Advertisment

Russia-Ukraine War: ଯୁଦ୍ଧ ବିରତି ପାଇଁ ଦାବି କଲା ଭାରତ

ଯୁଦ୍ଧଭୂମିରୁ ସମସ୍ତ ଭାରତୀୟଙ୍କୁ ସୁରକ୍ଷିତ ସ୍ୱଦେଶ ଫେରାଇ ଆଣିବା ପାଇଁ  ଭାରତ କୂଟନୈତିକ ଚାପ ପକାଉଛି। ଯୁଦ୍ଧ ବିରତି ପାଇଁ ୟୁକ୍ରେନ ଏବଂ ଋଷିଆ ନିକଟରେ ଭାରତ ଦାବି ଉପସ୍ଥାପନ କରିଛି।

author-image
Rajalaxmi Sahoo
Russia-Ukraine War

Russia-Ukraine War

ଯୁଦ୍ଧଭୂମିରୁ ସମସ୍ତ ଭାରତୀୟଙ୍କୁ ସୁରକ୍ଷିତ ସ୍ୱଦେଶ ଫେରାଇ ଆଣିବା ପାଇଁ  ଭାରତ କୂଟନୈତିକ ଚାପ ପକାଉଛି। ସମସ୍ତ ଭାରତୀୟଙ୍କୁ ଏୟାରଲିଫ୍ଟ କରିବା ପ୍ରକ୍ରିୟା ଜାରି ରହିଛି। ଘମାଘୋଟ ଯୁଦ୍ଧ ମଧ୍ୟରେ ଫସି ରହିଥିବା ଭାରତୀୟଙ୍କୁ ପଡ଼ୋଶୀ ଦେଶ ଯାଏ ଆଣିବାରେ ସମସ୍ୟା ହେଉଥିବାରୁ ଯୁଦ୍ଧ ବିରତି ପାଇଁ ୟୁକ୍ରେନ ଏବଂ ଋଷିଆ ନିକଟରେ ଭାରତ ଦାବି ଉପସ୍ଥାପନ କରିଛି।

Advertisment

କାରକିଭ୍, ସୁମି ସମେତ ପୂର୍ବ ଉକ୍ରେନର ବିଭିନ୍ନ ସ୍ଥାନରେ ସ୍ଥିତି ଖରାପ ରହିଥିବାରୁ ଏହି ସବୁ ଅଞ୍ଚଳରୁ ଭାରତୀୟଙ୍କୁ ସୁରକ୍ଷିତ ବାହାର କରି ଆଣିବା ପାଇଁ ଭାରତ ଦାବି ରଖିଛି। ଏନେଇ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ ବାଗଚି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, କାରକିଭ୍‌ରେ ୩ଶହ, ସୁମିରେ ୭ଶହ ଭାରତୀୟ ଏବେ ଯାଏ ଫସି ରହିଛନ୍ତି।  

ଅନ୍ୟପକ୍ଷେ, ୟୁକ୍ରେନର ରାଜଧାନୀ କିଭ୍‌ରେ ଗୁଳିମାଡ଼ର ଶିକାର ହୋଇଥିବା ଭାରତୀୟ ଛାତ୍ରଙ୍କ ଚିିକିତ୍ସା ଚାଲିଛି। ଆହତ ଛାତ୍ର ହେଲେ ହର୍‌ଜ୍ୟୋତ ସିଂ। ସାଙ୍ଗମାନଙ୍କ ସହ ସେ ଏକ କାର୍‌ରେ କିଭ୍‌ରୁ ପଳାଇବାକୁ ଉଦ୍ୟମ ବେଳେ ସେ ଗୁଳିମାଡ଼ର ଶିକାର ହୋଇଥିଲେ।ଗୁରୁତର ଅବସ୍ଥାରେ ତାଙ୍କୁ କିଭ୍‌ ସ୍ଥିତ ଏକ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

Advertisment

ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ଜୀବନ ନେଇ ଫେରୁଛନ୍ତି ହଜାର ହଜାର ଭାରତୀୟ। ପ୍ରାୟ ୧୭ ହଜାର ଭାରତୀୟ ଓ୍ୱାରଜୋନ୍‌ରୁ ପୋଲାଣ୍ଡ, ରୋମାନିଆ ଓ ହଙ୍ଗେରୀ ଭଳି ପଡୋଶୀ ଦେଶରେ ପହଞ୍ଚି ସାରିଛନ୍ତି। ‘ଅପରେସନ ଗଙ୍ଗା’ ଅନ୍ତର୍ଗତ ସେମାନଙ୍କୁ ସ୍ୱଦେଶ ଫେରାଇ ଅଣାଯାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ୬ଶହରୁ ଅଧିକ ଛାତ୍ରଛାତ୍ରୀ ଭାରତରେ ପହଞ୍ଚିଛନ୍ତି। ଏହାସତ୍ତ୍ୱେ ଏବେ ବି ପ୍ରାୟ ୧୭ଶହ ଭାରତୀୟ ୟୁକ୍ରେନରେ ଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ସେପଟେ ଖାରକିଭ୍‌ରୁ ଆଉ ୬୫ ଓଡ଼ିଆ ଛାତ୍ରଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କୁ ୨ଟି ସ୍ୱତନ୍ତ୍ର ବସ୍ ଯୋଗେ ପଶ୍ଚିମ ୟୁକ୍ରେନ ସୀମା ଅଣାଯାଇଥିବା CMO ପକ୍ଷରୁ ସୂଚନା ଦିଆଯାଇଛି। 

Russia Ukraine Crisis Ukraine Crisis Ukraine Russia War Russia-Ukraine War
Advertisment
Advertisment