Advertisment

ଅନୁଭବ କହିଲେ- ‘ବର୍ଷାଙ୍କ ଫ୍ୟାନ୍ସ କ୍ଲବ୍‌ ପ୍ରତି ସତର୍କ ରୁହନ୍ତୁ’

ପୁଣି ବର୍ଷାଙ୍କୁ ଟାର୍ଗେଟ କଲେ ଅନୁଭବ। କିଛି ଫେକ୍‌ ଆକାଉଣ୍ଟ୍‌ ଓ ଫ୍ୟାନ୍‌ ପେଜ୍‌ ଯାହାକି ବର୍ଷା ପ୍ରିୟଦର୍ଶିନୀଙ୍କ ଦ୍ୱାରା ଖୋଲା ଯାଇଛି, ସେସବୁ ପ୍ରତି ସତର୍କ ରହିବାକୁ ଅନଭୁବ ତାଙ୍କ ଅଫିସିଆଲ୍‌ ଫେସ୍‌ବୁକ୍‌ ପେଜ୍‌ରେ ଆଜି କହିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Again MP Anubhav Mohanty Targets Varsha Priyadarshini

Again MP Anubhav Mohanty Targets Varsha Priyadarshini

ପୁଣି ସୋସିଆଲ୍‌ ମିଡିଆରେ ବିଜେଡି ସାଂସଦ ଅନୁଭବ ମହାନ୍ତି ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଟାର୍ଗେଟ୍‌ କରିଛନ୍ତି। କିଛି ଫେକ୍‌ ଆକାଉଣ୍ଟ୍‌ ଓ ଫ୍ୟାନ୍‌ ପେଜ୍‌ ଯାହାକି ବର୍ଷା ପ୍ରିୟଦର୍ଶିନୀଙ୍କ ଦ୍ୱାରା ଖୋଲା ଯାଇଛି, ସେସବୁ ପ୍ରତି ସତର୍କ ରହିବାକୁ ଅନଭୁବ କହିଛନ୍ତି। ଅନୁଭବଙ୍କ ଅଫିସିଆଲ୍‌ ଫେସ୍‌ବୁକ୍‌ ପେଜ୍‌ରେ ଏକ ପୋଷ୍ଟ ଶେଆର କରାଯାଇଛି। ଏଥିରେ ବର୍ଷାଙ୍କ ଫ୍ୟାନ୍ସ କ୍ଲବ୍‌ ପେଜ୍‌ ଓ କିଛି କମେଣ୍ଟର ସ୍କ୍ରିନ୍‌ଶଟ୍‌ ଶେଆର କରାଯାଇଛି।

Advertisment

ପୋଷ୍ଟ ଶେଆର କରିବା ସହ ଅନୁଭବ ଲେଖିଛନ୍ତି, ‘କିଛି ଫେକ୍‌ ଆକାଉଣ୍ଟ୍‌ ଓ ଫ୍ୟାନ୍‌ ପେଜ୍‌ ଯାହାକି ବର୍ଷା ପ୍ରିୟଦର୍ଶିନୀଙ୍କ ଦ୍ୱାରା ଖୋଲା ଯାଇଛି, ସେସବୁ ପ୍ରତି ସତର୍କ ରୁହନ୍ତୁ। ଏହିସବୁ ଆକାଉଣ୍ଟରୁ ମୋତେ ଓ ସତ୍ୟକୁ ସମର୍ଥନ କରୁଥିବା ଲୋକଙ୍କୁ ଗାଳିଗୁଲଜ କରାଯିବା ସହ ଅଶାଳୀନ ଭାଷା ଇତ୍ୟାଦି ପ୍ରୟୋଗ କରାଯାଉଛି। 

ଫେକ୍‌ ଆକାଉଣ୍ଟ ଓ ଫ୍ୟାନ୍‌ କ୍ଲବ୍‌ ପେଜ୍‌ ମାଧ୍ୟମରେ ବର୍ଷା ଏଭଳି କରୁଥିବା ଅନୁଭବ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ ଖବର ଲେଖାଯିବା ଏନେଇ ବର୍ଷାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ଆମେ ଆପଣଙ୍କୁ ଏଠାରେ କହି ରଖୁଛୁ ଯେ, ବର୍ଷାଙ୍କ ନାଁରେ ଫେସ୍‌ବୁକ୍‌ରେ ଥିବା ଏହି ଫ୍ୟାନ୍ସ କ୍ଲବ୍‌ ପେଜ୍‌କୁ କିଏ ପରିଚାଳନା କରୁଛି ତାହା ଜଣାପଡ଼ି ନାହିଁ।

Advertisment

ସୂଚନାଥାଉ କି, ବିଜେଡି ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ସୋସିଆଲ୍‌ ମିଡିଆ ୱାର୍‌ ଆହୁରି ତେଜିବାରେ ଲାଗିଛି। କେତେବେଳେ ପାରିବାରିକ ବିବାଦ ମାମଲାକୁ ନେଇ ‍ବର୍ଷାଙ୍କ ବିରୋଧରେ ଅନୁଭବ ସୋସିଆଲ ମିଡିଆରେ ଭିଡିଓ/ପୋଷ୍ଟ ଛାଡ଼ୁଛନ୍ତି ତ ଆଉ କେତେବେଳେ ବର୍ଷାଙ୍କ ଫ୍ୟାନ୍‌ ସୋସିଆଲ୍‌ ମିଡିଆରେ ଅନୁଭବଙ୍କ ନାଁ ନନେଇ ତାଙ୍କ ବିରୋଧରେ ପୋଷ୍ଟ ଶେଆର କରୁଛନ୍ତି। ଅନୁଭବ ଗୋଟିଏ ପୋଷ୍ଟ/ଭିଡିଓ ଶେଆର କଲେ ବର୍ଷାଙ୍କ ଫ୍ୟାନ୍‌ ଏହାର ଜବାବ ଦେବାକୁ ଏକ ପ୍ରକାର ତୟାର ହୋଇ ଅଛନ୍ତି। ଏପରି ଲାଗୁଛି ଏବେ ସ୍ୱାମୀ-ସ୍ତ୍ରୀଙ୍କ କଳିର କଡ଼ା ଜବାବ ଫ୍ୟାନ୍ସ ଦେଉଛନ୍ତି। 

Varsha Priyadarshini Anubhav Mohanty Anubhav- Varsha Marital Discord Anubhav-Varsha Family Dispute
Advertisment
Advertisment