରେଭ୍ ପାର୍ଟିରେ ସାପର ବିଷ କ’ଣ କରୁଛି ? ଆପଣଙ୍କ ମନରେ ଉଠୁଥିବା ଏ ପ୍ରଶ୍ନ ଆସିବା ମଧ୍ୟ କିଛି ଅସମିଚୀନ ନୁହେଁ। ଏହା ସ୍ୱାଭାବିକ୍ । ଆମ ସାମାଜରେ ଏମିତି ଅନେକ ଜୀବଜନ୍ତୁ ଅଛନ୍ତି, ଯେଉଁମାନେ ସାପ କାମୁଡାରେ ପ୍ରଭାବିତ ହୁଅନ୍ତି ନାହିଁ। ବା ତାଙ୍କର ମୃତ୍ୟୁ ଘଟେନାହିଁ। ଏହା କେବଳ ଏଥିପାଇଁ ଯେହେତୁ ସାପର ବିଷ ସେମାନଙ୍କ ରକ୍ତରେ ମିଶି ନ ଥାଏ। ଠିକ୍ ସେହିପରି ସାପର ରକ୍ତ ମଣିଷ ଶରୀରରେ ବିଷକ୍ରିୟା ଜନିତ ଅସୁସ୍ଥତାର ଉପସମ ପାଇଁ ବ୍ୟବହାର ହୋଇଥାଏ। ସାପ କାମୁଡିଲେ ପୀଡିତକୁ ଯେଉଁ ଆଣ୍ଟି ଭେନମ (Anti Venom) ଡ୍ରଗ୍ସ ଦିଆଯାଉଛି ତାହା ମଧ୍ୟ ସାପ ବିଷରୁ ହିଁ ପ୍ରସ୍ତୁତ ହୋଇଥାଏ। ଏଣୁ ସାପ ବିଷର ପ୍ରୟୋଗାତ୍ମମ ବିଧି ରହିଛି ବୋଲି ବିଜ୍ଞାନ କହୁଛି । ସିଧା କହିଲେ ସାପର ବିଷ ମଣିଷର ରକ୍ତରେ ନ ମିଶିବା ଯାଏଁ ଏହା କ୍ଷତିକାରକ ନୁହେଁ। ବରଂ ଏହା ପ୍ରୋଟିନରେ ଭରପୁର ଥିବା ଗୋଟିଏ ଜୈବିକ ପଦାର୍ଥ ।

Advertisment

ଏଣୁ ରେଭ୍ ପାର୍ଟିରେ ଏହାର ବ୍ୟବହାର ସମ୍ପର୍କରେ ଯେଉଁ କଥା ଉଠିଛି ତାହା ମଧ୍ୟ ଭ୍ରମାତ୍ମକ ବୋଲି କହି ହେବନାହିଁ। ନିଶାସକ୍ତ ମଣିଷ ଅଧିକ ନିଶାରେ ବୁଡିଯିବାର ଯେଉଁ ପ୍ରବଣତା ରଖିଛି, ତାହାକୁ ଚରିତାର୍ଥ କରିବାକୁ ସର୍ବତ୍ତୋମ ଭାବି ସେ ସାପର ବିଷକୁ ହିଁ ବ୍ୟବହାର କରିଥାଏ। ଉନ୍ମାଦନାର ଶୀର୍ଷରେ ପହଞ୍ଚିବାକୁ ରେଭ ପାର୍ଟିରେ ସାପ ଗରଳ ବ୍ୟବହାର କରାଯାଉଥିବା କୁହାଯାଉଛି। ତେବେ ଏହାର ଅନେକ ପାର୍ଶ୍ୱ  ପ୍ରତିକ୍ରିୟା ରହିଛି। ଯେଉଁ କାରଣରୁ ନିଶା ଛାଡିବା ପରେ ନିଷ୍ପ୍ରଭ ଓ ଦୁର୍ବଳ ହୋଇପଡିଥାଏ। ଯାହା ନିଶା ପାନର ଆଗ୍ରହକୁ ବୃଦ୍ଧି କରିଥାଏ।

 ଯାହା ଅତ୍ୟନ୍ତ ମାରାତ୍ମକ ବୋଲି କହିବା ଆଦୗ ଭୁଲ ନୁହେଁ। ତେବେ ପ୍ରାଣୀ ବିଜ୍ଞାନୀଙ୍କ ମତରେ ସାପର ଏହି ଗରଳ ବା Vennum କୁ ସଂଗ୍ରହ କରିବାର ପୂର୍ବରୁ ଏକ ପାରମ୍ପରିକ ପଦ୍ଧତି ରହିଥିଲା। ଯେଉଁଥିରେ ସାପ ମୁହଁକୁ ଆବଦ୍ଧ କରି ତା’ର ଗରଳ ବାହାର କରାଯାଉଥିଲା। କିନ୍ତୁ ଆଣ୍ଟି ଭେନମ ଡ୍ରଗ୍ସର ଆବିଷ୍କାର ପରେ ଏହାକୁ ସଂଗ୍ରହ କରିବାର ନୂଆ ବୖଜ୍ଞାନିକ ପଦ୍ଧତି ଅବଲମ୍ବନ କରାଯାଉଛି। 

Advertisment

କିନ୍ତୁ ଦର୍ଶକବନ୍ଧୁ ଜୀବ ବୈଜ୍ଞାନିକଙ୍କ ମତରେ ଯଦି ମଣିଷର ମୁଖଠାରୁ-ମଳଦ୍ୱାର ବା ପାଚନ ତନ୍ତ୍ର ଯାଏଁ କେଉଁଠି ବି ସାଧାରଣ କ୍ଷତ ଥାଏ। ତା ହେଲେ ନିଶା ଭାବେ ବ୍ୟବହାର ହେଉଥିବା ଏ ଗରଳ ମଣିଷଙ୍କ ମୃତ୍ୟୁର କାରଣ ପାଲଟିବ।  କଥା ଯାହା ହେଉ ନା କାହିଁକି ଅଣ ବୈଜ୍ଞାନିକ ପଦ୍ଧତିରେ ସାପର ଗରଳ ସଂଗ୍ରହ ଓ ବ୍ୟବହାର ଆଇନ୍ ସମ୍ମତ୍ତ ନୁହେଁ। ତଥାପି ଏ ନେଇ କଡାକଡି ଆଇନ୍ ନ ଥିବାରୁ ରେଭ ପାର୍ଟିରେ ଏହାର ବ୍ୟବହାର ବଢୁଛି। ଯାହା ଚିନ୍ତାଜନକ।

Snake Venom Racket Snake Bite
Advertisment
Advertisment