Advertisment

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ତଳେ ପକାଇ ଭୟଙ୍କର ମାଡ଼, ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରବଳ ମାଡ଼। ବାଣପୁର ବ୍ଲକ କାର୍ଯ୍ୟାଳୟ ନିକଟରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଆକ୍ରମଣ ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
MLA Prashant Jagdev

MLA Prashant Jagdev

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରବଳ ମାଡ଼। ବାଣପୁର ବ୍ଲକ କାର୍ଯ୍ୟାଳୟ ନିକଟରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଆକ୍ରମଣ ହୋଇଛି। ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଅବସରରେ ଯାଉ ଥିବାବେଳେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଆକ୍ରମଣ କରାଯାଇଥିବା ସୂଚନା ମିଳିଛି। ଏଥିରେ ବିଧାୟକ ଲହୁଲୁହାଣ ହୋଇଛନ୍ତି। ତାଙ୍କ ଗାଡ଼ିକୁ ମଧ୍ୟ ଭଙ୍ଗାରୁଜା କରାଯାଇଛି।

Advertisment

ସୂଚନା ଅନୁସାରେ, ବ୍ଲକ ଆଗରେ ଭିଡ଼ ଭିତରକୁ ବିଧାୟକଙ୍କ ଗାଡ଼ି ପଶିବାରୁ ଗଣ୍ଡଗୋଳ ହୋଇଥିଲା। ବିଧାୟକଙ୍କ ଗାଡ଼ି ଜୋର ଜବରଦସ୍ତ ପଶିବାରୁୁ ଏହି ଗଣ୍ଡଗୋଳ ହୋଇଥିଲା। ଗହଳି ଭିତରକୁ ବିଧାୟକ ନିଜେ ଗାଡ଼ି ଚଳାଇଯାଇଥିବା ଅଭିଯୋଗ ହୋଇଛି। ତେବେ ବିଧାୟକଙ୍କ ଗାଡ଼ି ଧକ୍କାରେ ୨ ପୋଲିସ୍ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି। 

MLA Prashant Jagdev Chilika MLA Prashant Jagdev
Advertisment
Advertisment