Advertisment

ନାଟୋ ରାଷ୍ଟ୍ର-ଋଷିଆ ମଧ୍ୟରେ ଲଢ଼େଇ ହେଲେ ତୃତୀୟ ବିଶ୍ୱଯୁଦ୍ଧ ଥୟ, ଭୟଙ୍କର ହେବ ପରିଣାମ

ୟୁକ୍ରେନ୍ ଯୁଦ୍ଧରେ ନାଟୋ ରାଷ୍ଟ୍ର ଋଷିଆ ବିରୋଧରେ ଲଢ଼ିବେନି। ଏନେଇ ଖୋଲାଖୋଲି ଭାବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ସ୍ପଷ୍ଟ କରିଛନ୍ତି। ଯଦି, ଏପରି ହୁଏ ତେବେ ନିଶ୍ଚିତ ଭାବେ ତୃତୀୟ ବିଶ୍ୱଯୁଦ୍ଧ ହେବ। ‌

author-image
Rajalaxmi Sahoo
NATO-Russia Clash Would Trigger

NATO-Russia Clash Would Trigger "World War 3"

ଗୋଟିଏ ପରେ ଗୋଟିଏ ୟୁକ୍ରେନର ବଡ଼ ବଡ଼ ସହରକୁ ନିଜ ଅକ୍ତିଆରକୁ ନେଉଛି ଋଷିଆ ସେନା। ଖେରସନ୍‌କୁ ସମ୍ପୂର୍ଣ୍ଣ ନିଜ ଅକ୍ତିଆରକୁ ନେବା ପରେ ଖାରକିଭ୍ ଓ ରାଜଧାନୀ କିଭ୍ ଅଭିମୁଖେ ରଷିଆ ସେନା। ମିଳିଥିବା ସୂଚନା ଅନୁସାରେ, ଏବେ କିଭ୍‌କୁ ଅକ୍ତିଆର କରିବାକୁ ଋଷିଆ ସମସ୍ତ ପ୍ରକାର ରଣନୀତି ଆପଣାଯାଉଛି।

Advertisment

ଋଷିଆର ସବୁଠୁ ଧୁରନ୍ଦର ସେନା, ପାରାଚ୍ୟୁଟ୍‌ କମାଣ୍ଡୋ ଏବେ କିଭ୍‌ ଅଭିମୁଖେ ଯାଉଥିବା ସୂଚନା ମିଳିଛି। ୩୦ କିଲୋମିଟର ଦୂର ପର୍ଯ୍ୟନ୍ତ ଲମ୍ବି ଥିବା ଋଷିଆ ସେନାର convoy କିଭ୍ ଅଭିମୁଖେ ବଢ଼ୁଛନ୍ତି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ କିଭ୍‌ରେ କିଛି ବି ଘଟିପାରେ।

ୟୁକ୍ରେନ୍ ଯୁଦ୍ଧରେ ନାଟୋ ରାଷ୍ଟ୍ର ଋଷିଆ ବିରୋଧରେ ଲଢ଼ିବେନି। ଏନେଇ ଖୋଲାଖୋଲି ଭାବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ଯଦି, ଏପରି ହୁଏ ତେବେ ନିଶ୍ଚିତ ଭାବେ ତୃତୀୟ ବିଶ୍ୱଯୁଦ୍ଧ ହେବ। ‌ଯାହାର ପରିଣାମ ଅତ୍ୟନ୍ତ ଭୟଙ୍କର ହେବ। ତୃତୀୟ ବିଶ୍ୱଯୁଦ୍ଧ ରୋକିବାକୁ ଆମେରିକା ସବୁବେଳେ ପ୍ରୟାସ କରିଛି। ଆମେରିକା କେବେ ହେଲେ ୟୁକ୍ରେନରେ ଋଷିଆ ସହ ସିଧାସଳଖ ଲଢ଼େଇ କରିବ ନାହିଁ। କିନ୍ତୁ ନାଟୋ ଦେଶର ସୁରକ୍ଷା ପାଇଁ କେବେ ବି ପଛଘୁଞ୍ଚା ଦେବନାହିଁ ବୋଲି ବାଇଡେନ ସ୍ପଷ୍ଟ କରିଛନ୍ତି।

Advertisment

ବାଇଡେନ ଆହୁରି କହିଛନ୍ତି, ‘ୟୁରୋପରେ ଥିବା ଆମର ସମସ୍ତ ସହଯୋଗୀଙ୍କ ସହ ଆମେ ସବୁବେଳେ ରହିଛୁ। ନାଟୋ ସଦସ୍ୟ ରାଷ୍ଟ୍ରର ଗୋଟିଏ ଇଞ୍ଚ ଜମି ବି କାହାକୁ ଛଡ଼ା ଯିବ ନାହିଁ। ଏହାର ସୁରକ୍ଷା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ। ଆମେରିକା ସବୁ ପ୍ରକାରର ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ।’ ଏହାସହ ବାଇଡେନ୍‌ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନେସ୍କିଙ୍କ ସହ ଟେଲିଫୋନ୍‌ରେ କଥା ହୋଇ ଆର୍ଥିକ ସୁରକ୍ଷା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। 

NATO Joe Baiden Russia Ukraine Crisis Ukraine Russia War
Advertisment
Advertisment