Advertisment

ପୁଣି ଭିଡିଓ ଛାଡ଼ିଲେ ଅନୁଭବ, କହିଲେ- ‘ରାତିରେ ନିଦ ହେଉନି’

ଅନୁଭବ ମହାନ୍ତିଙ୍କ ନାଁରେ ଥିବା ଏକ ୟୁଟ୍ୟୁବ୍‌ ଚ୍ୟାନେଲରେ ଆଜି ସକାଳୁ ଏହି ଭିଡିଓଟି ଅପଲୋଡ୍‌ କରାଯାଇଛି। ଏଥର ନା ସେ ପତ୍ନୀ ବର୍ଷାଙ୍କୁ ଟାର୍ଗେଟ୍‌ କରିଛନ୍ତି ନା ବର୍ଷାଙ୍କ ଉଦ୍ଦେଶ୍ୟରେ କିଛି କହିଛନ୍ତି। ବରଂ ସେ ନିଜ ପରିବାର ବିଷୟରେ ଓ ଫ୍ୟାନ୍ସଙ୍କ ଉଦ୍ଦେଶ୍ୟରେ କିଛି ବାର୍ତ୍ତା ଦେଇଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
MP Anubhav Mohanty Shares New Video On Social Media

MP Anubhav Mohanty Shares New Video On Social Media

‘ଜୟ ଜଗନ୍ନାଥ ! ଗୁଡ୍‌ ମର୍ଣ୍ଣିଂ। ପିଲାବେଳୁ ମୁଁ ସକାଳୁ ଉଠିପାରେ ନାହିଁ। ଭାରି କଷ୍ଟ ହୁଏ। ହେଲେ ଏବେ ରାତି ଦିନ ହେବା କଷ୍ଟକର ହୋଇପଡ଼ିଛି। ତଥାପି ମୁଁ ସକାଳୁ ଉଠୁଛି, କାମ କରିବାକୁ ଚେଷ୍ଟା କରୁଛି। ଏହା କେବଳ ଆପଣମାନଙ୍କ ପାଇଁ ସମ୍ଭବପର ହୋଇପାରିଛି’। ପୁଣି ଆଉ ଏକ ଭିଡିଓ ଛାଡ଼ି ବିଜେଡି ସାଂସଦ ଅନୁଭବ ମହାନ୍ତି ଏଭଳି କିଛି କହିଛନ୍ତି। 

Advertisment

ଅନୁଭବ ମହାନ୍ତିଙ୍କ ନାଁରେ ଥିବା ଏକ ୟୁଟ୍ୟୁବ୍‌ ଚ୍ୟାନେଲରେ ଆଜି ସକାଳୁ ଏହି ଭିଡିଓଟି ଅପଲୋଡ୍‌ କରାଯାଇଛି। ଏଥର ନା ସେ ପତ୍ନୀ ବର୍ଷାଙ୍କୁ ଟାର୍ଗେଟ୍‌ କରିଛନ୍ତି ନା ବର୍ଷାଙ୍କ ଉଦ୍ଦେଶ୍ୟରେ କିଛି କହିଛନ୍ତି। ବରଂ ସେ ନିଜ ପରିବାର ବିଷୟରେ ଓ ଫ୍ୟାନ୍ସଙ୍କ ଉଦ୍ଦେଶ୍ୟରେ କିଛି ବାର୍ତ୍ତା ଦେଇଛନ୍ତି। ଭିଡିଓ ଛାଡ଼ି ଅନୁଭବ କହିଛନ୍ତି, ‘ମୁଁ ଆପଣଙ୍କୁ କିଛିବି ମିଛ କଥା କହିନାହିଁ। ମୃତ୍ୟୁ ପର୍ଯ୍ୟନ୍ତ ମୁଁ ଏମିତି କିଛିବି କାମ କରିବି ନାହିଁ, ଯେଉଁଥିପାଇଁ ଆପଣଙ୍କ ମୁଣ୍ଡ ମୋ ପାଇଁ ତଳକୁ ହୋଇଯିବ। ଆମେ ଏବେ ନିଜ ଘରେ ନୁହେଁ ବରଂ ଭଡ଼ା ଘରେ ରହୁଛୁ। ବାପାମା’, ଭାଇ, ଭାଇବୋହୂ, ଝିଆରୀଙ୍କ ସହ ରହୁଛି।’

ଅନୁଭବ ଆହୁରି କହିଛନ୍ତି, ‘ଆପଣମାନେ ସବୁ ଦୁଃଖକଷ୍ଟରୁ ଦୂରରେ ରୁହନ୍ତୁ। ସମସ୍ତଙ୍କୁ ଭଲ ପାଆନ୍ତୁ। ଶତ୍ରୁତା, ଘୃଣା ଏସବୁଠୁ ଦୂରରେ ରହି ପରିବାର ସହ ଏକାଠି ରୁହନ୍ତୁ। ନିଜ ବାପାମା’ଙ୍କୁ ଭଲ ପାଇବାରେ କେବେବି ଉଣା କରିବେ ନାହିଁ। ସେମାନେ ଭଗବାନ।’

Advertisment

ସୂଚନାଥାଉ କି, ବିଜେଡି ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ସୋସିଆଲ୍‌ ମିଡିଆ ୱାର୍‌ ତେଜିବାରେ ଲାଗିଛି। କେତେବେଳେ ପାରିବାରିକ ବିବାଦ ମାମଲାକୁ ନେଇ ‍ବର୍ଷାଙ୍କ ବିରୋଧରେ ଅନୁଭବ ସୋସିଆଲ ମିଡିଆରେ ଭିଡିଓ/ପୋଷ୍ଟ ଛାଡ଼ୁଛନ୍ତି ତ ଆଉ କେତେବେଳେ ବର୍ଷାଙ୍କ ଫ୍ୟାନ୍‌ ସୋସିଆଲ୍‌ ମିଡିଆରେ ଅନୁଭବଙ୍କ ନାଁ ନନେଇ ତାଙ୍କ ବିରୋଧରେ ପୋଷ୍ଟ ଶେଆର କରୁଛନ୍ତି। ଅନୁଭବ ଗୋଟିଏ ପୋଷ୍ଟ/ଭିଡିଓ ଶେଆର କଲେ ବର୍ଷାଙ୍କ ଫ୍ୟାନ୍‌ ଏହାର ଜବାବ ଦେବାକୁ ଏକ ପ୍ରକାର ତୟାର ହୋଇ ଅଛନ୍ତି। ଏପରି ଲାଗୁଛି ଏବେ ସ୍ୱାମୀ-ସ୍ତ୍ରୀଙ୍କ କଳିର କଡ଼ା ଜବାବ ଫ୍ୟାନ୍ସ ଦେଉଛନ୍ତି। 

Varsha Priyadarshini Anubhav Mohanty Anubhav- Varsha Marital Discord Anubhav-Varsha Family Dispute
Advertisment
Advertisment