Advertisment

ରହସ୍ୟ ଘେରରେ ନର୍ସଙ୍କ ମୃତ୍ୟୁ, ସ୍ୱାମୀ କହିଲେ- ମୋ ସ୍ତ୍ରୀକୁ ନ୍ୟାୟ ମିଳୁ

ଷ୍ଟାଫ୍ ନର୍ସଙ୍କ ମୃତ୍ୟୁକୁ ନେଇ ପାରାଦୀପ ପୋର୍ଟ ଟ୍ରଷ୍ଟ ହସ୍ପିଟାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି। ମୃତଦେହ ରଖି ପରିବାରବର୍ଗ ଓ ସ୍ଥାନୀୟ ଲୋକ ଆନ୍ଦୋଳନ କରିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Staff Nurse Dies In Paradip

Staff Nurse Dies In Paradip

ଷ୍ଟାଫ୍ ନର୍ସଙ୍କ ମୃତ୍ୟୁକୁ ନେଇ ପାରାଦୀପ ପୋର୍ଟ ଟ୍ରଷ୍ଟ ହସ୍ପିଟାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି। ମୃତଦେହ ରଖି ପରିବାରବର୍ଗ ଓ ସ୍ଥାନୀୟ ଲୋକ ଆନ୍ଦୋଳନ କରିଛନ୍ତି। ନର୍ସଙ୍କ ମୃତ୍ୟୁ ପାଇଁ ହସ୍ପିଟାଲର ମୁଖ୍ୟ ଡାକ୍ତରଙ୍କୁ ପରିବାର ଲୋକେ ଦାୟୀ କରିଛନ୍ତି। ଡାକ୍ତର ତାଙ୍କୁ ଦୀର୍ଘ ଦିନରୁ ମାନସିକ ନିର୍ଯାତନା ଦେବାରୁ ବ୍ଲଡ୍ ପ୍ରେସର ହୋଇ ବ୍ରେନ୍ ଷ୍ଟ୍ରୋକ୍‌ରେ ତାଙ୍କର ମୃତ୍ୟୁ ହୋଇଥିବା ମୃତକଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି।

Advertisment

ଗତକାଲି ନର୍ସ ଜଣକ ଅସୁସ୍ଥ ହେବା ପରେ ଚିକିତ୍ସା ବେଳେ ଜାଣିଶୁଣି ତାଙ୍କୁ ମାରି ଦିଆଯାଇଛି ବୋଲି ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି। ନ୍ୟାୟ ଦାବିରେ ସ୍ଥାନୀୟ ବାସିନ୍ଦା ଆନ୍ଦୋଳନକୁ ଓହ୍ଲାଇଛନ୍ତି।

ସୂଚନାଥାଉ କି, ଗତକାଲି ଅପରାହ୍ଣରେ ଡ୍ୟୁଟି ବେଳେ ନର୍ସ ଜଣକ ଅସୁସ୍ଥ ହୋଇପଡିଥିଲେ। ପୋର୍ଟ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ କଟକର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରୁ ଏମ୍ସକୁ ଏବଂ ଏମ୍ସରୁ ଅନ୍ୟ ଏକ ଘରୋଇ ହସ୍ପିଟାଲ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା।

Advertisment

ତେବେ ପରିବାର ଲୋକ ଏବଂ ଆନ୍ଦୋଳନକାରୀଙ୍କ ଅଭିଯୋଗ ନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। 

Advertisment
Advertisment