Advertisment

ଏଇ ସପ୍ତାହରେ ୪ ଦିନ ବନ୍ଦ ରହିବ ବ୍ୟାଙ୍କ ! ତା’ପୂର୍ବରୁ ସାରି ନିଅନ୍ତୁ କାମ, ନଚେତ୍...

ଏଇ ସପ୍ତାହରେ ୪ ଦିନ ବ୍ୟାଙ୍କ ବନ୍ଦ ରହିବ। ତେଣୁ ଯଦି ବ୍ୟାଙ୍କରେ କିଛି ଜରୁରୀ କାମ ଅଛି, ତା’ହେଲେ ତୁରନ୍ତ ଏହାକୁ ସାରି ଦିଅନ୍ତୁ। ନଚେତ୍‌ ଏଥିପାଇଁ ଆପଣ ହୁଏତ ସମସ୍ୟାରେ ପଡ଼ିପାରନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Bank Holidays List

Bank Holidays List

ପ୍ରତ୍ୟେକ ବର୍ଷ ମାର୍ଚ୍ଚ ମାସ ବ୍ୟାଙ୍କ୍‌ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏହି ମାସ ଆର୍ଥିକ ବର୍ଷ(Financial Year)ର ଶେଷ ମାସ ହୋଇଥିବାରୁ ବ୍ୟାଙ୍କ୍‌ ସମ୍ବନ୍ଧିତ କାର୍ଯ୍ୟ ଅଧିକ ଥାଏ। ଏହି ମାସରେ ହୋଲି ପଡ଼ୁଥିବାରୁ ଏହାକୁ ପାଳନ କରିବା ଲାଗି ବ୍ୟାଙ୍କ୍‌ ଛୁଟି ଘୋଷଣା କରାଯାଇଥାଏ। 

Advertisment

ଯଦି ଆମେ ଚଳିତ ସପ୍ତାହ କଥା କହିବା ତା’ହେଲେ ଏଇ ସପ୍ତାହରେ ୪ ଦିନ ବ୍ୟାଙ୍କ ବନ୍ଦ ରହିବ। ତେଣୁ ଯଦି ବ୍ୟାଙ୍କରେ କିଛି ଜରୁରୀ କାମ ଅଛି, ତା’ହେଲେ ତୁରନ୍ତ ଏହାକୁ ସାରି ଦିଅନ୍ତୁ। ନଚେତ୍‌ ଏଥିପାଇଁ ଆପଣ ହୁଏତ ସମସ୍ୟାରେ ପଡ଼ିପାରନ୍ତି। ରିଜର୍ଭ ବ୍ୟାଙ୍କ୍‌ ଅଫ ଇଣ୍ଡିଆ (RBI)ର ଛୁଟି ତାଲିକା ଅନୁସାରେ, ଚଳିତ ସପ୍ତାହରେ ହୋଲି ଯୋଗୁ ଅନେକ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ। RBI ଅନୁସାରେ, ଚଳିତ ସପ୍ତାହରେ ୪ ଦିନ ବ୍ୟାଙ୍କ ବନ୍ଦ ରହିବ। ଏହି ଛୁଟି ମଧ୍ୟରେ କିଛି ଦିନ କିଛି ସ୍ଥାନରେ ବ୍ୟାଙ୍କ ବନ୍ଦ ରହିବ ଓ ଆଉ କିଛି ଛୁଟିରେ ପୁରା ଦେଶରେ ବ୍ୟାଙ୍କ ବନ୍ଦ ରହିବ। 

ଜାଣନ୍ତୁ, ଏହି ସପ୍ତାହର ବ୍ୟାଙ୍କ ଛୁଟି ଲିଷ୍ଟ...

ମାର୍ଚ୍ଚ ୧୭: ହୋଲିକା ଦହନ ଯୋଗୁ ଏଇ ଗୁରୁବାର ଦିନ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଝାଡ଼ଖଣ୍ଡରେ ଥିବା ବ୍ୟାଙ୍କ ଗୁଡ଼ିକ ବନ୍ଦ ରହିବ
ମାର୍ଚ୍ଚ ୧୮: ହୋଲିକୁ ଭିନ୍ନ ଭିନ୍ନ ଭାବେ ଦେଶର ବିଭିନ୍ନ ସ୍ଥାନରେ ପାଳନ କରାଯାଏ। ଶୁକ୍ରବାର ଦେଶର ବିଭିନ୍ନ ସ୍ଥାନରେ ଏହି ହୋଲି ପର୍ବ ପାଳନ କରାଯିବ। ଏହାକୁ ଦୃଷ୍ଟିରେ ରଖି କର୍ଣ୍ଣାଟକ, ଓଡ଼ିଶା, ତାମିଲନାଡୁ, ମଣିପୁର, କେରଳ ଓ ପଶ୍ଚିମବଙ୍ଗ ବ୍ୟତୀତ ଅନ୍ୟ ସମସ୍ତ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ। 
ମାର୍ଚ୍ଚ ୧୯: ହୋଲିର ପରଦିନ ଅର୍ଥାତ୍‌ ଶନିବାର ଦିନ ଓଡ଼ିଶା, ମଣିପୁର ଓ ବିହାରରେ ବ୍ୟାଙ୍କ ବନ୍ଦ ରହିବ
ମାର୍ଚ୍ଚ ୨୦: ଏଇ ଦିନ ରବିବାର ଅର୍ଥାତ୍‌ ଛୁଟିଦିନ ଥିବାରୁ ସାରା ଦେଶରେ ବ୍ୟାଙ୍କ ବନ୍ଦ ରହିବ

Advertisment

ବ୍ୟାଙ୍କ ବନ୍ଦ ରହିଲେ ମଧ୍ୟ ବ୍ୟାଙ୍କ ସମ୍ବନ୍ଧିତ କାମ ସବୁ ଡିଜିଟାଲ୍‌ ମାଧ୍ୟମରେ ହୋଇପାରିବ। UPI, ମୋବାଇଲ୍‌ ବ୍ୟାଙ୍କିଙ୍ଗ, ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ ଭଳି ଡିଜିଟାଲ ସେବା ମାଧ୍ୟମରେ ଆପଣ ବ୍ୟାଙ୍କ ସମ୍ବନ୍ଧିତ କାମ ଅତି ସହଜରେ କରିପାରିବେ। ଲଗାତାର ୪ ଦିନ ଛୁଟି ପଡ଼ୁଥିବା ଦେଖି ବ୍ୟାଙ୍କ ଗୁଡ଼ିକ ମଧ୍ୟ ATMରେ କ୍ୟାଶ୍‌ ଉପଲବ୍ଧ କରିଛନ୍ତି। ଯେଭଳି ଗ୍ରାହକ କୌଣସି ପ୍ରକାର ଅସୁବିଧାରେ ନପଡ଼ନ୍ତି।  

Bank Holidays List
Advertisment
Advertisment