Advertisment

ପୁଣି ଫେରିବ କି କରୋନାର ଚତୁର୍ଥ ଲହର ? ଲକ୍‌ଡାଉନ୍‌ ଘୋଷଣା ହେଲା ଏହି ସହର, ସ୍କୁଲ୍‌ ବନ୍ଦ

ବିଶ୍ୱରେ କରୋନା ମହାମାରୀର ଆସିବ କି ଆଉ ଏକ ଲହର। କାରଣ କରୋନା ମହାମାରୀର ଉତ୍ପତ୍ତି ସ୍ଥଳ ଚୀନରେ ଯେବେ ଯେବେ କରୋନା ଲହର ଫେରିଛି ବିଶ୍ୱର ଅନ୍ୟ ଦେଶକୁ ବି ଏହା ଧୀରେ ଧୀରେ ମାଡ଼ିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
China's Biggest Covid Surge In 2 Years

China's Biggest Covid Surge In 2 Years

ପୁଣିଥରେ ଫେରିବ କି କରୋନାର ଚତୁର୍ଥ ଲହର ?  ବିଶ୍ୱରେ କରୋନା ମହାମାରୀର ଆସିବ କି ଆଉ ଏକ ଲହର। କାରଣ କରୋନା ମହାମାରୀର ଉତ୍ପତ୍ତି ସ୍ଥଳ ଚୀନରେ ଯେବେ ଯେବେ କରୋନା ଲହର ଫେରିଛି ବିଶ୍ୱର ଅନ୍ୟ ଦେଶକୁ ବି ଏହା ଧୀରେ ଧୀରେ ମାଡ଼ିଛି। ଏବେ ଚୀନରେ ଚତୁର୍ଥ ଲହର ଆରମ୍ଭ ହୋଇଯାଇଥିବା କୁହାଯାଉଛି।

Advertisment

୯୦ ଲକ୍ଷରୁ ଅଧିକ ଜନସଂଖା ବିିଶିଷ୍ଟ ଚୀନର ଚାଙ୍ଗଚୁନ୍ ସହରକୁ ଲକଡାଉନ୍ ଘୋଷଣା କରାଯାଇଛି। ଚଳିତ ସପ୍ତାହରେ ହଜାରେରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେବା ପରେ ସହରକୁ ଲକ୍‌ଡାଉନ୍‌ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଗତ ଶୁକ୍ରବାର ଦିନ ଚାଙ୍ଗଚୁନ୍ ସହରରୁ କେବଳ ୧,୩୬୯ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଗତ ୨ ବର୍ଷ ମଧ୍ୟରେ ଏହା ସର୍ବାଧିକ ଦୈନିକ ସଂକ୍ରମଣ ବୋଲି ଜଣାପଡ଼ିଛି। ପୂର୍ବରୁ ଏହି ସହରରେ ପାଖାପଖି ୧୦୦ ଆକ୍ରାନ୍ତ ବାହାରୁଥିଲେ। ହଠାତ୍‌ ସହରରୁ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେବା ପରେ ଲକ୍‌ଡାଉନ୍‌ ଘୋଷଣା ସହ ଲୋକମାନଙ୍କୁ ୱାର୍କ ଫର୍ମ ହୋମ୍‌ କରିବା ପାଇଁ କୁହାଯାଇଛି। ଏହାସହ ଟେଷ୍ଟିଂକୁ ଆହୁରି ତ୍ୱରାନିତ କରାଯାଇଥିବା ଜଣାପଡ଼ିଛି। 

ଜିଲିନ୍‌ ପ୍ରୋଭିନ୍ସର ରାଜଧାନୀ ହେଉଛି ଚାଙ୍ଗଚୁନ୍। ପ୍ରମୁଖ ଇଣ୍ଡଷ୍ଟ୍ରିଆଲ୍‌ ସହର ଭାବେ ଚାଙ୍ଗଚୁନ୍ ବେଶ୍‌ ଜଣାଶୁଣା। ତେବେ ସହରରେ ଲକ୍‌ଡାଉନ୍‌ ଘୋଷଣା ପରେ ପ୍ରତି ୨ ଦିନରେ କେବଳ ଜଣେ ହିଁ ବ୍ୟକ୍ତିଙ୍କୁ ଜରୁରୀ ସାମଗ୍ରୀ କିଣିବା ଲାଗି ଅନୁମତି ପ୍ରଦାନ କରାଯାଇଛି। 

Advertisment

ଚାଙ୍ଗଚୁନ୍‌ରେ ଲକ୍‌ଡାଉନ୍‌ ଘୋଷଣା ହେବା ପରେ ସାଂଘାଇ ଓ ଅନ୍ୟ ପ୍ରମୁଖ ସହରରେ ଲକ୍‌ଡାଉନ୍‌ ଘୋଷଣା ପାଇଁ ଯୋଜନା କରାଯାଉଥିବା ସୂଚନା ମିଳିଛି। ସାଂଘାଇର ସବୁ ସ୍କୁଲ୍‌କୁ ବନ୍ଦ ଘୋଷଣା କରାଯିବା ସହ ଅନ୍‌ଲାଇନ୍ କ୍ଲାସ୍ ‌ଆରମ୍ଭ କରିବା ପାଇଁ କୁହାଯାଇଛି। 

ସେହିପରି ବେଜିଂରେ ଅନେକ ଆବାସିକ ଅଞ୍ଚଳକୁ ଆଂଶିକ ଭାବେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ସୂଚନାଥାଉ କି, ୨୦୧୯ରେ କରୋନା ଭାଇରସ୍‌ ପ୍ରଥମେ ଚୀନରେ ଠାବ ହୋଇଥିଲା। ଏହାପରେ ଚୀନ ସରକାର ଲକ୍‌ଡାଉନ୍‌ ଓ ଟେଷ୍ଟିଂ ବଢ଼ାଇ ସଂକ୍ରମଣକୁ ନିୟନ୍ତ୍ରଣ କରିଥିଲେ। 

Coronavirus COVID Lockdown COVID Lockdown In China
Advertisment
Advertisment