Advertisment

ଉଦ୍ୟାନ କୃଷିର ବିକାଶ ନାଁରେ ପିଜୁଳି ବଗିଚା, ରାଜ୍ୟ ସରକାରାଙ୍କୁ ୧ କୋଟି ଟଙ୍କା ଫାଇନ୍‌

ଉଦ୍ୟାନ କୃଷିର ବିକାଶ ନାଁରେ ଯାଜପୁର ଜିଲ୍ଲାରେ ୫୫୦ ଏକର ଜମିରେ ପିଜୁଳି ବଗିଚା କରିବା ମାମଲାରେ ରାଜ୍ୟ ସରକାରଙ୍କୁ NGTଙ୍କ ଛାଟ। ଏହାକୁ ବେଆଇନ୍ ଦର୍ଶାଇ ରାଜ୍ୟ ସରକାରଙ୍କ ଉପରେ କୋଟିଏ ଟଙ୍କାର ଜରିମାନା ଲଗାଇଛନ୍ତି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ୍‌।

author-image
Rajalaxmi Sahoo
NGT slaps Rs 1 crore fine on Odisha govt

NGT slaps Rs 1 crore fine on Odisha govt

ମହଙ୍ଗା ପଡ଼ିଲା ଜଙ୍ଗଲ ଜମିକୁ ଉଦ୍ୟାନରେ ରୂପାନ୍ତରୀକରଣ। ଉଦ୍ୟାନ କୃଷିର ବିକାଶ ନାଁରେ ଯାଜପୁର ଜିଲ୍ଲାରେ ୫୫୦ ଏକର ଜମିରେ ପିଜୁଳି ବଗିଚା କରିବା ମାମଲାରେ ରାଜ୍ୟ ସରକାରଙ୍କୁ NGT(National Green Tribunal)ଙ୍କ ଛାଟ। ଏହାକୁ ବେଆଇନ୍ ଦର୍ଶାଇ ରାଜ୍ୟ ସରକାରଙ୍କ ଉପରେ କୋଟିଏ ଟଙ୍କାର ଜରିମାନା ଲଗାଇଛନ୍ତି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ୍‌।

Advertisment

ଜଙ୍ଗଲ କିସମ ଜମିକୁ ଅଣଜଙ୍ଗଲ ଜମି କରିବା ଅନୁମତି ନଥାଇ ଏହି ଜମିରେ ପିଜୁଳି ବଗିଚା କରାଯାଇଥିଲା। ଜିଲ୍ଲା ଖଣିଜ ପାଣ୍ଠିରୁ ଟଙ୍କା ବିନିଯୋଗ କରାଯାଇ ୨ ଲକ୍ଷରୁ ଅଧିକ ପିଜୁଳି ଚାରା ଲଗାଇବାକୁ ଲକ୍ଷ ଧାର୍ଯ୍ୟ କରାଯାଇଥିଲା। ସୁକିନ୍ଦା ବ୍ଲକର ଦାମୋଦରପୁର, ବୋତଲଣ୍ଡା ଓ ମୁଳୁଖମ୍ବ ଆଦି ମୌଜାରେ ୩ ଶହ ଏକର ପାଖାପାଖି ଜଙ୍ଗଲ ଜମିରେ ବୃହତ ପିଜୁଳି ବଗିଚା କରାଯାଇଥିବା ନେଇ ଏନ୍‌ଜିଟିଙ୍କ କୋର୍ଟରେ ଅଭିଯୋଗ ହୋଇଥିଲା।

ଏନେଇ ତପନ କୁମାର ବରାଳ ନାମକ ଜଣେ ସ୍ଥାନୀୟ ଯୁବକ ଏନ୍‌ଜିଟିରେ ଅଭିଯୋଗ କରିଥିଲେ। ଏନ୍‌ଜିଟି ତୁରନ୍ତ ଏହି ଜମିରୁ ପିଜୁଳି ଚାରା ଓପାଡ଼ି ଫିଙ୍ଗିବା ସହ ଶାଳ ଜଙ୍ଗଲ ସୃଷ୍ଟି ଲାଗି କଟକ ଡିଏଫଓ ଏବଂ ଯାଜପୁର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଉଦ୍ୟାନ ବିଭାଗ ଅଧିକାରୀ ଏବଂ ଜିଲ୍ଲାପାଳ ତୁରନ୍ତ ଏହାର ରିପୋର୍ଟ ଦାଖଲ କରିବାକୁ ଏନ୍‌ଜିଟି ନିର୍ଦ୍ଦେଶ ଦେଇଛନ୍ତି। 

Advertisment
Odisha Govt NGT
Advertisment
Advertisment