Advertisment

ଡ୍ରଗ୍ସ ମାମଲାରେ ଶାହରୁଖଙ୍କ ପୁଅ ଆର୍ୟନଙ୍କୁ କ୍ଲିନ୍‌ଚିଟ୍‌

ମୁମ୍ବାଇ କ୍ରୁଜ୍‌ରେ ଡ୍ରଗ୍ସ ପାର୍ଟି ମାମଲାରେ ଅଭିନେତା ଶାହାରୁଖ୍ ଖାନ୍‌ଙ୍କ ପୁଅ ଆର୍ୟନ ଖାନ୍‌ଙ୍କୁ କ୍ଲିନ୍‌ଚିଟ୍ ମିଳିଛି। NCB ଏହି କ୍ଲିନ୍‌ଚିଟ୍‌ ଦେଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Shah Rukh Khan Son Aryan Khan Cleared In Drugs Case

Shah Rukh Khan Son Aryan Khan Cleared In Drugs Case

ମୁମ୍ବାଇ କ୍ରୁଜ୍‌ରେ ଡ୍ରଗ୍ସ ପାର୍ଟି ମାମଲାରେ ଅଭିନେତା ଶାହାରୁଖ୍ ଖାନ୍‌ଙ୍କ ପୁଅ ଆର୍ୟନ ଖାନ୍‌ଙ୍କୁ କ୍ଲିନ୍‌ଚିଟ୍ ମିଳିଛି। NCB(Narcotics Control Bureau) ଏହି କ୍ଲିନ୍‌ଚିଟ୍‌ ଦେଇଛି। ଏନ୍‌ସିବି ପକ୍ଷରୁ ଦାଖଲ ଚାର୍ଜସିଟ୍‌ରେ ଆର୍ୟନଙ୍କୁ କ୍ଲିନ୍‌ଚିଟ୍ ମିଳିଛି। ଚାର୍ଜସିଟ୍‌ରେ ଆର୍ୟନ ଖାନ୍‌ଙ୍କ ନାଁ ନଥିବା ନେଇ ସୂଚନା ମିଳିଛି। ଡ୍ରଗ୍ସ ପାର୍ଟି ମାମଲାରେ ଏନ୍‌ସିବି ୬,୦୦୦ ପେଜ୍‌ର ଚାର୍ଜସିଟ୍‌ ଦାଖଲ କରିଥିଲା। ଏଥିରେ ୧୪ ଅଭିଯୁକ୍ତଙ୍କ ନାଁ ନିଆଯାଇଥିଲା। 

Advertisment

ସୂଚନାଥାଉ କି, ଗତ ବର୍ଷ ଅକ୍ଟୋବରରେ ଆର୍ୟନ ଗିରଫ ହୋଇଥିଲେ। ପରେ ତାଙ୍କୁ ଜାମିନ ମିଳିଥିଲା। ୨୮ ଦିନ ଜେଲ୍‌ରେ ରହିବା ପରେ ମୁକୁଳି ଥିଲେ କିଙ୍ଗ୍‌ ଖାନ୍‌ ଶାହରୁଖଙ୍କ ପୁଅ ଆର୍ୟନ ଖାନ୍‌। ଆର୍ୟନଙ୍କ ଓକିଲ ମୁକୁଲ ରୋହତଗି ବମ୍ବେ ହାଇକୋର୍ଟରେ ଆର୍ୟନଙ୍କୁ ମୁକୁଳିବା ଲାଗି ଦମ୍‌ଦାର ଦଲିଲ ଉପସ୍ଥାପନା କରିଥିଲେ।

ମୁମ୍ବାଇରୁ ଗୋଆ ଯାତ୍ରା କରିବାକୁ ଥିବା କର୍ଡେଲିଆ କ୍ରୁଜ୍ ଏମ୍ପ୍ରେସରେ ରେଭ୍ ପାର୍ଟି ଆୟୋଜନ ହୋଇଥିଲା। ପାର୍ଟିରେ ଡ୍ରଗ୍ସ ସେବନ କରାଯାଉଥିବା ନେଇ ସୂଚନା ମିଳିବା ପରେ ଏନ୍‌ସିବି ଚଢ଼ଉ କରିଥିଲା। ପାଣି ଜାହାଜ ଭିତରେ ଡ୍ରଗ୍ସ ପାର୍ଟିରେ ବହୁ ବଡ଼ ବ୍ୟବସାୟୀଙ୍କ ଝିଓ ଓ ପୁଅ ବି ସାମିଲ ହୋଇଥିଲେ ସୂଚନା ମିଳିଥିଲା। ଏହାପରେ ଆର୍ୟନଙ୍କ ସମେତ ୨୦ ଜଣଙ୍କୁ ଗିରଫ କରାଯାଇଥିଲା। 

Advertisment
Aryan Khan Mumbai Cruise Rave Party Mumbai Rave Party NCB Drugs Case Shah Rukh Khan Son Aryan Khan
Advertisment
Advertisment