/odishatv-khabar/media/post_attachments/uploadimage/library/16_9/16_9_0/IMAGE_1699102734.jpg)
Delhi Accident
ଦିଲ୍ଲୀରୁ ଆସିଲା ଛାତିଥରା ବସ୍ ଦୁର୍ଘଟଣାର ଭୟଙ୍କର ଦୃଶ୍ୟ। ଆଜି ଅପରାହ୍ଣ ୨ଟା ୪୨ ମିନିଟରେ ଦିଲ୍ଲୀର ରୋହିଣିରେ ଗୋଟିଏ କାରକୁ ଧକ୍କା ଦେଇଥିଲା DTC ବସ୍। ଗୋଟିଏ ଇ-ରିକ୍ସା ଓ ଏକ କାର ରାସ୍ତାର ଦୁଇ ଲେନରେ ଆସୁଥିବା ସମୟରେ ପଛରୁ ଏକ DTC ବସ୍ ଦ୍ରୁତ ଗତିରେ ଆସି କାରକୁ ପଛପଟୁ ଧକ୍କା ଦେଇ ରାସ୍ତା କଡ଼କୁ ମାଡ଼ି ଆସିଥିଲା। ଫଳରେ କାରଟି ଇ-ରିକ୍ସାକୁ ବି ଧକ୍କା ଦେଇଥିଲା। ଉଭୟ କାର୍ ଓ ଇ-ରିକ୍ସା ଭିତରକୁ ଏକ ବାଇକ୍ ବି ପଶି ଆସିଥିଲା।
Advertisment
ଏ ଛାତିଥରା ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତେବେ ଅନ୍ୟମାନଙ୍କର ଅବସ୍ଥା ଗୁରୁତର ରହିଥିବା ଜଣାପଡ଼ିଛି। ପୂରା ଘଟଣା ସିସିଟିଭିରେ କଏଦ୍ ହୋଇଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)