Advertisment

ଅଭିନେତ୍ରୀଙ୍କ ଡର୍ଟି କାରନାମା: ଭିଡ଼ ଭିତରେ ପର୍ସ ଚୋରି କରି ଧରାପଡ଼ିଲେ, ଯାଞ୍ଚ ପରେ ମିଳିଲା...

ପୁସ୍ତକ ମେଳାରେ ପକେଟ୍‌ମାର୍‌ କରୁଥିଲେ ଅଭିନେତ୍ରୀ। କୋଲକାତା ପୋଲିସ୍‌ ଏହି ବଙ୍ଗୀୟ ସୁନ୍ଦରୀଙ୍କୁ ଧରିବା ପରେ ତାଙ୍କ ନିକଟରୁ ନଗଦ ୭୫ ହଜାର ଟଙ୍କା ଓ ଅନେକ ଗୁଡ଼ିଏ ପର୍ସ ମିଳିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Actress Rupa Dutta arrested for stealing purses

Actress Rupa Dutta arrested for stealing purses

ପୁସ୍ତକ ମେଳାରେ ପକେଟ୍‌ମାର୍‌ କରୁଥିଲେ ଅଭିନେତ୍ରୀ। କୋଲକାତା ପୋଲିସ୍‌ ଏହି ବଙ୍ଗୀୟ ସୁନ୍ଦରୀଙ୍କୁ ଧରିବା ପରେ ତାଙ୍କ ନିକଟରୁ ନଗଦ ୭୫ ହଜାର ଟଙ୍କା ଓ ଅନେକ ଗୁଡ଼ିଏ ପର୍ସ ମିଳିଛି। କୋଲକାତାରେ ଏହି ଘଟଣା ଘଟିଛି।ଅନ୍ତର୍ଜାତୀୟ କୋଲକାତା ପୁସ୍ତକମେଳା(International Kolkata Book Fair)ରେ ପକେଟ୍‌ମାର୍‌ କରୁଥିବା ଅଭିଯୋଗରେ ପଶ୍ଚିମବଙ୍ଗ ଅଭିନେତ୍ରୀ ରୁପା ଦତ୍ତାଙ୍କୁ ପୋଲିସ ଗିରଫ କରିଛି। ଘଟଣା ଜଣାପଡ଼ିବା ପରେ ଏବେ ହଇଚଇ ସୃଷ୍ଟି ହୋଇଛି। 

Advertisment

ରୂପା ଡଷ୍ଟବିନ୍‌ରେ ଏକ ପର୍ସ ଫୋପାଡ଼ୁଥିବା ବେଳେ ଜଣେ ପୋଲିସ କର୍ମଚାରୀ ତାଙ୍କୁ ଦେଖି ଦେଇଥିଲେ ଏବଂ ତାଙ୍କର ସନ୍ଦେହ ହୋଇଥିଲା। ଏହାପରେ ପୋଲିସ ତାଙ୍କୁ ଅଟକ ରଖି ଏତେ ଟଙ୍କା ଓ ପର୍ସ କାହିଁକି ଧରି ବୁଲୁଛନ୍ତି ପଚାରିବାରୁ ସେ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ଯାଞ୍ଚ ପରେ ତାଙ୍କ ନିକଟରୁ ନଗଦ ୭୫ ହଜାର ଟଙ୍କା ମିଳିଥିଲା ଓ ତାଙ୍କର ପୁରା କାରନାମା ସାମ୍ନାକୁ ଆସିଥିଲା। ଚୋରି କରିବା ଅଭିଯୋଗରେ ବିଧାନନଗର ନର୍ଥ ଥାନା ପୋଲିସ୍‌ ଅଭିନେତ୍ରୀ ରୁପାଙ୍କୁ ଗିରଫ କରିଛି। 

ଏଭଳି ଅପରାଧ ଘଟଣାରେ ରୁପାଙ୍କ ସହ ଆଉ କେଉଁ କେଉଁମାନେସାମିଲ ଥିଲେ, ନା ସେ ଏକାକୀ ଏଭଳି ଘଟଣା ଘଟାଉଥିଲେ, ସେନେଇ ପୋଲିସ୍‌ ଛାନ୍‌ଭିନ୍‌ ଆରମ୍ଭ କରିଛି। ଏହି ଘଟଣା ପୂର୍ବରୁ ମଧ୍ୟ ଅଭିନେତ୍ରୀ ରୁପା ଚର୍ଚ୍ଚାରେ ଥିଲେ। ବଲିଉଡ୍ ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି ବିବାଦ ଘେରରେ ଥିଲେ ରୁପା। ଯାହାକି ପରେ ମିଛ ପ୍ରମାଣିତ ହୋଇଥିଲା। 

Advertisment
Actress Rupa Dutta Arrested Rupa Dutta Arrested Pick Pocketing
Advertisment
Advertisment