ଲଗାତାର ଦ୍ୱିତୀୟ ଦିନରେ ସୁନା ଦର ହ୍ରାସ ପାଇଛି। ଗତକାଲି ତୁଳନାରେ ଆଜି ସୁନା ଦର ପ୍ରତି ୧୦ ଗ୍ରାମକୁ ୨୨୦ ଟଙ୍କା ହ୍ରାସ ପାଇଛି।
ପ୍ରଥମେ ଛାତ୍ରଛାତ୍ରୀଙ୍କୁ ପ୍ରଲୋଭନ ଦେଖାଇ କଲେଜରେ ଆଡମିଶନ କରାଇଲେ। ପରେ ସେମାନଙ୍କ ନାଁରେ ଆସିଥିବା ୨ ବର୍ଷର ଷ୍ଟାଇପେଣ୍ଡ୍ ଟଙ୍କାକୁ ଆତ୍ମସାତ କରାଗଲା।
ଟ୍ରେନ୍ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ଅଳ୍ପକେ ବର୍ତ୍ତିଗଲେ ସିନା, ହେଲେ ଯୁବକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ଡାହାଣ ହାତ ସମ୍ପୂର୍ଣ୍ଣ କଟି ଯାଇଛି।
ଦେଶର ଖାଦ୍ୟ ନିରାପତ୍ତା ଦୃଷ୍ଟିରୁ ଗହମ ରପ୍ତାନୀ ଉପରେ କେନ୍ଦ୍ର ସରକାର ରୋକ୍ ଲଗାଇଛନ୍ତି। କେବଳ କେନ୍ଦ୍ର ସରକାରଙ୍କ ସ୍ୱତନ୍ତ୍ର ଅନୁମତିରେ ଗହମ ରପ୍ତାନୀ ହୋଇପାରିବ।
ଥୋମାସ କପ୍ରେ ଭାରତର ପୁରୁଷ ବ୍ୟାଡମିଣ୍ଟନ ଟିମ୍ ଇତିହାସ ରଚିଛି। ପ୍ରଥମଥର ପାଇଁ ଟିମ୍ ଇଣ୍ଡିଆ ଫାଇନାଲରେ ପହଞ୍ଚିଛି।
କାହିଁକି ପିଲା ସ୍କୁଲ୍ ଆସୁ ନାହାନ୍ତି, ସେନେଇ ଜୁନିଅର ଟିଚର ଘର ଘର ବୁଲି ଏହାର କାରଣ କାରଣ ଖୋଜିବେ। ମାଇକ୍ରୋ ଲେବଲରେ ସର୍ଭେ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
ବିଲ୍ଡିଂର ପ୍ରଥମ ମହଲାରେ ପ୍ରଥମେ ନିଆଁ ଲାଗିଥିଲା। ଏହାପରେ ହଠାତ୍ ଦ୍ରୁତ ଗତିରେ ନିଆଁ ବ୍ୟାପିବା ଯୋଗୁ କିଛି ଲୋକ ଜୀବନ ବଞ୍ଚାଇବାକୁ ଯାଇ ଝରକା ଦେଇ ତଳକୁ ଡେଇଁ ପଡ଼ିଥିଲେ।
ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି କୁହାଯାଉଥିବା ଏଲନ୍ ମସ୍କଙ୍କ ଅବିକଳ ଚେହେରା ଥିବା ଲୋକ ମଧ୍ୟ ଅଛନ୍ତି। ତାଙ୍କ ଭଳି ଦେଖା ଯାଉଥିବା ଜଣେ ବ୍ୟକ୍ତି ଚୀନରେ ଅଛନ୍ତି।
ରାଜ୍ୟର ମୋଟ ୫୮ଟି ମୂଲ୍ୟାୟନ କେନ୍ଦ୍ରରେ ମାଟ୍ରିକ ଖାତା ଦେଖାହେବ। ଏଥିପାଇଁ ୨୦ ତାରିଖ ସକାଳ ୧୦ଟା ସୁଦ୍ଧା ମୂଲ୍ୟାୟନ କେନ୍ଦ୍ରରେ ଯୋଗଦେବାକୁ ପରୀକ୍ଷକମାନଙ୍କୁ ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ କହିଛନ୍ତି।
ଏହି ବିଶାଳକାୟ ଆଷ୍ଟ୍ରଏଡ୍ର ଗତିବିଧି ଉପରେ ନାସା ନଜର ରଖିଛି। ନାସାର ସୂଚନା ଅନୁସାରେ, ମେ’ ୧୬ ଭୋର ୨ଟା ୪୮ ମିନିଟ୍ରେ ଆଷ୍ଟ୍ରଏଡ୍ 388945 (2008 TZ3) ପୃଥିବୀର ନିକଟତର ହେବ।
ମେ’ ୧୫ ତାରିଖରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ପ୍ରବେଶ କରିବା ସମ୍ଭାବନା ରହିଛି। ସାଧାରଣତଃ ମେ ୨୦ରେ ମୌସୁମୀ ବାୟୁ ଆଣ୍ଡାମାନ ସାଗର ଛୁଇଁଥାଏ।
ମହଙ୍ଗା ମାଡ଼ରେ ପେଶି ହୋଇଗଲେଣି ସାଧାରଣ ଜନତା। ସପ୍ତାହ ପୂର୍ବେ ବ୍ରଏଲର କୁକୁଡ଼ା ମାଂସ ୧୮୦ରୁ ୨୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଏବେ ଏହା ୨୮୦ ଟଙ୍କାରେ ପହଞ୍ଚିଲାଣି।
ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲ୍ର ଜଣେ ଡାକ୍ତର ଆତ୍ମହତ୍ୟା କରିଛନ୍ତି। ଗତକାଲି ନିଜ ଚାମ୍ବରରେ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।
ଜଣେ ଅପରିଚିତ ମହିଳା ସୋସିଆଲ ମିଡିଆରେ ଯବାନଙ୍କ ସହ ବନ୍ଧୁତା ସ୍ଥାପନ କରି ତାଙ୍କ ଠାରୁ ସମ୍ବେଦନଶୀଳ ତଥ୍ୟ ସବୁ ସଂଗ୍ରହ କରିଥିବା ସୂଚନା ମିଳିଛି।
ବାତ୍ୟା ‘ଅସାନି’ ଟଳିଯିବା ପରେ ଏବେ ଉପକୂଳ ଓ ଦକ୍ଷିଣ ଓଡ଼ିଶାକୁ ଭିଜାଇଛି ବର୍ଷା। ୧୭ ତାରିଖ ଯାଏ ରାଜ୍ୟ ବିଭିନ୍ନ ସ୍ଥାନରେ ସ୍ୱଳ୍ପ ବର୍ଷା ହେବାର ସମ୍ଭାବନା ରହିଛି।
ନିଆଁ ଲାଗି ମାଆ ସହ ୨ ଶିଶୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ଏହି ଅଭାବନୀୟ ଘଟଣା ଘଟିଛି।
କୁଆଡ଼େ ଚାଲିଗଲେ ଜେଜେବାପା ? ମାସେରୁ ଅଧିକ ସମୟ ବିତିଲାଣି ହେଲେ ଜେଜେବାପାଙ୍କର କୌଣସି ପତ୍ତା ମିଳୁନି।
କାହାର ଏହିସବୁ ଜିନିଷ ଓ କିଏ ଏହି ଯୁବତୀ ତାହା ଜଣାପଡ଼ିନାହିଁ। କେଉଁ ପରିସ୍ଥିତିରେ ଏହିସବୁ ଜିନିଷ ଏଠାକୁ ଆସିଲା, ତାହା ମଧ୍ୟ କାହାରିକୁ ଜଣାନାହିଁ।
ଏଣିକି ରାତି ୧୨ଟା ପର୍ଯ୍ୟନ୍ତ ରାଜଧାନୀ ଭୁବନେଶ୍ୱରରେ ୧୪ଟି ଡ୍ୟାନ୍ସ ବାର୍ରେ ମଦ୍ୟପାନ ସହ ଡ୍ୟାନ୍ସ ଚାଲି ପାରିବ। ଏନେଇ ଅବକାରୀ ବିଭାଗ ଅନୁମତି ଦେଇଛି।
କୋଏମ୍ବାଟୁରର ଇଡ୍ଲି ଆମ୍ମା ତଥା ସମାଜସେବୀ ଏମ୍. କମଲାଥାଲଙ୍କ ପାଇଁ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଏକ ନୂଆ ଘର ନିର୍ମାଣ କରିଛନ୍ତି। ଗତ ୩୭ ବର୍ଷ ହେଲା କମଲାଥାଲ ଟଙ୍କିକିଆ ଇଡଲି, ସମ୍ବର ଓ ଚଟନି ବିକ୍ରି କରି ଆସୁଛନ୍ତି।