/odishatv-khabar/media/post_attachments/uploadimage/library/16_9/16_9_0/IMAGE_1657705105.jpg)
Rohit Sharma Six Hits A Little Girl In The Crowd During India Vs England
ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଘରୋଇ ମାଟିରେ ଇଂଲଣ୍ଡକୁ ଟିମ୍ ଇଣ୍ଡିଆ ପରାସ୍ତ କରିଛି। ଟିମ୍ ଇଣ୍ଡିଆ ୧୦ ୱିକେଟ୍ରେ ଜିତି ସିରିଜ୍ ହାତେଇ ଥିଲା। ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ର ପ୍ରଥମ ମୁକାବିଲା ମଙ୍ଗଳବାର ଦିନ Ovalରେ ଖେଳା ଯାଇଥିଲା। ଏହି ମ୍ୟାଚ୍ରେ ହିଟ୍ମ୍ୟାନ୍ ରୋହିତ ଶର୍ମା ଭଲ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା।
ମଙ୍ଗଳବାର ଖେଳା ଯାଇଥିବା ମ୍ୟାଚ୍ରେ ରୋହିତ ଶର୍ମା ୭୬ ରନ୍ କରିବା ସହ ୫ଟି ଛକା ମାରିଥିଲେ। ଏହି ସମୟରେ ସେ ଏମିତି ଏକ ଛକା ମାରିଥିଲେ, ବଲ୍ ଯାଇ ସିଧାସଳଖ ଗ୍ୟାଲେରୀରେ ବସିଥିବା ଜଣେ କୁନି ଝିଅର ଦେହରେ ବାଜିଥିଲା। ଏହାପରେ ସେହି ସମୟରେ ସେଠାରେ ଉପସ୍ଥିତ ଲୋକେ କୁନି ଝିଅ ନିକଟରେ ରୁଣ୍ଡ ହୋଇଯାଇଥିଲେ। ସେହି ସମୟରେ ଝିଅଟି ସହ ତାଙ୍କ ବାପା ଥିଲେ। ବଲ୍ ଝିଅଟିର ଦେହରେ ବାଜିବା ପରେ ସେ ତୁରନ୍ତ ତାଙ୍କୁ କୋଳେଇ ନେଇଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି।
#RohitSharma SIX hits girl in the stand pic.twitter.com/mSm17wyHFK
— Soni Gupta (@SoniGup46462554) July 12, 2022
ଏହି ଘଟଣାକୁ ନେଇ ଆଉ କିଛି ପୋଷ୍ଟ ମଧ୍ୟ ଭାଇରାଲ୍ ହେଉଛି। ଯେଉଁଥିରେ ଦାବି କରାଯାଇଛି ଯେ, କୁନି ଝିଅଟିର ନାଁ ମୀରା ସାଲ୍ଭି ଓ ତାଙ୍କ ବୟସ ୬ ବର୍ଷ। ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି। ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି, କୁନି ଝିଅଟିର ଦେହରେ ବଲ୍ ବାଜିବା ପରେ ତୁରନ୍ତ ମେଡିକାଲ୍ ଟିମ୍ ତାଙ୍କ ପାଖକୁ ଯାଇ ଚିକିତ୍ସା କରିଥିଲେ।
ତେବ ରୋହିତ ଶର୍ମା କୁନି ଝିଅଟିକୁ ଭେଟିଥିବା ମଧ୍ୟ ଜଣାପଡ଼ିଛି। କୁନି ଝିଅକୁ ଭେଟି ରୋହିତ ତାଙ୍କୁ ଟେଡି ଓ ଚକୋଲେଟ୍ ମଧ୍ୟ ଦେଇଥିଲେ ବୋଲି ସୂଚନା ମିଳିଛି।
Meera Salvi, a 6 years old girl who was hit on the back by a six hit by @ImRo45 is fine👍🏽👍🏽. pic.twitter.com/irbO2BtQZZ
— Rohit Sharma Trends™ (@TrendsRohit) July 12, 2022
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)