/odishatv-khabar/media/post_attachments/uploadimage/library/16_9/16_9_0/IMAGE_1646627650.jpg)
Principal Under Vigilance Scanner
କଲେଜ ପ୍ରିନ୍ସପାଲଙ୍କ ଘରେ ଭିଜିଲାନ୍ସ ରେଡ୍। କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁରର ହୀରାନୀଳା ମହାବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁଙ୍କ ଘର ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଆଜି ସକାଳୁ ସକାଳୁ ଚଢ଼ଉ ହୋଇଛି।
ଭୁବନେଶ୍ୱର ସ୍ଥିତ ଡୁମଡୁମା ହାଉସିଂ ବୋର୍ଡ କଲୋନୀର ଆର୍ଯ୍ୟପଲ୍ଲୀରେ ଥିବା ଘର, କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ବିଶ୍ୱନାଥପୁରରେ ଥିବା ବାସଭବନ ଓ ପୋଖରୀବନ୍ଧରେ ଥିବା କ୍ରସର, ଖୋର୍ଦ୍ଧାରେ ଥିବା କ୍ରସର ଓ କଲେଜର ଅଫିସ ଚାମ୍ବରରେ ଚଢ଼ଉ ହୋଇଛି।
ଏହି ଚଢ଼ଉରେ ଓଡ଼ିଶା ଭିଜିଲାନ୍ସର ୬ ଜଣ ଡିଏସ୍ପି, ୪ ଜଣ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀ ସାମିଲ ହୋଇଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ହୋଇଥିବା ମାମଲାରେ ଭବାନୀପାଟଣାର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ଙ୍କ ଓ୍ୱାରେଣ୍ଟ ବଳରେ ଚଢ଼ଉ ଜାରି ରହିଛି। ଚଢ଼ଉ ଚାଲିଥିବାରୁ ଜବତ ସମ୍ପତ୍ତିର ପରିମାଣ ଆକଳନ ହୋଇନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)