/odishatv-khabar/media/post_attachments/uploadimage/library/16_9/16_9_0/IMAGE_1657445127.jpg)
OTV Brings Education Dept Apathy To Fore BEO Directs Lodged Complaint
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ଜୟପୁରା କାଟେଣୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ଖବର ପ୍ରସାରଣ ପରେ ଓଟିଭିର କାମାକ୍ଷାନଗର ପ୍ରତିନିଧିଙ୍କ ବିରୋଧରେ ଏତଲା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ସାମ୍ବାଦିକଙ୍କ ବିରୋଧରେ ଏତଲା ଦେବାକୁ ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷଙ୍କୁ କହିବା ଲାଗି ପ୍ରଧାନ ଶିକ୍ଷକଙ୍କୁ ବ୍ଲକ ଶିକ୍ଷା ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି।
ସାମ୍ବାଦିକ ଜଣକ ବିନା ଅନୁମତିରେ କ୍ଳାସ୍ ରୁମ୍ ଭିତରେ ପଶି ଥିବାରୁ ତାଙ୍କ ବିରୋଧରେ ଏତଲା ଦେବା ଲାଗି ବିଇଓ ଚିଠିରେ ଉଲ୍ଲେଖ କରିଛନ୍ତି। ଏଠାରେ ଆମେ କହି ରଖୁଛୁ ଯେ, ଜୟପୁରା କାଟେଣୀ ୟୁପି ସ୍କୁଲ୍ର ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ନେଇ ଅଭିଭାବକଙ୍କ ଅଭିଯୋଗ ପାଇବା ପରେ ଆମ ପ୍ରତିନିଧି ସ୍କୁଲକୁ ଯାଇଥିଲେ। ଏହାସହ ଶିକ୍ଷକ, ଛାତ୍ର ଓ ଅଭିଭାବକଙ୍କ ପ୍ରତିକ୍ରିୟା ସଂଗ୍ରହ କରିବା ସହ ଏ ବାବଦରେ ଜିଲ୍ଲା ଶିକ୍ଷା ଅଧିକାରୀ ନିବେଦିତା ପାଣିଙ୍କ ସ୍ପଷ୍ଟୀକରଣ ମଧ୍ୟ ଆଣିଥିଲେ। ଯାହାକି ଗତ ଜୁଲାଇ ୫ ତାରିଖରେ ପ୍ରସାରଣ ହୋଇଥିଲା।
ସେତେବେଳେ ଜିଲ୍ଲା ଶିକ୍ଷାଧିକାରୀ କହିଥିଲେ ଯେ, ସ୍କୁଲ୍କୁ ଜଣେ ସ୍ୱତନ୍ତ୍ର ଅଧିକାରୀଙ୍କୁ ପଠାଯାଇ ଘଟଣାର ତଦନ୍ତ କରାଯିବ। ଏହାପରେ ପରଜଙ୍ଗ ବିଇଓ ସାମ୍ବାଦିକଙ୍କ ବିରୋଧରେ ଏତଲା ଦେବାକୁ ଗତ ୭ ତାରିଖରେ ସ୍କୁଲ୍ ପ୍ରଧାନଶିକ୍ଷକଙ୍କୁ ଚିଠି ଲେଖିବା ଅନେକ ପ୍ରଶ୍ନ ସୃଷ୍ଟି କରୁଛି।
#ଗୁମର_ଖୋଲିବାରୁ_OTV_ଉପରେ_ରାଗ
ଶିକ୍ଷା ବ୍ୟବସ୍ଥାର ନଗ୍ନ ଚିତ୍ର ପଦାକୁ ଆଣିଲେ OTV ସାମ୍ବାଦିକ, ଏତଲା ରୁଜୁ ପାଇଁ ନିର୍ଦ୍ଦେଶ ଦେଲେ BEO...#Dhenkanal#Odishapic.twitter.com/sWrJZbzrWp— ଓଟିଭି (@otvkhabar) July 10, 2022
ସୂଚନାଥାଉ କି, ଖୋଦ୍ ଗଣଶିକ୍ଷା ମନ୍ତ୍ରୀ ଗତ ଜୁନ୍ ୨୫ ତାରିଖରେ ବାଲେଶ୍ୱର ମଠ ସାହି ମହାବୀର ନୋଡାଲ୍ ସ୍କୁଲ୍କୁ ଯାଇ କିଛି ପିଲାଙ୍କୁ ପଣକିଆ ପଚାରିଥିଲେ। ତେବେ ପିଲାମାନେ ଠିକ୍ ଉତ୍ତର ଦେଇ ନପାରିବାରୁ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ମନ୍ତ୍ରୀଙ୍କ ସ୍କୁଲ ପରିଦର୍ଶନର ସମସ୍ତ ଦୃଶ୍ୟ କ୍ୟାମେରାରେ ରେକର୍ଡିଂ ହେବା ସହ ପ୍ରସାରଣ ମଧ୍ୟ ହୋଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)