• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ସୌର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୨୬ ତାରିଖ ଗୁରୁବାର । ତିଥି – ୧୧ଶୀ ଦିବା ୧୨/୩୯ ଗତେ ୧୨ଶୀ। ଚନ୍ଦ୍ର-  ମୀନ ରାତ୍ରି ୧୦/୩୯ ଗତେ ମେଷ। ଘାତ ଚନ୍ଦ୍ର- ଧନୁ ରାଶିରେ  , ରାତ୍ରି ୧୨/୩୯ ଗତେ ମେଷ ରାଶିର ଘାତ ବାର- କୁମ୍ଭ , ତୁଳା ରାଶିର ପୁଷ୍କର ଦୋଷ- ମୃତ ବ୍ୟକ୍ତିର ପୁଷ୍କର ଦୋଷ, ଗତେ ୧ ପାଦ - ପଶୁସମ୍ପଦ ନାଶ - ଅନ୍ନ ଦାନ 

ଶୁଭ ସମୟ- ପ୍ରାତଃ ୦୫/୧୧/୪୬ ରୁ ୦୬/୦୪/୦୨, ଦିବା ୦୯/୩୩/୦୭ ରୁ ୧୧/୧୭/୩୯, ସନ୍ଧ୍ୟା ୦୬/୫୯/୩୧ ରୁ ୦୯/୧୦/୪୧, ରାତ୍ରି ୦୧/୦୫/୪୦ ରୁ ୦୨/୧୬/୪୨,ରାତ୍ରି ୦୩/୪୪/୦୯ ରୁ ୦୫/୧୧/୩୫
ଅଶୁଭ ସମୟ- ରାହୁ କାଳ-  ଦିବା ୦୧/୨୧/୪୭ ରୁ ୦୨/୫୯/୪୭, କାଳ ବେଳା- ଦିବା ୦୨/୫୯/୪୭ ରୁ ୦୨/୩୭/୪୮, ବାର ବେଳା – ପ୍ରାତଃ ୦୪/୩୭/୪୮ ରୁ ୦୬/୧୫/୪୮, କାଳ ରାତ୍ରି-  ରାତ୍ରି ୧୧/୪୩/୪୧ ରୁ ୦୧/୦୫/୪୦

ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

ମେଷ- ବହୁ ଦିନରୁ ଅଟକି ରହିଥିବା କାମକୁ ସମ୍ପୂର୍ଣ୍ଣ କରିବେ। ଆଇନ ସହାୟତା ସାଙ୍ଗକୁ ବିଦେଶ ଯାତ୍ରା କରିବେ। ବ୍ୟବସାୟିକ କ୍ଷେତ୍ରରେ ଅଭିବୃଦ୍ଧି ଘଟିପାରେ।
ପ୍ରତିକାର – ସୂର୍ଯ୍ୟ ଦେବତାଙ୍କୁ ୫ଟି ନାଲି ମନ୍ଦାର ଅର୍ପଣ କରନ୍ତୁ

ବୃଷ- ସାମାଜିକ ପ୍ରତିଷ୍ଠା ସହିତ ସୁଖ ସୌଭାଗ୍ୟ ପ୍ରଦାନ କରିବ। ବୃତ୍ତିଗତ ଧନ୍ଦାରୁ ବୈଷୟିକ ଅଭିବୃଦ୍ଧି ଘଟିବ। ପରୋକ୍ଷ ଶତ୍ରୁତା ପ୍ରତି ସତର୍କ ରହିବା ଭଲ।
ପ୍ରତିକାର -   ଦହି, ମିଶ୍ରି, ଅରୁଆ ଚାଉଳ କୌଣସି  ମନ୍ଦିରରେ ଦାନ କରନ୍ତୁ            

ମିଥୁନ- ଆରୋଗ୍ୟ ଲାଭ ସହ ବୌଦ୍ଧିକ ବିକାଶ ଘଟିବ। ଚାକିରିରେ କ୍ଷେତ୍ରରେ ସଫଳ ପାଇବେ। 
ପ୍ରତିକାର – ସବୁଜ ରଙ୍ଗର ପୋଷାକ କୌଣସି କିନ୍ନରଙ୍କୁ ଦାନ କରନ୍ତୁ

କର୍କଟ- ନିରାଶ ଭାବ ଦେଖାଦେବ। ବ୍ୟବସାୟରେ ହାନି ଘଟିବ। ପୁରୁଣା ରୋଗ ବ୍ୟାଧି ଜନିତ ପୀଡା ଦୁଶ୍ଚିନ୍ତାର କାରଣ ହୋଇପାରେ।
ପ୍ରତିକାର – ଭୂବନେଶ୍ୱରୀଙ୍କ ମନ୍ତ୍ର ପାଠ କରନ୍ତୁ ।

ସିଂହ- ସୃଜନଶୀଳତା ଓ  ଧର୍ମକାର୍ଯ୍ୟରେ ବାଧାପ୍ରାପ୍ତ ସୃଷ୍ଟି ହୋଇପାରେ। ସନ୍ଦେହ ଓ ଭୁଲ୍‌ ବୁଝାମଣାରୁ ପାରିବାରିକ କଳହ ଦେଖା ଦେଇପାରେ। ବନ୍ଧୁତା ସୂତ୍ରରେ ଆବଦ୍ଧ କର୍ତ୍ତବ୍ୟରେ ରେ ତ୍ରୁଟି ରହିବ।
ପ୍ରତିକାର –ଶ୍ରୀ ବିଷ୍ଣୁଙ୍କ ଉପାସନା କରନ୍ତୁ

କନ୍ୟା- ସ୍ଥିର ମନ ନେଇ କାମ କରିଲେ ସମସ୍ୟାର ସମାଧାନ ହୋଇପାରେ। ଆର୍ଥିକ ସଙ୍କଟ ଲାଗି ରହିଲେ ମଧ୍ୟ ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ମନସ୍ଥ କରିବେ। ମହିଳାମାନେ ଉତ୍ସାହିତ ରହିବେ।
ପ୍ରତିକାର – ଓଁ ଶ୍ରୀଂ ମହାଲକ୍ଷୈା ନମଃ ଜପ  କରନ୍ତୁ      

ତୁଳା- ସାସ୍କୃଂତିକ କାର୍ଯ୍ୟକ୍ରମରେ ଯୋଗ ଦେବେ। କୌଣସି ବଡ ଧରଣର ଯୋଜନା କାର୍ଯ୍ୟକାରୀ ହୋଇପାରେ। ଆଶା କରୁଥିବା ଦିଗରୁ ଅର୍ଥ ଲାଭ କରିପାରନ୍ତି।
ପ୍ରତିକାର – ଭଗବାନଙ୍କର ମୀନ ଅବତାର ଫଟୋକୁ ପୂଜା କରନ୍ତୁ

ବିଛା- କରଦାତାଙ୍କ ଚାପ ସମସ୍ୟା ଦେଖାଦେବ। ଆତ୍ମୀୟ ସୃଜନ ବିରୋଧ କରିଲେ ମଧ୍ୟ କିଛି କ୍ଷତି କରିପାରିବେ ନାହିଁ। ନିଜ ଲୋକଙ୍କ ବେଖାତିର ମନୋଭାବ ମାନସିକ ଅଶାନ୍ତିର କାରଣ ହୋଇପାରେ।  
ପ୍ରତିକାର – ଓଁ  ଅଂ ଅଙ୍ଗାରକାୟ ଜପ କରନ୍ତୁ

ଧନୁ - ଅନ୍ୟର ସାହାଯ୍ୟ, ସମର୍ଥନ ଲକ୍ଷ୍ୟ ହାସଲରେ ସହାୟକ ହୋଇପାରିବ। ଧର୍ମ ଓ ସାଂସ୍କୃତିକ କାର୍ଯ୍ୟରେ ଅଗ୍ରଣୀ ହୋଇ ସାମାଜିକ ସ୍ଥିତିକୁ ସୁଦୃଢ କରିବେ। ଯାନବାହାନ ଲାଭ ସାଙ୍ଗକୁ ମନୋରଞ୍ଜନ ଓ ମାଙ୍ଗଳିକ କାମରୁ ଖୁସି ରହିବେ।
ପ୍ରତିକାର – ବୃହସ୍ପତିଙ୍କର ମନ୍ତ୍ର ପାଠ କରନ୍ତୁ ।

ମକର- ପାରିବାରିକ ସମସ୍ୟା ଘଟିଲେ ମଧ୍ୟ ଦୁଃସାହସିକ ପଦକ୍ଷେପ ନେଇ ସମସ୍ୟାର ସମାଧାନ କରିବେ। ଧାତୁ ଅଳଙ୍କାର କ୍ରୟ କରି ସାମୟିକ ଆତ୍ମତୃପ୍ତି ଅନୁଭବ କରିବାର ସୁଯୋଗ ପାଇବେ। ରାଜନୈତିକ  କ୍ଷେତ୍ରରେ ବିଜୟ ଲାଭ କରିବେ।
ପ୍ରତିକାର - ଦକ୍ଷିଣକାଳିଙ୍କୁ ପୂଜା କରନ୍ତୁ

କୁମ୍ଭ- ପ୍ରିୟ ବ୍ୟକ୍ତିଙ୍କୁ ହରାଇ ମାନସିକ ଅସ୍ଥିରତା ଅନୁଭବ କରିବାକୁ ପଡ଼ିପାରେ। ଯାନବାହନ ଓ ସାମୟିକ ସମସ୍ୟା ଦେଖା ଦେଇପାରେ। ପରୋକ୍ଷ ଷଡଯନ୍ତ୍ର ମନରେ ହତାଶ ଭାବ ଦେଖା ଦେଇପାରେ। 
ପ୍ରତିକାର – ନୀଳ କିମ୍ବା କଳା ରଙ୍ଗର ଟୋପି ଧାରଣ କରନ୍ତୁ

ମୀନ- ଯାନ୍ତ୍ରିକ ଶିଳ୍ପ କ୍ଷେତ୍ରରେ ଲାଭବାନ ହୋଇ ଖୁସି ଅନୁଭବ କରିବେ। ଶିକ୍ଷାର୍ଥୀମାନେ ଶିକ୍ଷାପ୍ରତି ଅଧିକ ଯତ୍ନଶୀଳ ରହିବେ। ଛୋଟ ବଡ଼ ବିବାଦକୁ ଛାଡିଦେଲେ ସବୁ ଦୃଷ୍ଟିରୁ ଆପଣଙ୍କ ପାଇଁ ଆଜି ଦିନଟି ଭଲ ରହିବ। 
ପ୍ରତିକାର – ହଳଦୀ ଖଣ୍ଡକୁ ଘୋରି ତିଲକ ଭାବରେ ମଥାରେ ଲଗାନ୍ତୁ

 (ଜ୍ୟୋତିର୍ବିଦ୍‌ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ)