ଜୁଲାଇ ୧୫ରୁ ଦିଆଯିବ ମାଗଣା ବୁଷ୍ଟର ଡୋଜ୍। ୧୮ରୁ ୫୯ ବୟସ ବର୍ଗଙ୍କୁ ଜୁଲାଇ ୧୫ରୁ ମାଗଣାରେ କରୋନା ପ୍ରିକସନ୍ ଡୋଜ୍ ଦିଆଯିବ। ସମସ୍ତ ସରକାରୀ ଟିକା କେନ୍ଦ୍ରରେ ମାଗଣାରେ ଏହି ପ୍ରିକସନ୍ ଡୋଜ୍ ମିଳିବ।
୭୫ ଦିନିଆ ସ୍ପେଶାଲ ଡ୍ରାଇଭ୍ କରି ଟିକା ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ସମ୍ବାଦ ସରବରାହ ସଂସ୍ଥା PTI ସୂତ୍ରରୁ ସୂଚନା ମିଳିଛି। ‘ଆଜାଦୀ କି ଅମୃତ ମହୋତ୍ସବ’ ଅବସରରେ ମାଗଣାରେ ବୁଷ୍ଟର ଡୋଜ୍ ଦିଆଯିବ। ଏନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି।
People in 18-59 age group will get free precaution doses of Covid vaccine at government vaccination centres under 75-day special drive likely to begin from July 15: Official sources
— Press Trust of India (@PTI_News) July 13, 2022
#WATCH | Union Minister Anurag Thakur says, "...It has been decided that from 15th July 2022 till the next 75 days, all citizens above 18 years of age will be given booster doses free of cost...This facility will be available at all government centres..."#COVID19 pic.twitter.com/kZSOqHZQLg
— ANI (@ANI) July 13, 2022