Advertisment

୪ର୍ଥ ଭିଡିଓ ଛାଡ଼ିଲେ ଅନୁଭବ: ବର୍ଷାଙ୍କ ବିଷୟରେ କହିଲେନି, ଶୁଭେଚ୍ଛୁଙ୍କ ସହାନୁଭୂତି ସାଉଣ୍ଟିବାକୁ ଚେଷ୍ଟା !

ଅନୁଭବ ତାଙ୍କ ଚତୁର୍ଥ ଭିଡିଓ ଛାଡ଼ିବା ପରେ ଗୋଟିଏ କଥାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତା’ ହେଉଛି ପୂର୍ବ ଭିଡିଓ ଭଳି ଏଥିରେ ସେ ବର୍ଷାଙ୍କ ବିଷୟରେ ପଦଟିଏ ବି କହି ନାହାନ୍ତି।

author-image
Rajalaxmi Sahoo
Anubhav Mohanty shares 4th video

Anubhav Mohanty shares 4th video

ଅନୁଭବ ତାଙ୍କ ଚତୁର୍ଥ ଭିଡିଓ ଛାଡ଼ିବା ପରେ ଗୋଟିଏ କଥାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତା’ ହେଉଛି ପୂର୍ବ ଭିଡିଓ ଭଳି ଏଥିରେ ସେ ବର୍ଷାଙ୍କ ବିଷୟରେ ପଦଟିଏ ବି କହି ନାହାନ୍ତି। ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛିଯେ, ଅନୁଭବ ଆଉ ତାଙ୍କ ବୈବାହିକ ଜୀବନ ବାବଦରେ କହି ଫ୍ୟାନ୍ ମାନଙ୍କୁ ଭାରାକ୍ରାନ୍ତ କରିବାକୁ ଚାହୁଁ ନାହାଁନ୍ତି, ବରଂ ସେ ଏଥିରୁ ଦୂରେଇ ପ୍ରଶଂସକଙ୍କ ଶୁଭ ମନାସି ସେମାନଙ୍କ ସହାନୁଭୂତି ସାଉଣ୍ଟିବାକୁ ଚେଷ୍ଟା କରିଛନ୍ତି।

Advertisment

ଏହି ଭିଡିଓରେ ସେ ତାଙ୍କର ଗୋଟିଏ ଦିନ କେମିତି କଟୁଛି ସେ ବିଷୟରେ କହିବା ସହ ସେ ନିଜ ଘର ଛାଡ଼ି ଭଡ଼ା ଘରେ ରହିଲେ ବି ତାକୁ ନିଜ ଘର ବୋଲି ଭାବୁଥିବା କହିଛନ୍ତି। କାରଣ ସେଠି ତାଙ୍କ ବାପା ମା’ ଓ ପରିବାର ପରିଜନ ରହୁଛନ୍ତି। ଶେଷରେ ସେ ସମସ୍ତଙ୍କୁ ଗୋଟିଏ କଥା କହିଛନ୍ତି, ବାପା ମା’ ହେଉଛନ୍ତି ଭଗବାନ। ସେମାନଙ୍କୁ କେବେ ଅବହେଳା କରନ୍ତୁ ନାହିଁ। ପୂର୍ବରୁ ସେ ଛାଡ଼ିଥିବା ଭିଡିଓରେ ପିଲାମାନଙ୍କୁ ସେ କେତେ ଭଲ ପାଆନ୍ତି, ସେ ବିଷୟରେ ସୂଚନା ଦେଇଛନ୍ତି। ଚତୁର୍ଥ ଭିଡିଓରେ ମଧ୍ୟ ପିଲାମାନଙ୍କୁ ମିଠାମିଠା କଥା କହି ସେମାନଙ୍କ ପ୍ରତି ତାଙ୍କର ଥିବା ସ୍ନେହ ଦର୍ଶାଇବାକୁ ଚେଷ୍ଟା କରିଛନ୍ତି।

ଅନୁଭବ ଓ ବର୍ଷାଙ୍କ ମଧ୍ୟରେ ଚାଲିଥିବା ପାରିବାରିକ ବିବାଦ ଦିନକୁ ଦିନ ଅଧିକ ତିକ୍ତ ହେବାରେ ଲାଗିଛି। ଏଭଳି ସମୟରେ ଅନୁଭବ ନିଜକୁ ଅସହାୟ ମନେ କରୁଥିବା ମନେ ହେଉଛି। ତାଙ୍କ କଥା କେହି ଶୁଣୁ ନାହାନ୍ତି ବୋଲି ପୂର୍ବ ଭିଡିଓରେ ଅନୁଭବ କହିଥିଲେ। ସେତେବେଳେ ତାଙ୍କ ହତାଶାଭାବ ସ୍ପଷ୍ଟ ଜଣା ପଡୁଥିଲା। ସୁତରାଂ ଏବେ ସେ ବର୍ଷାଙ୍କ ବିଷୟରେ କିଛି ନକହି ନିଜ ପ୍ରଶଂସକଙ୍କ ଶୁଭ କାମନା କରିଛନ୍ତି, ଯାହାକୁ ନେଇ ଭିନ୍ନଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। 

Advertisment

ଅନ୍ୟପକ୍ଷେ, ଅନୁଭବଙ୍କ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ପ୍ରଥମେ ପୁରୀଘାଟ ଥାନା, ତା ପରେ ସାଇବର ଥାନା, ଆଉ ଏବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସୋସିଆଲ ମିଡିଆରେ ତାଙ୍କ ନାମରେ ଅପପ୍ରଚାର ବନ୍ଦ କରିବାକୁ ନିର୍ଦ୍ଦେଶ ଦେବାକୁ ସେ ହାଇକୋର୍ଟରେ ପିଟିସନ ଦାଖଲ କରିଛନ୍ତି। ଏଥିରେ ସେ ତାଙ୍କ ସ୍ୱାମୀ ଅନୁଭବ ମହାନ୍ତି, ରାଜ୍ୟ ସରକାର ଓ ସୂଚନା ପ୍ରସାରଣ ମନ୍ତ୍ରାଳୟକୁ ପକ୍ଷଭୁକ୍ତ କରିଛନ୍ତି। ପୂର୍ବରୁ ସୋସିଆଲ ମିଡିଆରେ ଅନୁଭବଙ୍କ ଭିଡିଓ ପୋଷ୍ଟକୁ ନେଇ ବର୍ଷା ପ୍ରଥମେ ପୁରୀଘାଟ ଥାନା ଓ ପରେ ସାଇବର ଥାନାରେ ଏତଲା ଦେଇଥିଲେ। ବର୍ଷାଙ୍କ ଏତଲା ଆଧାରରେ ଆଇପିସି ଧାରା ୫୦୯ ଆଇଟି ଆକ୍ଟରେ ମାମଲା ରୁଜୁ ହୋଇଛି।

Varsha Priyadarshini Anubhav Mohanty Anubhav- Varsha Marital Discord Anubhav-Varsha Family Dispute
Advertisment
Advertisment