Advertisment

ଅନ୍ଧାର ରାତିରେ ଚୋରା ପଥର କାରବାର: ଜଗିବାକୁ କିଏ ଅଛି ନା ରୋକିବାକୁ କିଏ ସାହସ କରୁଛି ?

ସରକାରୀ ନୀତି ନିୟମର ଧଜିଆ ଉଡ଼ାଇ ମାଫିଆମାନେ ବୋହି ନେଉଛନ୍ତି ଟ୍ରକ୍‌ ଟ୍ରକ୍‌ ପଥର। ଜଗିବାକୁ କିଏ ଅଛି ନା ରୋକିବାକୁ କିଏ ସାହସ କରୁଛି।

author-image
Rajalaxmi Sahoo
Illegal Mining Transportation In Balasore

Illegal Mining Transportation In Balasore

ଅନ୍ଧାର ରାତିରେ ଚାଲିଛି ଚୋରା ପଥର କାରବାର। ବେଆଇନ୍‌ ଭାବେ ପଥର ଖାଦାନରୁ ପଥର ଉତ୍ତୋଳନ ଓ ଚାଲାଣ ହେଉଛି। ସରକାରୀ ନୀତି ନିୟମର ଧଜିଆ ଉଡ଼ାଇ ମାଫିଆମାନେ ବୋହି ନେଉଛନ୍ତି ଟ୍ରକ୍‌ ଟ୍ରକ୍‌ ପଥର। ଏହି ଖାଦାନ ଗୁଡିକରୁ ମାଫିଆମାନେ ପ୍ରତ୍ୟେକ ଦିନ ଶହ ଶହ ଟ୍ରିପ୍‌ ପଥର ଲୁଟି ହେଉଛନ୍ତି ମାଲାମାଲ୍‌।  ଜଗିବାକୁ କିଏ ଅଛି ନା ରୋକିବାକୁ କିଏ ସାହସ କରୁଛି। 

Advertisment

ପ୍ରଶାସନର ନାକ ତଳେ ଏମିତି ବେଧଡ଼କ ଚାଲିଛି ପଥର ଚାଲାଣ। ଗଣମାଧ୍ୟମରେ ବାରମ୍ବାର ଖବର ପ୍ରସାରଣ ସତ୍ତ୍ୱେ ମଧ୍ୟ ପ୍ରଶାସନ ନିରବ l ଏଭଳି ଘଟଣା ବାଲେଶ୍ୱର ଜିଲ୍ଲା ସୋର ତହସିଲ ବାଗୁଡ଼ି ଅଞ୍ଚଳରେ ଦେଖିବାକୁ ମିଳିଛି। ସ୍ଥାନୀୟ ଅଧିବାସୀଙ୍କ ଅଭିଯୋଗ ଯେ, ଜିଲ୍ଲା ପ୍ରଶାସନ ନିଘୋଡ଼ ନିଦରେ ଶୋଇଛି।ଏହି ଅଞ୍ଚଳକୁ ବିକାଶ ପରିବର୍ତ୍ତେ ବିନାଶ କରୁଛନ୍ତି ଏହି ପଥର ମାଫିଆମାନେ। 

ତହସିଲଦାର ବେଳେ ବେଳେ କିଛି ଟ୍ରକ୍‌କୁ ଧରି ଫାଇନ ଆଦାୟ କରୁଛନ୍ତି। ହେଲେ ଏହା କେବଳ ପ୍ରଶାସନର ଉପରିସ୍ଥ କର୍ମଚାରୀଙ୍କୁ ଦେଖାଇବା ପାଇଁ ନା କେବଳ ଧର୍ମକୁ ଆଖିଠାର ? ବାଗୁଡ଼ି ଅଞ୍ଚଳରେ ଖାଦାନ ଗୁଡିକରେ ୧୪୪ ଧାରା ଲାଗୁ କରାଯାଇଥିଲେ ମଧ୍ୟ ଏହାକୁ କାହାର ବି ପରବାଏ ନାହିଁ। ମାଫିଆମାନେ ରାତିରେ ଚଲାଇଛନ୍ତି ଚୋରା ଚାଲାଣ କାରବାର। ପ୍ରଶାସନ ପକ୍ଷରୁ କୌଣସି ଖାଦାନକୁ ଲିଜ୍‌ ଆକାରରେ ଦିଆ ଯାଇନଥିବା ବେଳେ ମାଫିଆମାନେ ପଥର, ନାଲି ମାଟି ବେଧଡ଼କ ଭାବେ ଉଠାଇ ଚାଲିଛନ୍ତି। ଏନେଇ ପ୍ରଶାସନ ପାଖରେ ଖବର ଅଛିକି ନାହିଁ ଆମେ ଜାଣିବାକୁ ଚେଷ୍ଟା କରିଥିଲୁ। ସ୍ଥାନୀୟ ତହସିଲଦାରଙ୍କୁ ଯୋଗାଯୋଗ ମଧ୍ୟ କରିଥିଲୁ। କିନ୍ତୁ ତହସିଲଦାର ପ୍ରତିକ୍ରିୟା ଦେଇନଥିଲେ l ସ୍ଥାନୀୟ ବିଧାୟକ କିନ୍ତୁ ସରକାରୀ କର୍ମଚାରୀମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଛନ୍ତି।

Advertisment

ପାହାଡ଼ ଉପରେ ଗୋଟିଏ ଗାଁ ରହିଥିବା ବେଳେ ବ୍ଲାଷ୍ଟିଂ ହେତୁ ବେଳେବେଳେ ପଥର ଖଣ୍ଡ ଘର ଉପରେ ଆସି ପଡ଼ୁଛି। ଅଧିକାଂଶ ସ୍ଥାନରେ ପାହାଡକୁ ଧ୍ୱଂସ କରିବା ସହ ଗଭୀର କରି ପଥର କାଢି ନିଆଯାଉଛି। ଯାହାଫଳରେ ବିରାଟ ବିରାଟ ପୋଖରୀ ସୃଷ୍ଟି ହୋଇଛି l   

Odisha Illegal Mining Illegal Mining
Advertisment
Advertisment