Advertisment

୨୪ ଘଣ୍ଟାରେ ଆକ୍ସନ: ଟିଭି ଅଭିନେତ୍ରୀଙ୍କ ହତ୍ୟାକାରୀଙ୍କୁ ଏନ୍‌କାଉଣ୍ଟର

ଏନ୍‌କାଉଣ୍ଟରରେ କାଶ୍ମୀରର ଲୋକପ୍ରିୟ ଟିଭି ଅଭିନେତ୍ରୀ ଅମରିନ୍‌ ଭଟ୍ଟଙ୍କ ଦୁଇ ହତ୍ୟାକାରୀ ନିହତ ହୋଇଛନ୍ତି। ସ୍କର ଇ ତାଇବା ସଂଗଠନର ଏହି ୨ ଆତଙ୍କବାଦୀ ଅମରିନ ଭଟ୍ଟ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି।

author-image
Rajalaxmi Sahoo
TV Artist Amreen Bhat Murder Case

TV Artist Amreen Bhat Murder Case

ଏନ୍‌କାଉଣ୍ଟରରେ କାଶ୍ମୀରର ଲୋକପ୍ରିୟ ଟିଭି ଅଭିନେତ୍ରୀ ଅମରିନ୍‌ ଭଟ୍ଟଙ୍କ ଦୁଇ ହତ୍ୟାକାରୀ ନିହତ ହୋଇଛନ୍ତି। ୨୪ ଘଣ୍ଟାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଲସ୍କର ଇ ତାଇବା ସଂଗଠନର ଏହି ୨ ଆତଙ୍କବାଦୀ ଅମରିନ ଭଟ୍ଟ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି। ଆତଙ୍କବାଦୀମାନେ ଲୁଚିଥିବା ଖବର ପାଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ମିଳିତ ଅପରେସନ କରାଯାଇଥିଲା।

Advertisment

ଗତକାଲି ବିଳମ୍ବିତ ରାତିରେ ଅୱନ୍ତିପୋରାରେ ଏନ୍‌କାଉଣ୍ଟରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଗତ ୩ ଦିନ ମଧ୍ୟରେ ଜମ୍ମୁ ଓ କାଶ୍ମୀରରେ ଏନ୍‌କାଉଣ୍ଟରରେ ୧୦ ଆତଙ୍କବାଦୀ ନିପାତ ହୋଇଛନ୍ତି।  

ସୂଚନାଥାଉ କି, ବୁଧବାର ଦିନ କଶ୍ମୀର ବଡଗାମ ଜିଲ୍ଲାର ହସ୍‌ରୋ ଗାଁରେ ୩୫ ବର୍ଷୀୟ ଟିଭି ଅଭିନେତ୍ରୀ ଅମରିନ୍‌ଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଅମରିନ୍‌ଙ୍କ ୧୦ ବର୍ଷୀୟ ପୁତୁରାଙ୍କୁ ମଧ୍ୟ ଗୁଳି ବାଜିଥିଲା। ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ଅମରିନ୍‌ଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। 

Advertisment
Encounter TV Artist Amreen Bhat TV Artist Amreen Bhat Murder
Advertisment
Advertisment