ଖରସ୍ରୋତା ନଦୀକୁ ଡେଇଁଲେ ଯୁବତୀ। ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ଯୋକଡ଼ିଆ ଖରସ୍ରୋତା ନଦୀକୁ ଯୁବତୀ ଜଣକ ଡେଇଁ ପଡ଼ିଥିବା ସୂଚନା ମଳିଛି। ଯୁବତୀ ଜଣଙ୍କ ସ୍ଥାନୀୟ ବାଉଁଶଅଣ୍ଟା ଅଞ୍ଚଳର କାଠିଆ ଦେହୁରୀଙ୍କ ଝିଅ ପୂଜାରାଣୀ ଦେହୁରୀ(୧୫) ବୋଲି ଜଣାପଡ଼ିଛି।
ସୂଚନାଅନୁସାରେ, ଆଜି ସକାଳେ ପୂଜାରାଣୀ ସାଇକେଲରେ ଯୋକଡିଆ ବ୍ରିଜ୍ ନିକଟରେ ପହଞ୍ଚି ନିକଟସ୍ଥ ଜଳଖିଆ ଦୋକାନରୁ ପାଣି ପିଇଥିଲେ। ଏହାପରେ ବ୍ରିଜ୍ ଉପରକୁ ଯାଇ ସାଇକେଲ ରଖି ନଦୀକୁ ଡେଇଁ ପଡିଥିଲେ।
ସ୍ଥାନୀୟ ଲୋକେ ଏହା ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଖୋଜାଖୋଜି ଜାରି ରଖିଛି। ତେବେ କେଉଁ କାରଣ ପାଇଁ ପୂଜାରାଣୀ ନଦୀକୁ ଡେଇଁଲେ ତାହା ଅସ୍ପଷ୍ଟ ରହିଛି। କିଛି ମାନସିକ ଚାପରେ ଥିଲେ ନା ଆଉ କିଛି କାରଣ ରହିଛି ତାହା ଜଣାପଡ଼ିନି।