/odishatv-khabar/media/post_attachments/uploadimage/library/16_9/16_9_0/IMAGE_1647052755.jpg)
Odisha Panchayat Polls
ଆଜି ରାଜ୍ୟରେ ବ୍ଲକ୍ ଚେୟାରମ୍ୟାନ୍ ଅଧ୍ୟକ୍ଷ ନିର୍ବାଚନ। ନୂତନ ଭାବେ ନିର୍ବାଚିତ ହୋଇଥିବା ସମିତି ସଦସ୍ୟମାନେ ନିଜ ବ୍ଲକ୍ ଚେୟାରମ୍ୟାନ୍ଙ୍କୁ ବାଛିବେ। ଏନେଇ ପୂର୍ବରୁ ଘୋଷଣା ହୋଇଥିବା ସମୟରେ ବ୍ଲକ୍ କାର୍ଯ୍ୟାଳୟରେ ନିର୍ବାଚନ ହେବ। ସକାଳ ସାଢ଼େ ୧୦ଟାରୁ ସାଢ଼େ ୧୧ଟା ଯାଏ ପ୍ରାର୍ଥୀପତ୍ର ଦାଖଲ ହେବ।
ଏହାର ଘଣ୍ଟାଏ ମଧ୍ୟରେ ପ୍ରାର୍ଥୀପତ୍ର ଯାଞ୍ଚ ଓ ଅପରାହ୍ନ ୧ଟା ଭିତରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ହୋଇ ନିର୍ବାଚନ ହେବ। ଏହାପରେ ୨୩ ତାରିଖରେ ଉପାଧ୍ୟକ୍ଷ ନିର୍ବାଚନ ହେବ।
ଅନ୍ୟପକ୍ଷେ, ଜଣେ ସମିତି ସଭ୍ୟାଙ୍କୁ ଅପହରଣ ନେଇ ଅଭିଯୋଗ ହୋଇଛି। ଜଗତସିଂହପୁର ଜିଲ୍ଲା ର୍ତିତ୍ତୋଲ ବ୍ଲକ୍ ଅନ୍ତର୍ଗତ ତରଜଙ୍ଗା ପଞ୍ଚାୟତର ସମିତି ସଭ୍ୟା ଗୁରୁବାରି ମୁର୍ମୁଙ୍କୁ ଅପହରଣ କରାଯାଇଥିବା ନେଇ ର୍ତିତ୍ତୋଲ ଥାନାରେ ଅଭିଯୋଗ ହୋଇଛି।
ଆଜି ବ୍ଲକ୍ ଅଧ୍ୟକ୍ଷ ପାଇଁ ର୍ନିବାଚନ ଥିବାବେଳେ ଏମିତି ଅଭିଯୋଗକୁ ନେଇ ରାଜନୀତି ସରଗରମ ହୋଇଛି। ଘଟଣାକୁ ନେଇ ପଞ୍ଚାୟତର ୨ ଜଣ ବ୍ୟକ୍ତିଙ୍କ ବିରୋଧରେ ଅଭିଯୋଗ ହୋଇଛି। ଅଧ୍ୟକ୍ଷ ପଦକୁ ନେଇ ଘୋଡ଼ା ବେପାର ପାଇଁ ଏପରି କରାଯାଇଥିବା ଚର୍ଚ୍ଚା ହେଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)