Advertisment

ଚାହୁଁ ଚାହୁଁ ଆଖି ସାମ୍ନାରେ ଭାସିଗଲା ଟ୍ରକ୍

ପାଣିର ସ୍ରୋତ ଏତେ ପ୍ରଖର ଥିଲା ଯେ ସମ୍ପୂର୍ଣ୍ଣ ଟ୍ରକ୍‌ଟି ପାଣି ଭିତରେ ବୁଡ଼ି ଯାଇଥିଲା। ପିଡିଏସ୍ ଚାଉଳ ଧରି ଯାଉଥିବା ଟ୍ରକ୍‌ଟି ଭାସି ଯାଇଛି।

author-image
Rajalaxmi Sahoo
Truck washed away by flash flood in Malkangiri

Truck washed away by flash flood in Malkangiri

ଚାହୁଁ ଚାହୁଁ ଆଖି ସାମ୍ନାରେ ଭାସିଗଲା ଟ୍ରକ୍। ପାଣିର ସ୍ରୋତ ଏତେ ପ୍ରଖର ଥିଲା ଯେ ସମ୍ପୂର୍ଣ୍ଣ ଟ୍ରକ୍‌ଟି ପାଣି ଭିତରେ ବୁଡ଼ିଗଲା। ଛତିଶଗଡ଼ ବିଜାପୁର ମେଡୁପାଲ୍ଲୀ ନିକଟ ରାସ୍ତାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ପିଡିଏସ୍ ଚାଉଳ ଧରି ଯାଉଥିବା ଟ୍ରକ୍‌ଟି ଭାସି ଯାଇଛି।

Advertisment

ଲଗାଣ ବର୍ଷା ଯୋଗୁ ପୋଲ ଉପରେ ପାଣି ଚାଲୁଥିଲା। ଠିକ୍ ଏତିକି ବେଳେ ରାସ୍ତା ଉପରେ ଟ୍ରକ୍‌ଟି ଆଉ ଗଡ଼ି ନଥିଲା। ପାଣିର ସୁଅ ଏତେ ପ୍ରଖର ଥିଲା ଯେ ଟ୍ରକ୍‌ଟି ଧିରେ ଧିରେ ଏହା ପାଣି ଭିତରକୁ ଟାଣି ହୋଇ ଯାଇଥିଲା। ଏହାକୁ ଦେଖି ଟ୍ରକ୍ ଡ୍ରାଇଭର ସେଠୁ ବାହାରି ଆସିଥିଲେ।  ଏହାର କିଛି ସମୟ ପରେ ଟ୍ରକ୍‌ଟି ଭାସି ଯାଇଥିଲା।   

Viral Video
Advertisment
Advertisment