ଧନୀ ହେଉ କି ଗରିବ, ସମସ୍ତେ କୁକୁରକୁ ପସନ୍ଦ କରନ୍ତି। ଅନେକ କୁକୁରକୁ ନିଜ ଘରେ ପାଳିଥାନ୍ତି। ଧନୀକ ଶ୍ରେଣୀର ଲୋକେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ସେମାନଙ୍କ ଲାଳନ ପାଳନ ବି କରିଥାନ୍ତି। ଅବିକଳ କୁକୁର ଭଳି ଦେଖାଯାଉଥିବା, ଆଚରଣ କରୁଥିବା ଏକ କୁକୁରର ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ବାସ୍ତବରେ ଏହା ଅସଲି ନୁହେଁ ବରଂ ନକଲି କୁକୁର। ଏମିତି କିଛି ଅଜବ ପ୍ରକାରର ହରକତ କରି ଜାପାନର ତୋକ ନାମକ ଜଣେ ବ୍ୟକ୍ତି ଚର୍ଚ୍ଚାକୁ ଆସିଛନ୍ତି। ଘଟଣାଟି ଶୁଣିକି ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ କଥାଟି ସତ।
【制作事例 追加】
— 特殊造型ゼペット (@zeppetJP) April 11, 2022
犬 造型スーツ
個人の方からのご依頼で、犬の造型スーツを制作しました。
コリー犬をモデルにしており、本物の犬と同様に四足歩行のリアルな犬の姿を再現しております🐕
詳細はこちら:https://t.co/0gPoaSb6yn#犬 #Dog #着ぐるみ#特殊造型 #特殊造形 pic.twitter.com/p9072G2846
କୁକୁର ଭଳି ଦେଖାଯିବାକୁ ତୋକ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ଅଲଟ୍ରା ରିଅଲଷ୍ଟିକ୍ ଡଗ୍ କଷ୍ଟ୍ୟୁମ୍ ପରିଧାନ କରିଥିବା ତୋକ ଏକ ଭଡିଓକୁ ନିଜ ଟ୍ୱିଟରରେ ଅପଲୋଡ କରିଛନ୍ତି। ଯାହା ଖୁବ୍ ଭାଇରାଲ୍ ହେଉଛି। ତାଙ୍କ କହିବା କଥା, ସେ କୁକୁରକୁ ବହୁତ ଭଲ ପାଆନ୍ତି। ପିଲାଦିନରୁ ହିଁ ସେ କୁକୁର ଭଳି ଜୀବନ ଜିଇଁବାକୁ ଆଗ୍ରହୀ ଥିଲେ। ଆଉ ଏବେ ସେ କୁକୁର ଭଳି ରହିବା ଓ ଦେଖାଯିବା ପରେ ଏଭଳି ଏକ ପୋଷାକ ପ୍ରସ୍ତୁତ କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି।
ଜିପେଟ ନାମକ ସଂସ୍ଥା ଏହି ପୋଷାକକୁ ପ୍ରସ୍ତୁତ କରିବା ପାଇଁ ୪୦ ଦିନର ସମୟ ନେଇଥିଲେ। ତୋକ୍ ଟ୍ୱିଟର ଓ ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ଖୋଲି ପ୍ରତିଦିନର ଅପଡେଟ୍ସ ଦେଉଛନ୍ତି। ଏବେ କେବଳ ଜାପାନ ନୁହେଁ ସାରା ବିଶ୍ୱରେ ତାଙ୍କ ଭିଡିଓ ଖୁବ୍ ଭାଇରାଲ ହେଉଥିବା ବେଳେ ତାଙ୍କର ଏହି ଅଜବ ଗଜବ ହରକତକୁ ନେଇ ଚର୍ଚ୍ଚା ବି ହେଉଛି।