/odishatv-khabar/media/post_attachments/uploadimage/library/16_9/16_9_0/s_1657440188.jpg)
Minister Samir Dash On Media Persons Not Allowed To Entry In School Campus
ସ୍କୁଲ୍ କ୍ୟାମ୍ପସକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ବାରଣ ପ୍ରସଙ୍ଗରେ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରତିକ୍ରିୟା ରଖିଛନ୍ତି। ୱେବ୍ ମିଡିଆ ଉପରେ ଦୋଷ ଲଦି ମନ୍ତ୍ରୀ କହିଛନ୍ତି, କେତେକ ସ୍ଥାନରେ ଗଣମାଧ୍ୟମର ଭୂମିକା ଆବଶ୍ୟକତାରୁ ବେଶୀ ହେଉଛି। କିଛି ଗଣମାଧ୍ୟମ ଅନାବଶ୍ୟକ ଭାବେ ସ୍କୁଲରେ ପଶି ପାଠପଢ଼ାରେ ବାଧା ସୃଷ୍ଟି କରୁଛନ୍ତି।
‘ଦୋଷ ଦୁର୍ବଳତା ପଦାକୁ ଆଣିବାର ଅଧିକାର ଗଣମାଧ୍ୟମର ରହିଛି। ଗଣମାଧ୍ୟମରୁ ଯେ କେବଳ ଆମେ ତ୍ରୁଟି ଜାଣୁଛୁ ତା ନୁହେଁ, ବିଭାଗର ଦୋଷ ଦୁର୍ବଳତା ମଧ୍ୟ ଆମେ ଜାଣିଛୁ’ ବୋଲି ମନ୍ତ୍ରୀ କହିଛନ୍ତି।
#ଦୋଷ_ଠେଲିଲେ_ଗଣଶିକ୍ଷା_ମନ୍ତ୍ରୀ !
ୱେବ୍ ମିଡିଆ ଉପରେ ଦୋଷ ଲଦିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ । ଦୋଷ ଦୁର୍ବଳତା ପଦାକୁ ଆଣିବାର ଅଧିକାର ଗଣମାଧ୍ୟମର ରହିଛି । କିନ୍ତୁ କେତେକ ସ୍ଥାନରେ ଗଣମାଧ୍ୟମର ଭୂମିକା ଆବଶ୍ୟକତାରୁ ବେଶୀ ହେଉଛି । #SamirRanjanDash#OTVpic.twitter.com/X7ll0q0ioD— ଓଟିଭି (@otvkhabar) July 10, 2022
ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, ଦୁର୍ନୀତିକୁ ଚାପିବା ପାଇଁ ଗଣମାଧ୍ୟମ ଉପରେ ସରକାର ଏପରି ପଦକ୍ଷେପ ନେଉଛନ୍ତି। ସାମ୍ବାଦିକଙ୍କ ଉପରେ ଏଭଳି ରୋକ୍ ଲଗାଇବା ଠିକ୍ ନୁହେଁ ବୋଲି ସୁର ରାଉତରାୟ କହିଛନ୍ତି।
ସୂଚନାଥାଉ କି, ବିନା ଅନୁମତିରେ ସ୍କୁଲ୍ କ୍ୟାମ୍ପସ ଭିତରେ ପଶି ଗଣମାଧ୍ୟମ ପ୍ରତିନିଧି ଛାତ୍ରଛାତ୍ରୀଙ୍କୁ କିଛି ପଚାରି ପାରିବେ ନାହିଁ। ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଳକ୍ ଶିକ୍ଷାଧିକାରୀ ଏନେଇ ବ୍ଳକରେ ଥିବା ସବୁ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ଚିଠି କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)