Advertisment

ରତ୍ନ ଭଣ୍ଡାରରେ ଲେଜର ସ୍କାନିଂକୁ ଅନୁମତି, ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଆଜି ଅନୁଷ୍ଠିତ ହୋଇଥିଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ଏହି ବୈଠକରେ ରତ୍ନ ଭଣ୍ଡାରର ଲେଜର ସ୍କାନିଂକୁ ଅନୁମତି ଦିଆଯାଇଛି। ଲେଜର ସ୍କାନିଂ କରିବାକୁ ASIକୁ ଅନୁମତି ଦିଆଯାଇଛି ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Ratna Bhandar

Ratna Bhandar

ଶ୍ରୀମନ୍ଦିର ରତ୍ନ ଭଣ୍ଡାରକୁ ନେଇ ଆସିଲା ବଡ଼ ଖବର। ରତ୍ନ ଭଣ୍ଡାରରେ ଲେଜର ସ୍କାନିଂକୁ ମିଳିଲା ଅନୁମତି । ଏନେଇ ଏଏସ୍‌ଆଇକୁ ଅନୁମତି ଦିଆଯାଇଛି। ସୁବିଧା ଦେଖି ଲେଜର ସ୍କାନିଂ କରାଯିବ। ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ ହେବା ପରେ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ।

Advertisment

ସୂଚନା ଅନୁସାରେ ଆଜି ଅନୁଷ୍ଠିତ ହୋଇଥିଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ଏହି ବୈଠକରେ ରତ୍ନ ଭଣ୍ଡାରର ଲେଜର ସ୍କାନିଂକୁ ଅନୁମତି ଦିଆଯାଇଛି। ଲେଜର ସ୍କାନିଂ କରିବାକୁ ASIକୁ ଅନୁମତି ଦିଆଯାଇଛି । ତେବେ ସୁବିଧା ଦେଖି ଏହା କରାଯିବ। ସେହିପରି ହାଇ ଲେବୁଲ କମିଟି ଗଠନ ନେଇ ନିଷ୍ପତ୍ତି ହୋଇନି। ପ୍ରଥମେ ଲେଜର ସ୍କାନିଂ ପରେ ଆମେ ଆଗକୁ ବଢ଼ିବୁ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।

Advertisment
Odisha Ratna Bhandar Srimandira
Advertisment
Advertisment