Advertisment

ୟୁରୋପରେ ବଡ଼ ଧରଣର ‘ସାଇବର ଆଟାକ୍‌’ ଆଶଙ୍କା, ହଜାର ହଜାର ସଂଖ୍ୟକ ୟୁଜର୍ସ ହେଲେ ଅଫ୍‌ଲାଇନ୍‌

ୟୁରୋପରେ ‘ସାଇବର ଆଟାକ୍‌’ ନେଇ ଆଶଙ୍କା କରାଯାଉଛି। ଏହାଦ୍ୱାରା ଅନେକ ଦେଶର ହଜାର ହଜାର ସଂଖ୍ୟକ ଇଣ୍ଟରନେଟ୍‌ ୟୁଜର୍ସ ପ୍ରଭାବିତ ହୋଇଥିବା ଜଣାପଡ଼ିଛି।

author-image
Rajalaxmi Sahoo
Cyber Attack

Cyber Attack

ଦଶମ ଦିନରେ ଋଷିଆ-ୟୁକ୍ରେନ ଯୁଦ୍ଧ। ଓ୍ୱାର୍ ଜୋନ୍‌ରେ ଘଡ଼ି ଘଡ଼ିକେ ବୋମାମାଡ଼, ଗୁଳି ବର୍ଷଣ ବିପଦକୁ ବଢ଼ାଇଛି। ୟୁକ୍ରେନ ହାର୍‌ ମାନିନଥିବା ବେଳେ ଯୁଦ୍ଧ ରୋକିବା ସପକ୍ଷରେ ନାହିଁ ‌ଋଷିଆ। ୟୁକ୍ରେନରେ ଗୋଟିଏ ପରେ ଗୋଟିଏ ଆଟାକ୍‌ କରିବାରେ ଲାଗିଛି ଋଷିଆ। ଯୁଦ୍ଧର ଦଶମ ଦିନରେ ଋଷିଆ ଏକ ବଡ଼ ଘୋଷଣା କରିଛି। ୟୁକ୍ରେନର ଖାରକିଭ୍ ଏବଂ ଅନ୍ୟ ଏକ ସହରରେ ସାମୟିକ ଅସ୍ତ୍ରବିରତି ନେଇ ଋଷିଆ ଘୋଷଣା କରିଛି। ଏସବୁ ଭିତରେ ୟୁରୋପରେ ‘ସାଇବର ଆଟାକ୍‌’ ନେଇ ଆଶଙ୍କା କରାଯାଉଛି। ଏହାଦ୍ୱାରା ଅନେକ ଦେଶର ହଜାର ହଜାର ସଂଖ୍ୟକ ଇଣ୍ଟରନେଟ୍‌ ୟୁଜର୍ସ ପ୍ରଭାବିତ ହୋଇଥିବା ଜଣାପଡ଼ିଛି।

Advertisment

ଋଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଟେନ୍‌ସନ୍‌ ଯୋଗୁ ସାଇବର ଆକ୍ରମଣର ଲହରି ଆସିପାରେ ବୋଲି ସାଇବର ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଯାହାର ପ୍ରଭାବ ସାରା ବିଶ୍ୱରେ ପଡ଼ିପାରେ। ଜର୍ମାନୀ ଏବଂ ସେଣ୍ଟ୍ରାଲ ୟୁରୋପରେ ହଜାର ହଜାର ୱିଣ୍ଡ୍‌ ଟର୍ବାଇନ୍‌କୁ ‌ଏହା ପ୍ରଭାବିତ କରିଛି। 

ନ୍ୟୁଜ୍‌ ଏଜେନ୍ସି AFPର ରିପୋର୍ଟ ଅନୁସାରେ, ୟୁରୋପରେ ହଜାର ହଜାର ସଂଖ୍ୟକ ଇଣ୍ଟରନେଟ୍‌ ୟୁଜର୍ସ ପ୍ରଭାବିତ ହୋଇଛନ୍ତି। ଯାହାକି ସାଇବର ଆଟାକ୍‌ ବୋଲି ଆଶଙ୍କା କରାଯାଉଛି। ଇଣ୍ଟରନେଟ୍‌ ସେବା ବ୍ୟବହାର କରୁଥିବା ପାଖାପାଖି ୯ ହଜାର ସବ୍‌ସ୍କ୍ରାଇବର୍ସ ବାୟୋସେଟ୍‌ରେ ଗତ ଫେବୃଆରୀ ୨୪ରେ ହୋଇଥିବା ସାଇବର ଘଟଣା ପରେ ଇଣ୍ଟରନେଟ୍‌ ବ୍ୟବହାର କରିପାରି ନଥିଲେ। ଆମେରିକାର ଏକ ସାଟେଲାଇଟ୍‌ ଅପରେଟର ହେଉଛି ବାୟୋସେଟ୍‌। 

Advertisment

ବିଗ୍‌ବ୍ଲୁ ସାଟେଲାଇଟ୍‌ ଇଣ୍ଟରନେଟ୍‌ ସର୍ଭିସ ମଧ୍ୟ ପ୍ରଭାବିତ ହୋଇଛି। ଶୁକ୍ରବାର ଦିନ ବିଗ୍‌ବ୍ଲୁ ସାଟେଲାଇଟ୍‌ ଇଣ୍ଟରନେଟ୍‌ ସର୍ଭିସ ୟୁରୋପ, ଫ୍ରାନ୍ସ, ହଙ୍ଗେରୀ, ଗ୍ରୀସ୍‌, ଇଟାଲୀ ଓ ପୋଲାଣ୍ଡରେ ୪୦ ହଜାର ଗ୍ରାହକଙ୍କ ମଧ୍ୟରୁ ଏକ-ତୃତୀୟାଂଶ ସବ୍‌ସ୍କ୍ରାଇବର୍ସ ବାୟୋସେଟ୍‌ରେ Outage ଯୋଗୁ ପ୍ରଭାବିତ ହୋଇଥିଲେ। ସାଇବର ଆଟାକ୍‌ ଘଟଣା ଭିତରେ ବୁଧବାର ଦିନ ୟୁରୋପରେ ୟୁକ୍ରେନ ଓ ଅନ୍ୟ କିଛି ସ୍ଥାନରେ ଆଂଶିକ ଭାବେ ନେଟ୍‌ୱର୍କ ବନ୍ଦ ହୋଇଯାଇଥିଲା। ଏଥିଯୋଗୁ KA-SAT ସାଟେଲାଇଟ୍‌ ଉପରେ ନିର୍ଭର କରୁଥିବା ୟୁଜର୍ସମାନେ ପ୍ରଭାବିତ ହୋଇଥିଲେ। 

ଫ୍ରାନ୍ସର ସ୍ପେସ୍‌ କମାଣ୍ଡ ପ୍ରମୁଖ କହିଛନ୍ତି, ସାଇବର ଆଟାକ୍‌ ଆରମ୍ଭ ହେବା ପରେ କିଛିଦିନ ପର୍ଯ୍ୟନ୍ତ ଆମର ଏକ ସାଟେଲାଇଟ୍‌ ନେଟ୍‌ୱର୍କ, ଯାହାକି ବିଶେଷ କରି ୟୁରୋପ ଓ ୟୁକ୍ରେନରେ କଭର କରିଥାଏ ତାହା ସାଇବର ଆଟାକର ଶିକାର ହୋଇଥିଲା। ଲକ୍ଷ ଲକ୍ଷ ଟର୍ମିନାଲ୍‌ ସାଇବର ଆଟାକ୍‌ର କିଛି ସମୟ ପରେ ନିଷ୍କ୍ରିୟ ହୋଇଯାଇଥିଲା। ସେହିପରି ଜର୍ମାନୀ ଓ ସେଣ୍ଟ୍ରାଲ ୟୁରୋପରେ Outage ଯୋଗୁ ପାଖାପଖି ୫୮୦୦ ୱିଣ୍ଡ୍‌ ଟର୍ବାଇନ୍‌ ଅଫ୍‌ଲାଇନ୍‌ ହୋଇଯାଇଥିଲା। 

Cyber Attack Russia Ukraine Crisis Ukraine Crisis Ukraine Russia War Russia-Ukraine War
Advertisment
Advertisment